ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଳ ହିଁ ପ୍ରତ୍ଯେକଟି ପ୍ରାଣୀଙ୍କର ଜୀବନ । କାରଣ ସମସ୍ତ ଜୀବ ଜଗତ ପାଣି ବିନା ବଞ୍ଚି ପାରିବେ ନାହିଁ । ତେବେ ସକାଳେ ଖାଲି ପେଟରେ ଗରମ ପାଣି ସେବନ କରିବା ଦ୍ଵାରା ଶରୀରକୁ ମିଳୁଥିବା ଅନେକ ପ୍ରକାର ସ୍ଵାସ୍ଥଗତ ଫାଇଦା ବିଷୟରେ ଆଲୋଚନା କରିବା । ସକାଳୁ ଉଠି ବହୁତ ଲୋକଙ୍କର ଚା କିମ୍ବା କଫି ପିଇବାର ଅଭ୍ଯାସ ରହିଥାଏ । କାରଣ ତାଙ୍କର ଏପରି ସେଥିରେ ଅଭ୍ଯାସ ରହିଜାଇଥାଏ ।
ଯଦି ସେମାନେ ଚାହା କିମ୍ବା କଫିର ସେବନ କରିନଥାନ୍ତି । ତେବେ ସେମାନଙ୍କୁ ଦିନ ସାରା ଜମାରୁ ଭଲ ହିଁ ଲାଗିନଥାଏ । ତେବେ ଚାହା କିମ୍ବା କଫି ସକାଳୁ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଶରୀରକୁ ଏହାର ସେପରି କିଛି ସ୍ଵାସ୍ଥଗତ ଫାଇଦା ମିଳିନଥାଏ ବଂର ପେଟରେ ଗ୍ଯାସ ଓ ଏସିଡିଟି ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ଗରମ ପାଣି ସେବନ କରିବାର ପ୍ରଥମ ସ୍ଵାସ୍ଥଗତ ଫାଇଦାଟି ହେଉଛି ।
ଏହା ବ୍ୟକ୍ତିର ଡାଇଜେସନ ପ୍ରକ୍ରିୟାକୁ ଶକ୍ତିଶାଳୀ କରିଥାଏ । କାରଣ ଏହା ପେଟକୁ ସମ୍ପୂର୍ଣ୍ଣ ଭାବରେ ସଫା କରିଥାଏ । ଏହା ଦ୍ଵାରା ଡାଇଜେସନ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇଯାଇଥାଏ । ଭୋକ ମଧ୍ୟ ଭଲ ଭାବରେ ଲାଗିବା ସହିତ ଖାଦ୍ୟ ଠିକ ଭାବରେ ହଜମ ମଧ୍ୟ ହୋଇଥାଏ ।
ଦିତୀୟରେ ଗରମ ପାଣିର ସେବନ ଦ୍ଵାରା ମସ୍ତିସ୍କ ଭଲ ଭାବରେ କାର୍ଯ୍ୟକାରୀ ହୋଇବା ସହିତ ଦିନ ସାରା ସକ୍ରିୟ ହୋଇ ରହିଥାଏ । ଯେଉଁ କାରଣରୁ ବ୍ୟକ୍ତି କୌଣସି ନିସ୍ପତି ଠିକ ଭାବରେ ନେଇପାରିଥାଏ । ଏହା ସହିତ ଟେନସନ ଠାରୁ ଦୂରେଇ ରହି ମାନସିକ ସ୍ଥିତି ବହୁତ ଭଲ ରହିଥାଏ । ତୃତୀୟରେ ଯେଉଁ ମାନଙ୍କୁ ବାରମ୍ବାର ଥଣ୍ଡା, କାଶ ଭଳି ସର୍ଦ୍ଧୀ ଲାଗି ରହୁଥାଏ । ସେମାନେ ସକାଳୁ ଉଠି ନିହାତି ଭାବରେ ଗରମ ପାଣି ପିଇବା ଉଚିତ ।
ଚତୁର୍ଥରେ ଯେଉଁ ମାନେ ଗରମ ପାଣିର ସେବନ କରିଥାନ୍ତି । ସେମାନଙ୍କର ଧମନୀ ଗୁଡିକ ସୁସ୍ଥ ରହିବା ସହିତ ସେଥିରେ ବ୍ଲଡ଼ ସର୍କ୍ୟୁଲେସନ ଠିକ ଭାବରେ ହୋଇଥାଏ । ଯେଉଁ କାରଣର ଶରୀରର ସମସ୍ତ ଅଙ୍ଗକୁ ଠିକ ଭାବରେ ବ୍ଲଡ଼ ସପ୍ଲାଇ ହୋଇପାରିଥାଏ । ଯାହା ଦ୍ଵାରା ବ୍ରେନ ଷ୍ଟ୍ରୋକ ବା ହାର୍ଟ ଆଟାକ ହେବାର ସମ୍ଭାବନା ବହୁତ ମାତ୍ରାରେ କମିଯାଇଥାଏ ।
ପଞ୍ଚମରେ ସକାଳେ ଗରମ ପଣିର ସେବନ କରିବା ଦ୍ଵାରା ଲିଭର ମଧ୍ୟ ସୁସ୍ଥ ରହିଥାଏ । କାରଣ ଲିଭରର ସଂପୂର୍ଣ୍ଣ ଭାବରେ ସଫେଇ ହୋଇଥାଏ । ଯାହା ବ୍ୟକ୍ତି ପାଇଁ ବହୁତ ଭଲ ରହିଥାଏ । ଏହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ତ୍ରାହୀ ମିଳିବା ପାଇଁ ମଧ୍ୟ ଗରମ ପାଣିର ସେବନ କରିବା ଉଚିତ ।
ଏହା ସହିତ ସ୍କିନ ଓ ହେୟାର ପାଇଁ ମଧ୍ୟ ଗରମ ପାଣି ପିଇବା ବହୁତ ଭଲ ରହିଥାଏ । ତେଣୁ ସକାଳୁ ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ବ୍ୟକ୍ତିକୁ ଅନେକ କିଛି ସ୍ଵାସ୍ଥଗତ ଫାଇଦା ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ