ଯେତେବେଳେ ବି ଆପଣ ଦୁଃଖ, କଷ୍ଟ, ଚିନ୍ତା ରେ ରହୁଛନ୍ତି ତା ହେଲେ ମନେ ରଖନ୍ତୁ ଶ୍ରୀ କୃଷ୍ଣଙ୍କ ଏହି 7 ଟି କଥା, ସବୁ ଦୁଃଖ କଷ୍ଟ ଦୂର ହୋଇଯିବ- Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି ।

ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ । ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଶ୍ରୀକୃଷ୍ଣ ଙ୍କ ଭଗବତ ଗୀତା ରେ ନାହିଁ । ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଗୀତା ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ଯେତେବେଳେ ମନୁଷ୍ୟ ଦୁଃଖ ଓ କଷ୍ଟ ରେ ରହିଥାଏ ସେତେବେଳେ ଶ୍ରୀକୃଷ୍ଣ ଙ୍କ ର ଏହି କଥା ଗୁଡିକୁ ମନେ ପକାଇବା ଦ୍ଵାରା ତା’ର ସବୁ କଷ୍ଟ ଓ ଚିନ୍ତା ଦୂର ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଜୀବନ ବଂଚିବା ନିମନ୍ତେ ମାତ୍ର ଦୁଇଟି ମାର୍ଗ ଅଛି । ଗୋଟିଏ ହେଉଛି ଜ୍ଞାନ ର ମାର୍ଗ ଓ ଅନ୍ୟଟି ହେଉଛି ସାଂସାରିକ ଜୀବନ,ଲୋଭ,ମୋହ ଇତ୍ୟାଦି । ମନୁଷ୍ୟ ନିଜ ମନର ଦାସ ହୋଇଥାଏ । ମନୁଷ୍ୟ ତାହା ହିଁ କରିଥାଏ ଯାହା ତା ମନ କହିଥାଏ । କେତେକ ମନୁଷ୍ୟ ଧନ ଓ ବନ୍ଧୁତା ପାଇବା ପରେ ମଧ୍ୟ ଖୁସି ରେ ରହି ନ ଥାନ୍ତି । ସେହିପରି ଲୋକଙ୍କୁ ସବୁବେଳେ ଦୁଃଖ ଚିନ୍ତା ଘେରି ହୋଇ ରହିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଆପଣ ବେଶୀ ସମୟ ଅନ୍ୟ ବିଷୟ ରେ ଚିନ୍ତା କରିବା ଉଚିତ ନୁହେଁ । ବରଂ ସେହି ସମୟ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଦ୍ଵିତୀୟ ଲୋକ ତୁ ଯାହା କରୁଛି ତାହା ତାର କର୍ମ ଅଟେ ତେଣୁ ଅନ୍ୟର କାମ ଉପରେ ନଜର ନ ରଖି ନିଜର କାମ ଉପରେ ଧ୍ୟାନ ଦେବା ଉଚିତ । ଶ୍ରୀକୃଷ୍ଣ କହିଛନ୍ତି ନର୍କ କୁ ଯିବାର ତିନୋଟି ମାର୍ଗ ହେଉଛି ଲୋଭ,କ୍ରୋଧ ଓ କାମନା । ତେଣୁ ଏହି ସବୁରୁ ଦୁରେଇ ରହିବା ଉଚିତ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କର କିନ୍ତୁ ଫଳ ର ଆଶା ରଖ ନାହିଁ କାରଣ କର୍ମ ସବୁବେଳେ ଭଲ ଫଳ ହିଁ ଦେଇଥାଏ । କଣ ହୋଇଥିଲା କଣ ହେଉଛି ଓ କଣ ହେବାକୁ ଯାଉଛି ଏହି ସବୁ ବିଷୟରେ ଆପଣ ସବୁବେଳେ ଚିନ୍ତା କରୁଥାନ୍ତି କିନ୍ତୁ ଆପଣ ବିତି ଯାଇଥିବା କାଲି କୁ ଠିକ କରିପାରିବେ ନାହିଁ ତେଣୁ ଆପଣ ସବୁବେଳେ ନିଜର ବର୍ତ୍ତମାନ କୁ ନେଇ ବଞ୍ଚନ୍ତୁ ଆଗତ ଓ ଭବିଷ୍ୟତ କଥା ଚିନ୍ତା କରନ୍ତୁ ନାହିଁ । ଶ୍ରୀକୃଷ୍ଣ ଙ୍କ ମତରେ ବର୍ତ୍ତମାନ ଯାହା ହେଉଛି ତାହାକୁ ବଦଳା ଯାଇ ପାରିବି ନାହିଁ ।

ତେଣୁ ଯାହା ବି ହେଉଛି ତାହା ଭଲ ହେଉଛି ଭାବି କରି ନିଜର କାର୍ଯ୍ୟ କରିଚାଲନ୍ତୁ । ଏହି ଶରୀର ଆପଣଙ୍କର ନୁହେଁ ଏହି ଶରୀର ପଞ୍ଚତତ୍ୱ ରୁ ସୃଷ୍ଟି ଓ ପୁଣି ସମୟ ଆସିଲେ ତାହା ସେଥିରେ ହିଁ ମିଶିଯିବ । ତେଣୁ ନିଜ ଶରୀର କୁ ନେଇ କେବେ ବି ଗର୍ବ କରନ୍ତୁ ନାହିଁ । କେବଳ ଆତ୍ମା ହିଁ ଆପଣଙ୍କ ର ହୋଇଥାଏ ।

ମନୁଷ୍ୟ ନିଜ ବିଶ୍ୱାସ ରୁ ଜନ୍ମ ହୋଇଥାଏ ତେଣୁ ନିଜ ଉପରେ ବିଶ୍ୱାସ ରଖି କର୍ମ କରିଲେ ସେ ଯେକୋୖଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିପାରେ । ଶ୍ରୀକୃଷ୍ଣ ଙ୍କ ଅନୁସାରେ ଭବିଷ୍ୟତ ରେ ବଞ୍ଚିବା ଅପେକ୍ଷା ବର୍ତ୍ତମାନ ରେ ବଂଚିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ତେଣୁ ଯେ ପର୍ଯ୍ୟନ୍ତ ଏହି ପାର୍ଥିବ ଶରୀର ରହିଛି ତା’କୁ କର୍ମ ରେ ସର୍ବଦା ନିୟୋଜିତ ରଖନ୍ତୁ । ଏହାଦ୍ବାରା ଜୀବନ ର ସବୁ ଦୁଃଖ, କଷ୍ଟ ଓ ଚିନ୍ତା ଦୂର ହୋଇଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *