Astrology- ଆପଣଙ୍କ ବିଷୟରେ ସବୁ କିଛି କହିଥାଏ ଆପଣଙ୍କ ଜନ୍ମ ସମୟ ! ଦେଖନ୍ତୁ କଣ କହୁଛି ଆପଣଙ୍କ ଜନ୍ମ ସମୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିଲାର ଜନ୍ମ ସମୟ ତାର ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ଦେଇଥାଏ । ଭାରତୀୟ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ସମୟ ବ୍ୟକ୍ତିର ଜୀବନରେ ବହୁତ ବଡ ଭୂମିକାରେ ନିଭାଇଥାଏ । ଜନ୍ମ ସମୟର ଟିପ୍ପଣୀ ନେଇ ଜନ୍ମ କୁଣ୍ଡଳୀ ତିଆରି କରାଯାଇଥାଏ । ଜନ୍ମ ସମୟ ବ୍ୟକ୍ତିର ଜୀବନରେ କିପରି ପ୍ରଭାବ ପକାଇଥାଏ ଚାଲନ୍ତୁ ଜାଣିବା ।

ଯେଉଁ ବ୍ୟକ୍ତି ଭୋର ୪ ରୁ ସକାଳ ୬ ଟା ମଧ୍ୟରେ ଜନ୍ମ ଗ୍ରହଣ କରିଥାଏ । ସେହି ପିଲାଙ୍କର ଭବିଷ୍ୟତ ବହୁତ ହିଁ ଉଜ୍ଜଳ ହୋଇଥାଏ । ଏମାନେ ସ୍ଵାସ୍ଥ କ୍ଷେତ୍ରରେ ବହୁତ ଊର୍ଜାବାନ ହୋଇଥାନ୍ତି । ଏମାନେ ସର୍ବଦା ଚଞ୍ଚଳ ପ୍ରକୃତିର ରହିଥାନ୍ତି । ସକାଳ ୬ ରୁ ୮ ଟା ମଧ୍ୟରେ ଯେଉଁ ପିଲା ଜନ୍ମ ହୋଇଥାଏ । ସେମାନେ ନିଜ କର୍ମ ଉପରେ ଅଧିକ ଭରଷା ରଖିଥାନ୍ତି । ଏହି କର୍ମ ପାଇଁ ସେ ତାଙ୍କ ଆଗାମୀ ଜୀବନରେ ଏପରି ପରିବର୍ତ୍ତନ ଦେଖିବାକୁ ପାଇବେ । ଯେଉଁ ପରିବର୍ତ୍ତନ ତାଙ୍କ ଜୀବନରେ ଏକ ସଫଳତାର ମୋଡ ନେଇକି ଆସିବା ।

ସକାଳ ୮ ରୁ ୧୦ ଟା ମଧ୍ୟରେ ଯିଏ ଜନ୍ମ ହୋଇଥାଏ । ସେମାନେ କର୍ମ ଅପେକ୍ଷା ସମ୍ପର୍କର ମୂଲ୍ୟକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନଙ୍କର ସାଙ୍ଗସାଥି ବହୁତ ସଂଖ୍ୟକ ରହିଥାନ୍ତି । ଏମାନେ ଭ୍ରମଣ ପ୍ରିୟ ଓ ନିଜ ଜୀବନକୁ ଖୁସିରେ ଉପଭୋଗ କରିବାକୁ ଭଲ ପାଇଥାନ୍ତି ।

ଯେଉଁ ମାନଙ୍କର ଜନ୍ମ ସମୟ ୧୦ ରୁ ୧୨ ଟା ମଧ୍ୟରେ ହୋଇଥାଏ । ସେମାନେ ଯେଉଁ କାର୍ଯ୍ୟ କରିବାକୁ ବସିଥାନ୍ତି । ସେହି କାର୍ଯ୍ୟକୁ କଳେ ବଳେ କରିବାକୁ ଆଗ୍ରହୀ ରହିଥାନ୍ତି । ଏମାନେ ସବୁବେଳେ କିଛି ନା କିଛି ନୂଆ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରୁଚି ରଖିଥାନ୍ତି ।

ଯେଉଁ ମାନଙ୍କର ସକାଳ ୧୨    ରୁ ୨ ଟା ମଧ୍ୟରେ ଜନ୍ମ ହୋଇଥାଏ । ଏହି ପିଲାମାନେ ପରଉପକାରୀ ସ୍ଵଭାବ ଓ ଧାର୍ମିକ ସ୍ଵଭାବ ଅଧିକ ରହିଥାଏ । ଏମାନେ ପ୍ରଖର ବୁଦ୍ଧିର ଅଧିକାରୀ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ଓ ଜ୍ଞାନ କୌଶଳ ପ୍ରୟୋଗ କରି ବହୁତ କିଛି କାର୍ଯ୍ୟକୁ ସଫଳ କରିବାରେ ଉଦ୍ୟମ ରଖିଥାନ୍ତି ।

ମଧ୍ୟାହ୍ନ ୨ ରୁ ୪ ଟା ମଧ୍ୟରେ ଯେଉଁ ମାନେ ଜନ୍ମ ହୋଇଥାନ୍ତି । ଏମାନଙ୍କ ଜୀବନରେ ଅର୍ଥକୁ ନେଇ ବହୁ ସମୟରେ ସମସ୍ଯା ଆସିଥାଏ । ସେହି ସବୁ ସମସ୍ଯା ମଧ୍ୟରୁ ମଧ୍ୟ ଏମାନେ ନିଜ କାର୍ଯ୍ୟକୁ କରିବା ସହିତ ପରିବାର ପ୍ରତି ଅଧିକ ଯତ୍ନଶୀଳ ହୋଇପାରିଥାନ୍ତି । ଏହି ସବୁ କାରଣରୁ ଧୀରେ ଧୀରେ କରି ଆର୍ଥିକ ଅବସ୍ତା ଭଲ ହୋଇଯାଇଥାଏ ।

ସନ୍ଧ୍ୟା ୪ ରୁ ୬ ଟା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ବୈବାହିକ ଜୀବନକୁ ନେଇ ବେଳେ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏମାନେ ନିଜର ବାଣୀ ଓ କାର୍ଯ୍ୟକୁ ନିଜ ସଂଯମ ଅନୁସାରେ କରିବା ତାଙ୍କ ପାଇଁ ବହୁତ ଭଲ ରହିବ । ସନ୍ଧ୍ୟା ୬ ରୁ ୮ ମଧ୍ୟରେ ଜନ୍ମିତ ପିଲା ମାନେ ସମାଜ ସେବାରେ ଅଧିକ ମନନିବେଶ କରିଥାନ୍ତି ।

ରାତି ୮ ରୁ ୧୨ ମଧ୍ୟରେ ଜନ୍ମିତ ପିଲା ମାନେ ପ୍ରେମକୁ ନେଇ ବହୁତ ସିରିଏସ ରହିଥାନ୍ତି । କାମନା ଓ ବାସନା ପ୍ରତି ଏମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *