କଣ ରାତିରେ ଭଲ ନିଦ ହେଉ ନାହିଁ ? ଗଭୀର ନିଦରେ ଶୋଇବା ପାଇଁ ଜାଣି ରଖନ୍ତୁ 5 ଟି ଜବରଦସ୍ତ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ପ୍ରାଣୀକୁ ନିଦ୍ରାର ଆବଶ୍ୟକତା ନିହାତି ଭାବରେ ହୋଇଥାଏ । କାରଣ ଶୋଇବା ଦ୍ଵାରା ବ୍ୟକ୍ତିର ମାନସିକ ଓ ଶାରୀରିକ ସ୍ତରରେ ସନ୍ତୁଳନ ରହିଥାଏ । ବହୁତ ଲୋକଙ୍କୁ ରାତିରେ ଠିକ ଭାବରେ ନିଦ ହୋଇନଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ଠିକ ସେ ନିଦ ହିଁ ହୋଇନଥାଏ । ଆଜି ଆପଣ ମାନେ ୫ ଟି ବେଷ୍ଟ ଉପାୟ ଶୋଇବା ପାଇଁ ଜାଣିବାକୁ ପାଇବେ ।

ଶୋଇବାର ଉପାୟ ଜାଣିବା ପୂର୍ବରୁ ଶୋଇବା ଦ୍ଵାରା ଶରୀରରେ ହେଉଥିବା ଫାଇଦା ଜାଣି ରଖନ୍ତୁ । ଯେପରି ଫୋନକୁ ଚାର୍ଜ କରିବା ଦ୍ଵାରା ଫୋନ ଚାଲିଥାଏ । ସେପରି ଶୋଇବା ଦ୍ଵାରା ବ୍ୟକ୍ତିର ଶରୀର ସକାଳୁକୁ ସଂପୂର୍ଣ୍ଣ ଚାର୍ଜ ହୋଇଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତି ସତେଜ ଓ ଫୁର୍ତ୍ତି ମନ ସହ ସକାଳ ଆରମ୍ଭ ହୋଇଥାଏ । ରାତିରେ ଶୋଇବା ସମୟରେ ଶରୀରର ମୃତ ଚର୍ମ ଗୁଡିକ ବାହାରି ନୂତନ ଚର୍ମ ତିଆରି ହୋଇଥାଏ ।

ଏହା ସହ ଶରୀରରେ ଅନେକ କିଛି ଶୋଇବା ସମୟରେ ହିଁ ହୋଇଥାଏ । ତେଣୁ ବ୍ୟକ୍ତି ରାତିରେ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଉଚିତ । ଶୋଇବା ପାଇଁ ପ୍ରଥମ ଉପାୟଟି ହେଉଛି । ରାତିରେ ଶୋଇବା ସମୟରେ ଘରକୁ ସଂପୂର୍ଣ୍ଣ ଅନ୍ଧକାର କରି ଶୋଇବା ଉଚିତ ଉଚିତ । ଯାହା ଦ୍ଵାରା ବ୍ୟକ୍ତି ଆରାମରେ ଶାନ୍ତି ସହକାରେ ଶୋଇପରିବ ।

ଦିତୀୟରେ  ଶୋଇବାର ୧ ଘଣ୍ଟା ପୂର୍ବରୁ ଇଲୋକଟ୍ରୋନିକ ଜନ୍ତ୍ରର ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । କାରଣ ଶୋଇବା ସମୟରେ ଯଦି ମୋବାଇଲର କୌଣସି ପ୍ରକାର ଭିଡିଓ କିମ୍ବା କିଛି ସୋସିଆଲ ମିଡିଆ ଜିନିଷ ଦେଖିକି ଶୋଇଥାନ୍ତି । ତେବେ ରାତିରେ ବ୍ୟକ୍ତି ହୁଏ ତ ଶୋଇପଡିଥାଏ କିନ୍ତୁ ବ୍ରେନରେ ସେହି ସବୁ କଥା ଘୁରି ବୁଲୁଥାଏ । ତେବେ ବ୍ୟକ୍ତି ଶୋଇ ମଧ୍ୟ ବ୍ରେନକୁ ପ୍ରପର ରେସ୍ଟ ମିଳିପାରିନଥାଏ ।

ତୃତୀୟରେ ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ଗରମ ପାଣିରେ ଗୋଡକୁ କିଛି ସମୟ ବୁଡାଇ ଶୁଅନ୍ତୁ । ଦେଖିବେ ବହୁତ ଶୀଘ୍ର ବ୍ୟକ୍ତି ଗଭୀର ନିଦ୍ରାରେ ଆରାମରେ ଶୋଇପରିବ । କାରଣ ପାଦକୁ ଗରମ ପାଣିରେ ବୁଡାଇ ରଖିବା ଦ୍ଵାରା ପାଦ ଠାରୁ ଆରମ୍ଭ କରି ଶରୀରର ସମସ୍ତ ସ୍ନାୟୁ ଗୁଡିକ ରିଲାକ୍ଷ ହୋଇଯାଇଥାନ୍ତି ।

ଚତୁର୍ଥରେ ଶୋଇବାର ୨ ରୁ ୩ ଘଣ୍ଟା ପୂର୍ବରୁ ଖାଇକି ଶୋଇବା ଉଚିତ । ନଚେତ ସଙ୍ଗେ ସଙ୍ଗେ ଖାଇକି ଶୋଇବା ଦ୍ଵାରା ଶରୀର ତାକୁ ହଜମ କରିବାକୁ ବହୁତ ସମୟ ଲଗାଇ ଦେଇଥାଏ । ଯାହା ଦ୍ଵାରା ବଡିକୁ ପ୍ରପର ରେସ୍ଟ ମିଳି ପାରିନଥାଏ ଓ ଗଭୀର ନିଦରେ ବ୍ୟକ୍ତି ଶୋଇପାରିନଥାଏ । ଯଦି ବିଳମ୍ବରେ ଖାଉଥାନ୍ତି, ତେବେ ଲାଇଟ ଖାଦ୍ୟ ଖାଇକି ଶୁଅନ୍ତୁ ।

ପଞ୍ଚମ ଉପାୟରେ ଶୋଇବା ପୂର୍ବରୁ ଦିନ ସାରା କରିଥିବା କାମ, ରାଗ ଓ ରୁଷା ସବୁର ଟେନସନକୁ ମୁଣ୍ଡରୁ ବାହାର କରି ହିଁ ଶୁଅନ୍ତୁ । ତେବେ ଯାଇ ବ୍ୟକ୍ତି ରାତିରେ ସଠିକ ଭାବେ ଗଭୀର ନିଦ୍ରାରେ ଶୋଇପରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *