ଧଳା ବାଳକୁ ମୂଳରୁ କଳା କରିବାର ଘରୋଇ ଉପାୟ ! କେଶ ଝଡିବା, ରୂପି ସମସ୍ଯା ବିଲକୁଲ ଗାୟବ…(Home Remedy for Hair Fall)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୫୦ ବର୍ଷ ପରେ କେଶ ଧଳା ଧୀରେ ଧଳା ହେବାକୁ ଆରମ୍ଭ କରିବା ଏକ ସାଧାରଣ ପ୍ରକ୍ରିୟା ଅଟେ । ଯଦି ୪୦ କିମ୍ବା ୫୦ ବର୍ଷ ବୟସ ପୂର୍ବରୁ କେଶ ଧଳା ହୋଇଯାଉଥାଏ । ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । କାରଣ ଧଳା କେଶ ସୁନ୍ଦରତାକୁ କମାଇ ଦେଇଥାଏ । ତେଣୁ  ପ୍ରାକୃତିକ ଭାବରେ ଧଳା କେଶକୁ କଳା କରିବାକୁ ଚାହୁଁଥିଲେ ନିହାତି ଏହି ଉପାୟକୁ କରି ଦେଖନ୍ତୁ ।

ଏହି ଉପାୟକୁ ପ୍ରସ୍ତୁତ କରିବାକୁ ସର୍ବ ପ୍ରଥମେ ଆପଣଙ୍କୁ ଆଳୁ ଚୋପାର ଆବଶ୍ୟକତା ରହିଛି । ଆଳୁ ଚୋପାରେ ଭିଟାମିନ – A, B ଓ C ମିଳିଥାଏ । ଆଳୁ ଚୋପାରେ ମୁଣ୍ଡରେ ବ୍ୟବହାର କରିବା ଦ୍ଵାରା ଏହା କେଶର ମୂଳରେ ଜମା ମଇଳାକୁ ଦୂର କରିବା ସହ ରୂପୀ ସମସ୍ଯାକୁ ସମାଧାନ କରିଥାଏ । ଆଳୁ ଚୋପାରେ ଏପରି ଉପାଦାନ ରହିଥାଏ । ଯାହା ବ୍ୟକ୍ତିର କେଶକୁ କଳା କରିବାରେ ସାହାଜ୍ଯ କରିଥାଏ ।

ତେଣୁ ଆପଣ ପ୍ରଥମେ ୪ ରୁ ୫ ଟି ଆଳୁକୁ ନେଇ ତାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ତାପରେ ସେହି ଆଳୁରୁ ଚୋପାକୁ ଛଡାଇ ଏକ ପାତ୍ରରେ ରଖନ୍ତୁ । ତାପରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ସେହି ପାଣିରେ ଆଳୁ ଚୋପାକୁ ପକାଇ ୧୫ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ ।

ପାଣି ଫୁଟି ସାରିଲା ପରେ ଏକ ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ପାଣିକୁ ଛାଣି ଦିଅନ୍ତୁ । ଯାହା ଫଳରେ ପାଣିରୁ ଚୋପା ଅଲଗା ହୋଇଯିବ । ତାପରେ ଯେଉଁ ପାତ୍ରରେ ଆଳୁ ଚୋପାର ପାଣି ରଖିଛନ୍ତି, ସେଥିରେ ୧ ଚାମଚ ଜଡା ତେଲ ମିଶାନ୍ତୁ । ଏହି ରେମିତିଟି ପ୍ରସ୍ତୁତ ହୋଇଗଲା । ଆପଣ ଏହାର କେଶରେ ପ୍ରୟୋଗ ଜାଣି ରଖନ୍ତୁ ।

ପ୍ରଥମେ କେଶକୁ ଭଲ ଭାବରେ ସାମ୍ପୁ କରିଦେବେ । ତାପରେ କେଶକୁ ହାଲ୍କା ପୋଛି ସାରିବା ପରେ ପ୍ରସ୍ତୁତ କରିଥିବା ରେମିଡିକୁ କେଶରେ ଭଲ ଭାବରେ ଲଗାଇ ୩୦ ରୁ ୩୫ ମିନିଟ ପର୍ଯ୍ୟନ୍ତ ଲଗାଇକି ରଖି ତାପରେ ସାଧାରଣ ପାଣିରେ ଧୋଇ ଦିଅନ୍ତୁ । ଏହା ଛଡା ଆଳୁ ଚୋପା ପାଣିରେ ଅଧ ଚାମଚ ଗୋଲାପ ଜଳ ମିଶାଇ ମଧ୍ୟ କେଶରେ ଲଗାଇ ପାରିବେ ।

ଏହି ୨ ଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟକୁ କରି ନିଜ ପାଚି ଯାଇଥିବା ଧଳା କେଶକୁ ପ୍ରାକୃତିକ ଉପାୟରେ କଳା କରନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏହି ଉପାୟକୁ କରନ୍ତୁ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ସହ ଯୋଡି ହୋଇ ରୁହନ୍ତୁ । ଏହା ସହିତ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରିନିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *