ଚା’ର ପ୍ରକୃତ ସତ ! ଚାହା ପିଇବା ଉଚିତ କି ନୁହେଁ ? ଜାଣନ୍ତୁ ଚା’ ପିଇବାର ସଠିକ ଉପାୟ

ନମସ୍କାର ବନ୍ଧୁଗଣ, ସବୁଦିନ ସକାଳୁ ଆମ ଭାରତୀୟ ମାନଙ୍କ ଅଭ୍ୟାସ ରହିଛି ଚାହା ପିଇବା । ଚାହା ମଣିଷକୁ ଥକାପଣରୁ ଆରାମ ଦେବା ସହ ଶରୀରରେ ଊର୍ଜା ଆଣିଦେଇଥାଏ । ତେଣୁ ଚାହାର ସେବନ ଦୈନନ୍ଦିନ ଜୀବନରେ ନିତାନ୍ତ ଆବଶ୍ୟକ ବୋଲି ଆମେ ଭାବିଥାଉ । ତେବେ ଚାହା ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ଏବଂ କେତେ ହାନୀକାରକ ତାହା ସମ୍ପର୍କରେ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଆଉ ଡେରି ନକରି ଆସନ୍ତୁ ଜାଣିବା ଚାହା ସହ ଜଡିତ ଥିବା ପ୍ରକୃତ ସତ । ଚାହା ଭିତରେ ଏକ ଆଣ୍ଟି ଆକ୍ସିଡେଣ୍ଟ ମିଳିଥାଏ ଯାହାକୁ କୁହାଯାଏ ପୋଲିଫିନୋନ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟୀ ହୋଇଥାଏ । ଏହି ଅକ୍ସିଡେଣ୍ଟ ଅନେକ ପ୍ରକାର ରୋଗ ଠାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିଥାଏ । ପୋଲିଫେନନର ମାତ୍ରା ଯଦି ଆପଣଙ୍କ ଶରୀରରେ ଅଧିକ ରହିଥାଏ ତେବେ ଆପଣଙ୍କ ଠାରେ ଡାଇବେଟିସ ହେବାର ଆଶଙ୍କା କମି ଯାଇଥାଏ ।

ଆପଣଙ୍କ ମୋଟାପଣ ମଧ୍ୟ ଏହା ପାଇଁ ଘଟିଥାଏ । ଯଦି ଆପଣ ପ୍ରତ୍ୟକ ଦିନ ନାଲି ଚାହାର ସେବନ କରୁଛନ୍ତି ତେବେ ଆପଣଙ୍କ ଠାରେ ହାର୍ଟ ଆଟାକ ଷ୍ଟ୍ରୋକ ଏବଂ ଡାଇବେଟିସ ହେବାର ଆଶଙ୍କା ବହୁତ କମ ରହିଥାଏ । ନାଲି ଚାହା ପିଇବା ଦ୍ଵାରା ଆପଣଙ୍କ ବଢିଥିବା କୋଲେଷ୍ଟ୍ରଲ ମଧ୍ୟ କମ ହୋଇଥାଏ ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ରହିଛି ତେବେ ଆପଣ ନାଲି ଚାହର ସେବନ କରିବା ଅନୁଚିତ କାରଣ ନାଲି ଚାହାର ସେବନ ଦ୍ଵାରା ବ୍ଲଡ ପ୍ରେସର ବଢିଯାଇଥାଏ ବୋଲି କୁହାଯାଏ କିନ୍ତୁ ପରୀକ୍ଷଣରୁ ଏହା ପ୍ରମାଣ ମିଳିଛି କି ଆପଣ ପ୍ରତିଦିନ ନାଲି ଚାହା ପିଇବା ଫଳରେ ଆପଣଙ୍କ ଉଚ୍ଚ ରକ୍ତଚାପ କମିଥାଏ ବା ଆପଣଙ୍କ ଉଚ୍ଚ ରକ୍ତଚାପ ଏବଂ କମ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତେଣୁ ଆପଣଙ୍କୁ ପ୍ରତ୍ୟକ ଦିନ ନାଲି ଚାହାର ସେବନ କରିବା ଦ୍ଵାରା ଶରୀରରେ କୌଣସି କ୍ଷତି ପହଞ୍ଚି ନଥାଏ ।

ଚାହାର ସେବନ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ଆପଣ ଚାହା ପିଇବା ଦ୍ଵାରା ବ୍ଲଡରେ ଥିବା ଭଲ ବ୍ୟକ୍ଟେରିଆ ବଢିବାକୁ ଲାଗିଥାଏ । ଏବଂ ଶରୀରରେ ରହିଥିବା ଖରାପ ବ୍ୟକ୍ଟେରିଆ ନଷ୍ଟ ହେବାକୁ ଲାଗିଥାଏ । ଯଦି ଆପଣ ଚାହାର ଅଧିକ ସେବନ କରୁଛନ୍ତି ତେବେ ଆପଣଙ୍କୁ ଏହାର ଫାଇଦା ମିଳିବା ବଦଳରେ କ୍ଷତି ମିଳିଥାଏ । ଆପଣ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଯଦି ଚାହା ପିଅନ୍ତି ତେବେ ଏହା ଆପଣଙ୍କ ଖାଇବାରେ ଥିବା ଆଇରନକୁ ନଷ୍ଟ କରିଦେଇଥାଏ ।

ଯାହାଫଳରେ ଆପଣଙ୍କ ଶରୀରରେ ରକ୍ତ ଅଭାବ ଦେଖା ଦେଇଥାଏ ଏହି କାରଣ ହେତୁ । ତେଣୁ ଆପଣଙ୍କୁ ଖାଇସାରିବା ପରେ ତୁରନ୍ତ ଚାହା ପିଇବା ଅନୁଚିତ । ଯେଉଁ ବ୍ୟକ୍ତି ଅଧିକ ମାତ୍ରାରେ ଚାହା ପିଅନ୍ତି ତାଙ୍କ ଠାରେ ବିଚଳିତ ମନୋଭାବ ଦେଖା ଦେଇଥାଏ । ଏହା ଆପଣଙ୍କୁ ଠିକରେ ନିଦ ହେବାକୁ ଦେଇନଥାଏ । ଅଧିକ ଚାହାର ସେବନ ଆପଣଙ୍କ ହଜମ ପ୍ରଣାଳୀକୁ କମ କରିଦେଇଥାଏ ଯାହା ଫଳରେ ଆପଣଙ୍କୁ ଭୋକ ଲାଗି ନଥାଏ ।

ଯଦି ଆପଣ କ୍ଷୀର ଚାହା ବନାଉଛନ୍ତି ତେବେ ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଚାହାକୁ ଫୁଟାଇବା ଆବଶ୍ୟକ । ସମସ୍ତ ଦୃଷ୍ଟିରୁ ଶରୀର ପାଇଁ ନାଲି ଚାହା ହିଁ ଭଲ ହୋଇଥାଏ । ଗୋଟିଏ ଦିନରେ ଆପଣ 2 ରୁ 3 କପ ଚାହା ପିଇ ପାରିବେ ଏହା ଆପଣଙ୍କ ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *