କଣ ଆପଣ ବି ଫଟା ଗୋଇଠି ପାଇଁ ଚିନ୍ତିତ ଅଛନ୍ତି ? ଏବେ ଗୋଟିଏ ରାତିରେ ହିଁ ଫଟା ଗୋଇଠି ରୁ ପାଇବେ ମୁକ୍ତି, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଋତୁ ଆସିଲେ ସମସ୍ତଙ୍କୁ ସେହି ଋତୁକୁ ଉପଭୋଗ କରିବାକୁ ଭଲ ଲାଗିଥାଏ ସତ କିନ୍ତୁ ଶୀତଦିନେ ଚର୍ମ ସୁସ୍ଖତା ଓ ପାଦ ଫଟା ଭଳି ସମସ୍ଯା ଆସିଯାଇଥାଏ । ତେଣୁ ବହୁତ ଲୋକ ନିଜ ଫଟା ଗୋଇଠି ପାଇଁ ବହୁତ ଚିନ୍ତିତ ରହିଥାନ୍ତି । ଗୋଡ ଫାଟିବା ଦ୍ଵାରା ଫଟା ଜାଗାରେ ମଇଳା ଜମିବା ସହିତ ପାଦ ପକାଇ ଚାଲିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଇଥାଏ ।

ତେଣୁ ଏହି ଗୋଡ ଫାଟିବା ସମସ୍ଯାକୁ ଠିକ କରିବା ପାଇଁ ଏକ ରେମିଡି ବିଷୟରେ ଚାଲନ୍ତୁ ଜାଣିବା । ଏହି ଉପାୟକୁ କରିବା ପାଇଁ ନଡିଆ ତେଲ, ଆଲୋଭେରା, ସୋରିଷ ତେଲ ଓ ଗୋଟିଏ ମହମବତୀର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ମହମବତୀକୁ ଛେଳି ତାହାର ଟିକି ଟିକି ଛେଲା ବାହାର କରିଦେବେ । ଯେପରି ଏକ ବଡ ଚାମଚରେ ଚାମଚ ମହମ ଛେଲା ବାହାରୁଥିବ ।

ତାପରେ ସେହି ମହମକୁ ଏକ ପାତ୍ରରେ ରଖିଦେବେ । ସେହି ପାତ୍ରରେ ବଡ ଚାମଚରେ ୧ ଚାମଚ ସୋରିଷ ତେଲ ଓ ୧ ଚାମଚେ ନଡିଆ ତେଲ ମିଶାଇ ଦେବେ । ତାପରେ ୧ ଚାମଚେ ଆଲୋଭେରା ଜେଲ ସେଥିରେ ମିଶାଇ ଦେବେ । ଆପଣ ଆଲୋଭେରାକୁ ଛେଳି ସେଥିରୁ ଜେଲି କାଢି ସେଥିରେ ମିଶାଇବେ । ତାପରେ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ଏହି ୪ ଟି ସାମଗ୍ରୀକୁ ରଖି କିଛି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ଏହାକୁ ପୁରା ଧିମା ଆଞ୍ଚରେ ଗରମ କରିବା ଉଚିତ । ତାପରେ କିଛି ସମୟ ଗରମ ହୋଇସାରିଲା ପରେ ଗ୍ଯାସ ବନ୍ଦ କରି ଅନ୍ୟ ଏକ ପାତ୍ରକୁ ଆଣି ଚାମଚରେ କିଛି ସମୟ ପର୍ଯ୍ୟନ୍ତ ଗୋଳାଇ ତାହାକୁ ଥଣ୍ଡା କରନ୍ତୁ । କିଛି ସମୟ ରହିଲା ପରେ ଅନ୍ୟସବୁ ସାମଗ୍ରୀ ସେଥିରେ ବସି ଜମିଯାଇଥାଏ କିନ୍ତୁ ସୋରିଷ ତେଲ ବହୁତ ଶୀଘ୍ର ବସିନଥାଏ ।

ତେଣୁ ସେହି ସୋରିଷ ତେଲକୁ ଜମାକରିବା ପାଇଁ ତାହାକୁ କିଛି ସମୟ ଥଣ୍ଡା ପାଣିରେ ସେହି ପାତ୍ରକୁ ରଖି ଅଳ୍ପ ସମୟ ଘାଣ୍ଟନ୍ତୁ । ତାପରେ ଧୀରେ ଧୀରେ କରି ସମସ୍ତ ପଦାର୍ଥ ତରଳ ଅବସ୍ତାରୁ ବସି ଜମାହୋଇଯିବ । ତାପରେ ଆପଣଙ୍କର ଚମତ୍କାରୀ ଭାସେଲିନ ପ୍ରସ୍ତୁତ ହୋଇଯିବ । ତାକୁ ଏକ ଡବାରେ ରଖି ଠିପି ବନ୍ଦ କରିଦେବେ । ସବୁବେଳେ ସେଥିରୁ ଅଳ୍ପ ଅଳ୍ପ ଆଣି ପାଦରେ ମାଲିସ କରିବେ ।

ତାପରେ ଏହାକୁ ପାଦରେ ବ୍ଯବହାର କରିବା ପ୍ରଣାଳୀ ଜାଣି ରଖନ୍ତୁ । ସକାଳେ ଗାଧୋଇ ସାରିଲା ପରେ ପାଦକୁ ଭଲ ଭାବରେ ପୋଛି କୌଣସି ପାଦ ସଫା କରିବା ବ୍ରସ ସାହାଜ୍ଯରେ ପାଦକୁ ଭଲ ଭାବରେ ଘଷି ସଫା କରି ମଇଳା କାଢି ଦିଅନ୍ତୁ । ତାପରେ ପରିଷ୍କାର ପାଦରେ ଭାସଲିନ ଭଲ ଭାବରେ  ଲଗାଇ ତାପରେ ମଉଜା ପିନ୍ଧିଦିଅନ୍ତୁ ।

ଏହିପରି ଆପଣ ରାତିରେ ମଧ୍ୟ କରିପାରିବେ । କିଛି ଦିନ ଏହିପରି କରିଲା ପରେ ପାଦ ସଂପୂର୍ଣ୍ଣ ଫଟାମୁକ୍ତ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *