Malika Bachana- ବ୍ରାହ୍ମଣ’ଙ୍କ ଏହି କର୍ମ ଦେବ କଳିଯୁଗ ଅନ୍ତ ସଂକେତ ?

ନମସ୍କାର ବନ୍ଧୁଗଣ ତେବେ ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ । ତେବେ ସମୟ ସ୍ରୋତ ରେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ବର୍ଣ୍ଣିତ ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି ।

ମାଳିକା ରେ ଯାହା ସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବା କୁ ମିଳୁଛି । ଏହାର ଉଦାହରଣ ଭାବରେ ଆପଣ ବର୍ତ୍ତମାନ ର କୋରନା ପରିସ୍ଥିତି କୁ ନେଇପାରିବେ । ମାଳିକା ରେ ଯେଉଁ ଭଳି ଭାବରେ ବର୍ଣ୍ଣନା କରାଯାଇ ଥିଲା କି ଏକ ଅଜଣା ରୋଗ ଆସିବ ଆଉ ସାରା ବିଶ୍ୱ କୁ ଅସ୍ତ ବ୍ୟସ୍ତ କରିଦେବ ଆଉ କୋଭିଡ-୧୯ ସେହିପରି ହିଁ ଥିଲା ।

ତେବେ ବର୍ତ୍ତମାନ ମଧ୍ୟ ଅନେକ ସାଧୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ମାଳିକା ରେ ଥିବା ସମସ୍ତ ଗାର ଅର୍ଥାତ ଲିପି କୁ ଅନୁଧ୍ୟାନ କରି ଆମ ସାମ୍ନା ଙ୍କୁ ନେଇ ଆସନ୍ତି । ତେବେ ମହାପୁରୁଷ ମାନେ କଳି ଯୁଗର ଅନ୍ତ୍ବ ସମୟରେ କଣ ସବୁ ଘଟିବ ତାହା ବର୍ଣ୍ଣନା କରିଛନ୍ତି । ତେବେ ଶ୍ରୀ ଅଚ୍ୟୁତ କହିଛନ୍ତି କି କଳିଯୁଗ ର ଅନ୍ତ ସମୟରେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିବା ବ୍ୟକ୍ତି ମାଂସ ମଦ ଆଦି ଭକ୍ଷଣ କରିବେ ।

ଏହା ସହ ଲୋକମାନେ ଛିଡା ହୋଇ କରି ଭାତ ଖାଇବେ କାଗଜ ପତ୍ର ରେ ଖାଇବେ । ଯାହା କି ବର୍ତ୍ତମାନ ସମୟରେ ଆପଣ ଦେଖି ପାରୁଥିବେ । ଏହା ସହ ଲୋକମାନେ ସ୍ୱାର୍ଥପର ହୋଇଯିବେ ନିଜର ଅସୁବିଧା ସମୟରେ ଭଗବାନ ଙ୍କୁ ପାର୍ଥନା କରିବେ କିନ୍ତୁ ଯଦି ସେହି ସମସ୍ୟାର ସମାଧାନ ନ ହେଲା ତେବେ ଭଗବାନ ଙ୍କୁ ହିଁ ଗାଳି ଅପବାଦ ଦେବେ ।

ଏହି ସମୟରେ ବାପା ମାଆ ଙ୍କୁ ମଧ୍ୟ ପଚାରିବେ ନାହିଁ ବାପା ମାଆ ମାନେ ପିଲା ଖୁସି ପାଇଁ ସବୁକିଛି କରିବେ କିନ୍ତୁ କୌଣସି ଗୋଟିଏ ଜିନିଷ ଭୁଲିଗଲେ ସେହିମାନେ ହିଁ ତାଙ୍କୁ ଗାଳି କରିବେ । ତେବେ ଏହି ସମୟରେ ପିଲାମାନେ ଅତି ସୁନ୍ଦର ଭାବରେ ଗୁରୁଜନଙ୍କୁ ପ୍ରତି ଉତ୍ତର ମଧ୍ୟ ଦେବେ । ତେବେ ବାପା ମାଆ ଙ୍କୁ ପଚାରିବେ ନାହିଁ ଏମିତି ସମୟ ଆସିବ ଯେଉଁଠି ବାପା ମଲେ ପୁଅ ଯଦି ମୁଖାଗ୍ନି ଦେବାକୁ ଆସିବ ତେବେ ତାହା ବହୁତ ବଡ଼ କଥା ହୋଇଯିବ ।

ତେବେ ସ୍ଵାମୀ ସ୍ତ୍ରୀ ସଂପର୍କ ରେ ମଧୁରତା ରହିବ ନାହିଁ । ସ୍ତ୍ରୀ ସ୍ୱାମୀ କୁ ଛାଡି ଅନ୍ୟ ପୁରୁଷ ପାଖକୁ ଯିବ ଏବଂ ସ୍ୱାମୀ ମଧ୍ୟ ଅନ୍ୟ ସ୍ତ୍ରୀ ଠାରେ ନିଜର ମନ ଦେବ । ଶଶୁର ଶାଶୁ ବୋହୁଙ୍କ ଡରିବେ । ତେବେ କଳିଯୁଗ ନିଶ୍ଚିତ ଭାବରେ ପାଖେଇ ଆସିଲାଣି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *