ଗର୍ଭାବସ୍ତାରେ ହେଉଛି କି ଧଳାସ୍ରାବ ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Supriya Puranik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ଜଣଙ୍କର ଗର୍ଭାବସ୍ତାରେ ବିଭିନ୍ନ ପ୍ରକାର କମ୍ପ୍ଲିକେଟେଡ ଅବସ୍ତାର ସାମ୍ନା କରିବାକୁ ପଡିଥାଏ । ସେଥିପ୍ରତି ଅଧିକ ଧ୍ୟାନ ଦେବା ସହିତ ନିଜର ସଠିକ ଭାବରେ ଯତ୍ନ ନେବା ଦ୍ଵାରା ଗର୍ଭବତୀ ମହିଳା ଓ ଗର୍ଭସ୍ଥ ମହିଳାଙ୍କର ସ୍ଵାସ୍ଥ ଅବସ୍ତା ଭଲ ରହିଥାଏ । ମହିଳା ଜଣଙ୍କ ପ୍ରେଗନେଣ୍ଟ ଥିବା ଅବସ୍ତାରେ ତାଙ୍କ ପ୍ରାଇଭେଟ ପାର୍ଟ ବା ଗୁପ୍ତାଙ୍ଗରୁ ଧଳା ସ୍ରାବ ହୋଇଥାଏ ।

ଏହା ହେବା ଗର୍ଭବତୀ  ମହିଳାଙ୍କର ସ୍ଵାସ୍ଥ ପକ୍ଷେ ନରମାଲ ନା ଅବନରମାଲ ସେହି ବିଷୟରେ ଆଲୋଚନା କରିବା । ଗର୍ଭବତୀ ମହିଳାଙ୍କର ଏହି ଅବସ୍ତାରେ ଭଯାଇନାଲ ଏରିଆ ବା ଯୋନୀ ମାର୍ଗ ପ୍ରାୟତଃ ଓଦା ରହିଥାଏ । ଯାହା ଦ୍ଵାରା ସେହି ସ୍ଥାନରୁ ୱ୍ହାଇଟ୍ ଡିଶ୍ଚାର୍ଜ ବା ଧଳାସ୍ରାବ କ୍ଷରଣ ହେବା ମୁଖ୍ଯତଃ ମହିଳା ମାନଙ୍କ ଠାରେ ଦେଖାଯାଇଥାଏ ।ଏହି ସବୁ ହେବା ପଛରେ କାରଣଟି ହେଉଛି ।

ମହିଳା ଜଣଙ୍କ ଯେତେବେଳେ ଗର୍ଭବତୀ ହୋଇଥାଏ । ସେହି ମହିଳାର ଶରୀରରେ ଅନେକ ପ୍ରକାର ହରମୋନର ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣରୁ ଭଯାଇନାଲରୁ ଧଳାସ୍ରାବ ହୋଇଥାଏ । ମହିଳାର ଗର୍ଭାବସ୍ତାରେ ହରମୋନର ପରିବର୍ତ୍ତନ ଓ ଗର୍ଭାଶୟରେ ରକ୍ତ ପ୍ରବାହ ବୃଦ୍ଧି ହୋଇଥାଏ ।ଏହି କାରଣରୁ ଭଯାଇନାଲ ଏରିଆରୁ ଧଳାସ୍ରାବ ହୋଇଥାଏ । ଏହି କଥାର ଅର୍ଥ ହେଉଛି ମହିଳା ମାନଙ୍କର ଗର୍ଭାବସ୍ତା ସମୟରେ ଭଯାଇନାଲ ଏରିଆରୁ ଧଳାସ୍ରାବ ହେବା ଏକ ସାଧାରଣ କଥା ଅଟେ ।

ଯଦି ଭଯାଇନାଲ ଏରିଆରୁ ଧଳାସ୍ରାବ ହେଉଥିବା କାରଣରୁ ସେଠାରେ ଇଞ୍ଚିଙ୍ଗ ବା କୁଣ୍ଡାଇ ହୋଇଥାଏ । ଏହା ସହିତ ଅତ୍ୟଧିକ ଦୁର୍ଗନ୍ଧ ମଧ୍ୟ ବାହାରୁଥାଏ, ତେବେ ଏହା ସଂକ୍ରମଣର ସଂକେତ ଦେଇଥାଏ ।ତେବେ ଏହାକୁ ସାଧାରଣ କଥା ନଭାବି ଡାକ୍ତରଙ୍କର ପରାମର୍ଶ ନେଇଯିବା ଉଚିତ । ଏହି ଯେଉଁ ସଂକ୍ରମଣ ହୋଇଥାଏ । ତାହା ଫଙ୍ଗଳ ଇନଫେକସନ କାରଣରୁ ହୋଇଥାଏ ।

ଏହି ସବୁ ହେବା କାରଣରୁ ମହିଳାକୁ ସମୟ ପୂର୍ବରୁ ଡେଲିଭରୀ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ଯଦି ଗର୍ଭାବସ୍ତାରେ ଥିବା ସମୟରେ ମହିଳାର ପେଟର ତଳ ଭାଗ ଏରିଆରେ ଅଧିକ ପ୍ରେସର ହେବା ସହ ଭଯାଇନାଲ ଏରିଆରୁ ଅଧିକ ପାଣିସ୍ରାବ ହୋଇଥାଏ । ତେବେ ଏପରି କ୍ଷେତ୍ରରେ ଗର୍ଭାଶୟରେ ଥିବା ଥଳୀ ଫାଟିଯିବା କାରଣରୁ ଆମିନୋଟିକ ଭଳି ଏକ ତରଳ ପଦାର୍ଥ ଭଯାଇନାଲ ଏରିଆରୁ ବହୁତ ମାତ୍ରାରେ ବାହାରି ଥାଏ ।

ଏପରି କିଛି ହେଉଥିଲେ । ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଯିବା ଉଚିତ । କାରଣ ଏହି ତରଳ ପଦାର୍ଥ ଗର୍ଭସ୍ଥ ସନ୍ତାନର ଚାରିପାଖରେ ବଳୟ ସଦୃଶ ହୋଇ ରହି ସନ୍ତାନକୁ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ ଏହା କୌଣସି କାରଣରୁ ଫାଟିଯାଇଥାଏ । ତେବେ ଭଯାଇନାଲ ଏରିଆରୁ ଅତ୍ୟଧିକ ପାଣିସ୍ରାବ ହୋଇ ତଳ ଏରିଆ ଓଦା ହୋଇଯାଏ ।

ଏପରି ସ୍ଥିତିରେ ଉଭୟ ଗର୍ଭବତୀ ମହିଳା ଓ ସନ୍ତାନ ପାଇଁ ବିପଦ ରହିଥାଏ । ଏପରି ସ୍ଥିତିକୁ ହେଳା ନକରି ଡାକ୍ତରଙ୍କର ପରାମର୍ଶ ନିହାତି ଜରୁରୀ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *