ଦହି ସହିତ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ, ନହେଲେ ପରେ ବହୁତ ପସ୍ତେଇବେ- Health Tips

ଆୟୁର୍ବେଦ ଅନୁସାରେ ଏପରି କେତେକ ଜିନିଷ ରହିଛି ଯେଉଁ ଗୁଡିକୁ ଏକା ସାଥିରେ ଏକା ସମୟରେ ସେବନ କରିବା ଅନୁଚିତ୍ ଅଟେ । ଯେପରି ଆମେ ପ୍ରାୟତଃ ଭୋଜନରେ ଏକାଧିକ ଜିନିଷ ଏକାଠି ଖାଇ ଦେଉ ।

ମାତ୍ର ଏହି ଜିନିଷ ଗୁଡିକୁ ଏକାଠି ଖାଇବା ଦ୍ଵାରା ଆପଣଙ୍କ ଶରୀରର କୌଣସି ଅଙ୍ଗ ଫୁଲି ଯାଇପାରେ କିମ୍ବା ଚର୍ମରେ ଛଉ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡିକୁ ଦହି ସହ ଖାଇବା ଉଚିତ୍ ନୁହେଁ । ପ୍ରଥମରେ ହେଉଛି ଦହି ସହ ତରଭୁଜ ଖାଇବା ଉଚିତ୍ ନୁହେଁ । କାରଣ ଦହି ସହ ତରଭୁଜ ଖାଇବା ଦ୍ଵାରା ଆପଣ ଚେତାଶୂନ୍ୟ ହୋଇ ଯାଇ ପାରନ୍ତି ଏବଂ ଆପଣଙ୍କ ଶରୀରର ଯେକୌଣସି ଅଙ୍ଗ ଫୁଲାଇ ଦେଇପାରେ । 

ସେଥିପାଇଁ ଯେଉଁ ଦିନ ଦହି ଖାଉଛନ୍ତି ସେଦିନ ତରଭୁଜ ଖାଆନ୍ତୁ ନାହିଁ । ଖାସ୍ କରି ଦହି ଖାଇବାର ଘଣ୍ଟାଏ ରୁ ଦୁଇ ଘଣ୍ଟା ମଧ୍ୟରେ କେବେ ହେଲେ ତରଭୁଜ ଖାଆନ୍ତୁ ନାହିଁ । 

ଦ୍ବିତୀୟରେ ଦହି ସହ ମାଛ ଖାଇବା ଉଚିତ୍ ନୁହେଁ । ଦହି ସାଙ୍ଗେ ଏକାଠି ମାଛ ଖାଇବା ଦ୍ଵାରା ଆପଣଙ୍କ ଚର୍ମରେ ଛଉ ବା ଧଳା ଦାଗ ହୋଇପାରେ । ସେଥିପାଇଁ ଦୁଗ୍ଧ ସହ ହେଉ ବା ଦହି ସହ ହେଉ, ବିଲକୁଲ ମଧ୍ୟ ମାଛ ଖାଆନ୍ତୁ ନାହିଁ ।

ତୃତୀୟରେ ଯେଉଁମାନଙ୍କୁ ଡାଇବେଟିସ ସମସ୍ଯା ଅଛି କିମ୍ବା ମୋଟାପଣ ବା ମେଦ ବହୁଳତା ଆଦି ସମସ୍ଯା ରହିଛି, ସେମାନେ ସକାଳୁ ଉଠି କେବେ ମଧ୍ୟ ଦହିରେ ଚିନି ମିଶାଇ ଖାଆନ୍ତୁ ନାହିଁ । ଚିନିରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥିବାରୁ ଏହା ଡାଇବେଟିସ ଓ ମୋଟାପଣ ଉଭୟକୁ ବୃଦ୍ଧି କରି ଦେଇ ପାରେ । 

ଚତୁର୍ଥରେ ଦହି ସହ ଲେମ୍ବୁ ମଧ୍ୟ ଖାଆନ୍ତୁ ନାହିଁ । ଏହା ଦ୍ଵାରା ପେଟରେ ଗ୍ଯାସ ସମସ୍ଯା ବଢିଥାଏ । ଯଦି ଆପଣଙ୍କର ଗ୍ଯାସ ସମସ୍ଯା ଆଗରୁ ହିଁ ଅଛି ତେବେ ପୂର୍ବରୁ ହିଁ ସାବଧାନ ହୋଇଯାନ୍ତୁ ଓ ଦହି ଏବଂ ଲେମ୍ବୁ କେବେ ମଧ୍ୟ ଏକାଠି ଖାଆନ୍ତୁ ନାହିଁ । 

ପଞ୍ଚମରେ ଦହି ସହ ଥଣ୍ଡା ପାନୀୟ ବିଲକୁଲ ମଧ୍ୟ ପିଇବା ଉଚିତ୍ ନୁହେଁ, ଏହାଦ୍ଵାରା ଆପଣଙ୍କୁ ବାନ୍ତି ମଧ୍ୟ ହୋଇପାରେ । ଥଣ୍ଡା ପାନୀୟ ଗୁଡିକରେ ମଧ୍ୟ ଅଧିକ ମାତ୍ରାରେ ଶର୍କରା ବା କାର୍ବୋହାଇଡ୍ରେଟ ରହିଛି ଯାହା ଦହି ସହ ସେବନ କଲେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । 

ଷଷ୍ଠ ସାମଗ୍ରୀ ଯାହା ଆପଣ ଦହି ସହ ସେବନ କରିବା ଉଚିତ୍ ନୁହେଁ, ତାହା ହେଉଛି ଲବଙ୍ଗ । ଏହା ଏକାଠି ଖାଇବା ଦ୍ଵାରା ଝା-ଡା ଓ ଗ୍ଯା-ସ ପରି ପେଟ ସମସ୍ଯା ହୋଇପାରେ ।

ଶେଷରେ ହେଉଛି ଦହି ଓ ଦୁଗ୍ଧ ମଧ୍ୟ କେବେ ଏକାଠି ଖାଇବା ଉଚିତ ନୁହେଁ । ଏହି ଦୁଇଟି ଯାକ ଜିନିଷ ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥିଲେ ମଧ୍ୟ ଏହାକୁ କେବେ ମଧ୍ୟ ଏକାଠି ଖାଆନ୍ତୁ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *