କ୍ୟାଲସିୟମ୍‌ ଅଭାବ ଦୂର କରିବ ଏହି ଖାଦ୍ୟ (Dietician Sushree Tapaswini Das)

ବନ୍ଧୁଗଣ ପ୍ରାୟତଃ 30 ବର୍ଷ ପରେ ମହିଳା ଙ୍କ ଠାରେ କ୍ୟାଲସିୟମ୍ ଅଭାବ ଜନିତ ଲକ୍ଷଣ ଦେଖାଦେଇଥାଏ, ଯେପରିକି ହାଡ ଦୁର୍ବଳ ହେବା, କେସ ର ଘନତ୍ଵ କମି ଯିବା, ନଖ ଗୁଡିକ ଦୁର୍ବଳ ହୋଇଯିବା ସମସ୍ଯା ମାନ ଦେଖା ଦେଇଥାଏ । ତେଣୁ ପ୍ରତ୍ଯେକ ମହିଳା ହୁଅନ୍ତୁ ବା ଛୋଟ ପିଲା ସମସ୍ତେ କ୍ୟାଲସିୟମରେ ଭରା ଡାଏଟ ନେବା ନିହାତି ଆବଶ୍ୟକ । ଏହା ଦ୍ଵାରା ଆମ ଶରୀରର ଶରୀରରିକ ଓ ମାନସିକ ବୃଦ୍ଧି ମଧ୍ୟ ଖୁବ ଅଧିକ ପରିମାଣ ରେ ହୋଇଥାଏ ।

ଶରୀରରେ କ୍ୟାଲସିୟମ ର ଅଭାବ ଦେଖା ଯିବାର କାରଣ ହେଉଛି କ୍ୟାଲସିୟମ ଯୁକ୍ତ ଖାଦ୍ୟ ନ ଖାଇବା । ତହଶ ସୂର୍ଯ୍ୟ କିରଣ ଠାରୁ ଦୂରେଇ ରହିବା ଯୋଗୁଁ ମଧ୍ୟ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖା ଦେଇଥାଏ । ମୁଖ୍ଯତଃ କିଛି ଖାଦ୍ୟ ମାନଙ୍କରେ ଅଧିକ ପରିମାଣ ର କ୍ୟାଲସିୟମ ଭରି ରହିଥାଏ ।

ଯାହାକୁ ନ ଖାଇବା ଦ୍ଵାରା ମଧ୍ୟ ଶରୀର ରେ କ୍ୟାଲସିୟମ ର ଅଭାବ ଦେଖା ଦେଇଥାଏ । ଯେପରିକି ଶାଗ, କ୍ଷୀର ଜାତୀୟ ଖାଦ୍ଯ ବା ରାଶି ଆଦି ଖାଦ୍ୟ । ଗର୍ଭବତୀ ମହିଳା ମାନେ ଯଦି କ୍ଯାଲସିୟମ ଯୁକ୍ତ ଖାଦ୍ଯ ନ ଖାଇଥାନ୍ତି, ତେବେ ସେହି ମହିଳା ଠାରୁ ଜାତ ହୋଇଥିବା ଶିଶୁ ଶରୀରରେ ମଧ୍ୟ କ୍ୟାଲସିୟମ ର ଅଭାବ ଦେଖା ଦେଇଥାଏ ।

ତେଣୁ ଗର୍ଭବତୀ ମହିଳା ମାନଙ୍କୁ ମଝିରେ ମଝିରେ କ୍ୟାଲସିୟମ ଯୁକ୍ତ ଖାଦ୍ଯ ଖାଇବା ନିହାତି ଆବଶ୍ୟକ । ଗୋଟିଏ ମହିଳା କୁ ଦୈନିକ ୧୦୦୦ ରୁ ୧୨୦୦ କ୍ୟାଲସିୟମ ନେବା କଥା । ଶରୀର ରେ ଅଧିକ ମାତ୍ରା ରେ କ୍ୟାଲସିୟମ ର ଅଭାବ ହେଲେ ଅଷ୍ଟିଓପାରେସିସ୍ସ ଭଳି ରୋଗ ମଧ୍ୟ ଦେଖା ଯାଇଥାଏ । କ୍ଷୀର, ଛେନା, ଦହି, ଶାଗ, ରାସୀ, ମଣ୍ଡିଆ, ମାଛ, ଅଣ୍ଡା, ମାଂସ ଆଦି ରେ ପ୍ରଚୁର ମାତ୍ରା ରେ କ୍ୟାଲସିୟମ ରହିଥାଏ । ଫଳ ମଧ୍ୟ ବିଭିନ୍ନ ପ୍ରକାର ର ଖାଇବା ଦ୍ଵାରା ଶରୀର ରେ ଥିବା କ୍ୟାଲସିୟମ ର ଅଭାବ ଦୂର ହୋଇ ଯାଇଥାଏ ।

ପ୍ରତିଦିନ ସକାଳେ କଅଁଳ ସୂର୍ଯ୍ୟ କିରଣ ରେ ମଧ୍ୟ କିଛି କିଛି ସମୟ ପାଇଁ ବସି ରହିବା ଦ୍ଵାରା ଶରୀର ରେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଶରୀର ରେ କ୍ୟାଲସିୟମ ର ଅଭାବ ହେଲେ କେଶ ଝଡିବା ଭଳି ସମସ୍ଯା ମାନ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଶରୀର ରେ କ୍ୟାଲସିୟମ ର ମାତ୍ରା କୁ ଠିକ ଭାବରେ ରଖବା ପାଇଁ ସବୁ ପ୍ରକାର ର ଖାଦ୍ୟ ଖାଇବା ଆବଶ୍ୟକ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *