କାହିଁକି ଦାନ୍ତ ପୋକ ଖାଏ ? ଘରେ ବସି ଏହାକୁ କିପରି ଭଲ କରିବେ ? Dr Shweta Sharma

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦାନ୍ତ ହେଉଛି ଆମ ମୁଖମଣ୍ଡଳର ଏକ ସୁନ୍ଦରତାର ବୈଶିଷ୍ଠ । ଦାନ୍ତର ପ୍ରତିଦିନ ଯତ୍ନ ନେବା ଦ୍ଵାରା ଦାନ୍ତ ସୁନ୍ଦର ଓ ସୁସ୍ଥ ରହିଥାଏ । ଦାନ୍ତରେ କିଛି କଳା ଦାଗ ପଡି ଦାନ୍ତ ଯନ୍ତ୍ରଣା ହେବାକୁ ଲାଗିଲେ । ବହୁତ ଲୋକ ତାକୁ ଦାନ୍ତ ପୋକ କାଟିଛି ବୋଲି କହିଥାନ୍ତି । ଯାହାକୁ ମେଡିକାଲ ଭାଷାରେ ଦାନ୍ତରେ କ୍ୟାଭିଟି ହୋଇଛି ବୋଲି କୁହାଯାଇଥାଏ । ଆଜି ଏହା ଉପରେ ସବିଶେଷ ଆଲୋଚନା କରିବା ।

ଓରାଲ କ୍ୟାଭିଟିରେ ବହୁତ ସାରା ବ୍ୟାକ୍ଟେରିଆ ରହିଥାଏ । ଯେତେବେଳେ ଆମେ ଖାଦ୍ୟ ଖାଇ ଦାନ୍ତକୁ ଠିକ ଭାବରେ ସଫା କରି ନଥାଉ । ସେତେବେଳେ ସେଠାରେ ଥିବା ବ୍ୟକ୍ଟେରିଆ ଗୁଡିକ ପାଟିରେ ରହିଯାଇଥିବା ଖାଦ୍ୟର ଅବଶେଷକୁ ବ୍ୟାକେଟେରିଆ ଗୁଡିକ ଏସିଡରେ ପରିଣତ କରଦେଇଥାନ୍ତି ।

ଦାନ୍ତରେ ୩ ଟି ଲେୟର ରହିଥାଏ । ପ୍ରଥମ ଉପର ଲେୟରକୁ ଏନାମେଲ କୁହାଯାଇଥାଏ । ତା ତଳ ଲେୟରକୁ ଡେନଟିନ ଓ ତା’ ତଳ ଲେୟରକୁ ପଳ୍ପ କୁହାଯାଇଥାଏ । ଯେତେବେଳେ ଦାନ୍ତର ଉପର ଭାଗରେ ଖାଦ୍ୟ ଜମା ହୋଇ ରହିଥାଏ । ସେତେବେଳେ ବ୍ୟାକ୍ଟେରିଆ ମାନେ ଖାଦ୍ୟକୁ ଏସିଡରେ ପରିଣତ କରାଇଦେଇଥାନ୍ତି । ସେଠାରେ ଥିବା ମିନେରାଲ ନଷ୍ଟ ହୋଇଯାଇଥାଏ ।

ଯାହାକି ଦାନ୍ତର ଉପର ଲେୟର ଯାହାକୁ ଏନାମେଲ କୁହାଯାଇଥାଏ । ସେହି ଜାଗାରେ ଗର୍ତ୍ତ ସଦୃଶ ହୋଇ କଳା ପଡିଯାଇଥାଏ । ଯାହାକୁ ଦାନ୍ତରେ ପୋକ ଲାଗିଛି ବା କ୍ୟାଭିଟି ହୋଇଗଲା ବୋଲି କୁହାଯାଇଥାଏ । ସେଠାରେ କୌଣସି ପ୍ରକାର ପୋକ ଆସି କାମୁଡି ଦାନ୍ତକୁ ନଷ୍ଟ କରିନଥାଏ ବଂର ଦାନ୍ତରେ ଖାଦ୍ୟର ଅବଶେଷ ଜମି ବ୍ୟକ୍ଟେରିଆଙ୍କ ଦ୍ଵାରା ଏସିଡରେ କନଭେର୍ଟ ହୋଇ ସେହି ଏସିଡ ହିଁ ଦାନ୍ତରେ କ୍ୟାଭିଟି ଭଳି ସମସ୍ଯାକୁ ଜନ୍ମ ଦେଇଥାଏ ।

ବହୁତ ଲୋକଙ୍କର ଧାରଣା ଅନୁସାରେ ଦାନ୍ତରେ କ୍ୟାଭିଟି କେବଳ ପଛ ଦାନ୍ତରେ ହିଁ ହୋଇଥାଏ । ସେପରି କହିବାକୁ ଗଲେ ଦାନ୍ତର ପଛ ଭାଗରେ ବି କ୍ୟାଭିଟି ହେବା ସହ ଦାନ୍ତର ମଧ୍ୟବର୍ତ୍ତୀ ସ୍ଥାନରେ ମଧ୍ୟ କ୍ୟାଭିଟି ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ଦାନ୍ତରେ କ୍ୟାଭିଟି ନହେବା ପାଇଁ ଦାନ୍ତକୁ ପ୍ରତିଦିନ ସକାଳେ ଓ ରାତି ସମୟରେ ବ୍ରସ ସାହାଜ୍ଯରେ ସଠିକ ଢଙ୍ଗରେ ଘଷି ପରିଷ୍କାର କରି ରଖିବା ଉଚିତ ।

ଯେଉଁ ମାନଙ୍କର ଦାନ୍ତରେ କ୍ୟାଭିଟି ହୋଇଯାଇଥାଏ । ସେମାନଙ୍କୁ ପ୍ରଥମରୁ ହିଁ ଦନ୍ତ ଚିକିତ୍ସାଳୟରେ ଦାନ୍ତକୁ ଦେଖାଇ ନିଜର ପ୍ରପର ଚିକିତ୍ସା କରାଇନେବା ଉଚିତ । ନଚେତ ଯଦି ଦାନ୍ତର ଉପର ଲେୟରରୁ ଯଦି ଭିତର ଲେୟର ପର୍ଯ୍ୟନ୍ତ କ୍ୟାଭିଟି ବଢି ବଢି ଯାଇଥାଏ । ତେବେ ଦରକାର ପଡିଲେ ଦାନ୍ତକୁ ମୂଳରୁ ଉପଡିବାକୁ ମଧ୍ୟ ପଡିଥାଏ ।

ତେବେ ଦନ୍ତ ଜନିତ ସମସ୍ଯାର ଚିକିତ୍ସାକୁ ହେଳା ନକରି ଡାକ୍ତରଙ୍କର ପରାମର୍ଶ ନେଇଯିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *