ଡାଇବେଟିସ ରୋଗୀଙ୍କ ପାଇଁ ମହୋଷଧି ପଖାଳ ! ଏହା ବ୍ଯତୀତ ପଖାଳ ଖାଇଲେ ମିଳେ ଆହୁରି ଅନେକ ଫାଇଦା, ଜାଣନ୍ତୁ ତାହା କଣ Dr Chandan Gantayat ଙ୍କ ଠାରୁ

ନମସ୍କାର ବନ୍ଧୁଗଣ , ସୂଚନା ଅନୁସାରେ ପଖାଳ ଖାଇଲେ ମିଳେ ଏହି ସବୁ ଫାଇଦା । ଆଗ କଳାରେ ଆମେ ପଖାଳକୁ ଗରିବମାନଙ୍କ ଖାଦ୍ୟ ଭାବରେ ନେଇଥାଉ । କିନ୍ତୁ ଆମ ଦେଶରେ ଏହାର ଗୋଟିଏ ଦିବସ ରହିଛି ଯାହାକୁ ଆମେ ପାଳନ କରିଥାଉ । ପ୍ରଥମେ ଆପଣ ସମସ୍ତକୁ ପଖାଳ ଦିବସ ର ଶୁଭେଛା ।  ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ଚନ୍ଦନ ଗନ୍ତାୟତ ଦ୍ଵାରା । ଆମ ଜଗନାଥଙ୍କ ସଂସ୍କୃତି ରେ ମଧ୍ୟ  ପଖାଳ ଖାଇବାର ବିଷୟରେ ଲେଖାଯାଇଛି ।

ଧନୀ , ଗରିବ ନ କହି ସମସ୍ତ କୁ ପଖାଳ ଖାଇବା ଉଚିତ୍ । ବିଶେଷ କରି ଡାଇବେଟିସ ରୋଗ ଥିବା ବ୍ୟକ୍ତି ପାଇଁ ପଖାଳ ର ସେବନ ବହୁତ ଉପକାରୀ ସାଧିତ ହୋଇଛି । ଡାଇବେଟିସ ରୋଗ କୁ ନିରାକରଣ କରିବାର ଶକ୍ତି ପଖାଳ ଭାତ ରେ ରହିଥାଏ । କାରୋନା ପରେ ରିସର୍ଚ  ରୁ ଏହା ଜଣାପଡିଛି ଯେ ପଖାଳ ଭାତ କୁ ଖାଇବା ଦ୍ଵାରା ଆମ ଶରୀରର ଇମ୍ମୁନିଟି ବଢିଥାଏ ।

ତେଣୁ ଏହା ପର  ଠାରୁ ପ୍ରାୟ ସମସ୍ତେ ଏହାକୁ ଖାଇବାକୁ ଲାଗିଲେ । ଆମେ ଯେବେ ରାତ୍ରିରେ ଖାଇଲା ପରେ ଯେଉଁ ଭାତ ବଳି ଯାଇଥାଏ , ତାହାକୁ ଆମେ ପାଣି ଦେଇ  ବା ଲେମ୍ବୁ ଚିପୁଡି ଛାଡି  ହେଇଥାଉ ଏବଂ ସକାଳେ ଏହାକୁ ଖାଇଥାଉ । ପଖାଳ ଭାତରେ ଆଲିକା ସାକାରାଇଟସ୍ ରହିଥାଏ ଯାହା ଆମ ହଜମ ପ୍ରକ୍ରିୟା କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ପଖାଳ  ଭାତ ସହିତ ତୋରାଣି ଖାଇବା ଦ୍ଵାରା ଆମେ ହାଇଡ୍ରେଟେଡ ଅନୁଭବ କରିଥାଉ ।

ପଖାଳ ଭାତ ଖାଇବା ପରେ ଯେଉଁ ହାକୁଡି ଟିଏ ବାହାର କୁ ବାହାରିଥାଏ , ତାହା ଶରୀର କୁ ଭଲ ଅନୁଭବ ଦେବା ସହ ନିଉଟ୍ରେସନ ଏବଂ ହାଇଟ୍ରେସନ କୁ ବୃଦ୍ଧି କରିଥାଏ । ପଖାଳ ଖାଇବା ଦ୍ଵାରା ଏହା ଆମ ଶରୀରକୁ ଶକ୍ତି ଦେଇଥାଏ ଏବଂ ଏହା ସହିତ ଅନେକ ପ୍ରକାରର ଭଜା , କାକୁଡି ଖାଇବା ଦ୍ଵାରା ଏହା ଆହୁରି ଅଧିକ ବଳ ପ୍ରଦାନ କରିଥାଏ ।

ତେଣୁ ପଖାଳ ଭାତ କୁ ଗରିବ ଖାଦ୍ୟ ନ ଭାବି ଏହାକୁ ଖାଇବା ଉଚିତ୍ । ପଖାଳ କୁ ଆମେ ପ୍ରତେକ ଋତୁ ରେ ଖାଇପାରିବା  ଏହାର କୋଣସି ଋତୁ ନ ଥାଏ ମାତ୍ର ରାତି ସମୟରେ ଦହି ପଖାଳ ଖାଇବା ଅନୁଚିତ୍ ହୋଇଥାଏ । କାରଣ ଅନେକ ଲୋକମାନଙ୍କୁ ଦହି ପଡିନଥାଏ , ତେଣୁ ଏହାକୁ ନ ଖାଇବା ଉଚିତ୍ ।

ଯଦି ଏହାକୁ ତିନି  ବେଳା ଖାଇ ରହିବେ  କିଛି କାମ କରିବେ ନାହିଁ ତେବେ ଏହା ଦ୍ଵାରା ଆପଣଙ୍କ ଓଜନ ବଢିଥାଏ । ଭଗବାନଙ୍କ ପାଖରେ ମଧ୍ୟ ବହୁ ପ୍ରକାରର ପଖାଳ ହୋଇଥାଏ । ଆପଣ ମଧ୍ୟ ଏହାକୁ ଖାଆନ୍ତୁ ଏବଂ ଏହାର ଫାଇଦା ପାଆନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟ ବାଦ ।

Leave a Reply

Your email address will not be published. Required fields are marked *