ପଢିବାର 15 ମିନିଟ ପୂର୍ବରୁ କରନ୍ତୁ ଏହି ଉପାୟ ଆଉ ଦେଖନ୍ତୁ ଚମତ୍କାର, ସବୁ ପାଠ ମନେ ରହିବ (Best Study Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଦ୍ୟା ଅଧୟନ ସମସ୍ତଙ୍କ ଜୀବନରେ ବହୁତ ଅଧିକ ଦରକାର ହୋଇଥାଏ । କାରଣ ବିଦ୍ୟା ବଳରେ ଆମେ ଦୁନିଆ ବିଷୟରେ ବହୁତ କିଛି ଜାଣିପାରିଥାଉ । ତେଣୁ ପ୍ରତ୍ଯେକ ପିଲା ନିଜର ବୁଦ୍ଧିକୁ ବଢାଇବା ପାଇଁ ଚାହୁଁଥିଲେ ତାକୁ ସଂପୂର୍ଣ୍ଣ ଫୋକୋଷ ସହ ପାଠ ପଢିବା ଦରକାର । ବହୁତ ପିଲା ପାଠ ପଢିବାକୁ ବସିଥାନ୍ତି ସତ କିନ୍ତୁ ପାଠ ପଢିବା ମାତ୍ରେ ତାଙ୍କ ମନ ଅନ୍ୟ କୁଆଡେ ରହିଜାଇଥାଏ ।

ଯାହା ଦ୍ଵାରା ଘଣ୍ଟା ଘଣ୍ଟା ଧରି ପଢିବା ଦ୍ଵାରା ମଧ୍ୟ ପାଠ ମନେ ରୁହେ ନାହିଁ । ପାଠ ନରହିବାର ମୁଖ୍ୟ କାରଣ ହେଉଛି ପିଲାଙ୍କ ପାଖରେ ପାଠ ପ୍ରତି କନସନଟ୍ରେସନ ବା ଫୋକୋଷର ଅଭାବ । ସେଥିପାଇଁ ପାଠ ପଢିବା ସମୟରେ କେବଳ ଧ୍ୟାନପୂର୍ବକୁ ପାଠ ପଢିବା ଉଚିତ ।

ଏହା ସହିତ ପଢିବା ସମୟରେ ଅନ୍ୟ କୌଣସି ଜିନିଷ ଉପରେ ମନ ଦେବା ଉଚିତ ନୁହେଁ । ଯଦି ନିଜର କନସନଟ୍ରେସନ ପାୱାର ବଢାଇବା ପାଇଁ ଚାହୁଁଛନ୍ତି । ତେବେ ନିହାତି ଭାବରେ ଏହି ଉପାୟକୁ କରିବା ଉଚିତ । ସେହି ଉପାୟଟି ହେଉଛି ପ୍ରତିଦିନ ଗୋଟିଏ ଇଂରାଜୀ ନ୍ଯୁଜ ପେପର ଧରି ବସି ପଢନ୍ତୁ । ସେହି ପେପରର କୌଣସି ଏକ ନ୍ଯୁଜର ପାରାଗ୍ରାଫକୁ ବାଛି ପଢିବାକୁ ଆରମ୍ଭ କରି ଦିଅନ୍ତୁ ।

ସେହି ପାରାଗ୍ରାଫରେ ଯେତେ ସବୁ E ଅକ୍ଷର ଅଛି । ସବୁ E ଅକ୍ଷର ଗୁଡିକୁ ପେନ୍ସିଲ ସାହାଜ୍ଯରେ ଗୋଲ କରି ଦିଅନ୍ତୁ । ଏପରି କିଛି ଦିନ ପେପର ସାହାଜ୍ଯରେ କରିବା ଦ୍ଵାରା ଆପଣଙ୍କ କନସନଟ୍ରେସନ ପାୱାର ବଢିଯିବ । ଆପଣ ଚାହିଁଲେ E ଅକ୍ଷର ବଦଳରେ କୌଣସି ପ୍ରକାର ଅକ୍ଷରକୁ ମଧ୍ୟ ବାଛିପାରିବେ ।

ଆପଣ ଚାହିଁଲେ ଓଡିଆ ପେପର ଆଣି ସେହି ପେପରରେ ଥିବା ଏତେ ସାରା ନ୍ଯୁଜରୁ କୌଣସି ଏକ ନ୍ଯୁଜକୁ ପଢି ସେଥିରେ ଥିବା କୌଣସି ଏକ ନିର୍ଦ୍ଧିଷ୍ଟ ଅକ୍ଷର ବାଛି ତାହାକୁ ଗୋଲ ବୁଲାନ୍ତୁ । ଏପରି କରିବା ଦ୍ଵାରା ବ୍ରେନର ଏକ୍ସରସାଇଜ ହୋଇଥାଏ । ବ୍ରେନ କୌଣସି ଏକ ନିର୍ଦ୍ଧିଷ୍ଟ ଜିନିଷ ଉପରେ ଫୋକୋଷ କରି କରି ନିଜର ମସ୍ତିସ୍କର କନସନଟ୍ରେସନ ଶକ୍ତି ବଢିଯାଇଥାଏ ।

ଆପଣ ଏହି ଉପାୟ କରିସାରିବା ପରେ ଯେତେବେଳେ ମଧ୍ୟ ପାଠ ପଢିବା ପାଇଁ ବସିବେ । ସେତେବେଳେ ଆପଣଙ୍କର ଧ୍ୟାନ ପାଠରୁ ଲକ୍ଷବିଚ୍ଯୁତ ହୋଇବ ନାହିଁ । ପାଠ ଉପରେ ହିଁ ଲକ୍ଷ୍ୟ ରହିବ । କାରଣ ଜଣେ ପିଲା ଘଣ୍ଟା ଘଣ୍ଟା ଧରି ପଢିବା ଅପେକ୍ଷା ଅଳ୍ପ ସମୟରେ ମଧ୍ୟ ପାଠକୁ ମନେ ରଖିପାରିବ।

ଯଦି ସେ ନିଜର ମସ୍ତିସ୍କକୁ ଶକ୍ତିଶାଳୀ କରିପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *