Brusha Rashi, Rasifala 2023 – ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ବର୍ଷ 2023, ମିଳିବ 4 ଟି ବଡ ଖୁସି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା କିଛି ଦିନ ପରେ ନୂଆ ବର୍ଷ ଆସିବା ପାଇଁ ଯାଉଛି । ସେଥିପାଇଁ ନୂତନ ବର୍ଷର ଆପଣ ମାନଙ୍କୁ ଅନେକ ଶୁଭେଛା ଓ ଶୁଭକାମନା । ସମସ୍ତ ରାଶି ମାନଙ୍କର ଏହି ନୂଆ ବର୍ଷରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତିରେ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ବୃଷ ରାଶିରେ ଆସନ୍ତା ନବବର୍ଷଟି କିପରି ଫଳାଫଳ ଦେବା ପାଇଁ ଯାଉଛି ତାହା ଜାଣିବାକୁ ଯିବା ।

ଏହି ରାଶିର ବ୍ୟକ୍ତିବିଶେଷମାନେ ନିଜର ସବୁବେଳେ ସ୍ଵତନ୍ତ୍ର ସ୍ଥାନ ବନାଇବା ପାଇଁ ଚାହିଁଥାନ୍ତି । ଏହି ଲୋକ ମାନଙ୍କୁ ତାଙ୍କ ପରିବାରରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ । ଏମାନେ କୌଣସି ନିସ୍ପତି ନେବାକୁ ଅଧିକ ସମୟ ଲଗାଇ ନଥାନ୍ତି । ବହୁତ ଭାବନାତ୍ମକ ଧରଣର ବ୍ୟକ୍ତିତ୍ବଟିଏ ଅଟନ୍ତି । ସମସ୍ତଙ୍କ ସହ ମିଳି ମିଶି ଚାଲିବା ପାଇଁ ଏହି ବୃଷ ରାଶିର ଲୋକ ରୁଚି ରଖିଥାନ୍ତି ।

ଅନ୍ୟ ସହିତ ହିଂସା ବାଦ କରିବାକୁ ଜମାରୁ ଏହି ଲୋକମାନେ ପସନ୍ଦ କରିନଥାନ୍ତି । ଏହି ବୃଷ ରାଶିରେ ୨୦୨୩ ବର୍ଷରେ କିପରି ଭାଗ୍ୟ ରହିବ ତାହା ଆଲୋଚନା କରିବା । ଏହି ୨୦୨୩ ବର୍ଷଟି ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ । ଚାକିରି କରୁଥିବା ଲୋକ ମାନଙ୍କୁ ଚାକିରିରେ ପ୍ରମୋଶନ ମିଳିପାରେ ।

କାର୍ଯ୍ୟକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସାର ପାତ୍ର ହୋଇପାରନ୍ତି । ଯେଉଁ କୌଣସି କାର୍ଯ୍ୟ କ୍ଷେତ୍ରରେ ଥିଲେ ମଧ୍ୟ ସହଯୋଗୀ କର୍ମୀଙ୍କ ସହିତ ସମ୍ପର୍କ ଭଲ ରହିବ । ସେଥିପାଇଁ ମାନସିକ ସ୍ତରରେ ସ୍ଥିରତା ଆସିବ । ନିଜର ସବୁ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବେ । ବର୍ଷର ଆରମ୍ଭରେ ବୃଷ ରାଶିଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବା ।

୨୦୨୩ ବର୍ଷର ଏପ୍ରିଲ ମାସରେ ନୂତନ ଜିନିଷ କ୍ରୟ କରିବାର ଶୌଭାଗ୍ୟ ଲାଭ କରିବେ । ଘରେ ଶୁଭ ଉତ୍ସବ ଅନୁଷ୍ଟିତ ହୋଇବ । ଘର ପରିବାରରେ ବନ୍ଧୁ ମାନଙ୍କର ଆଗମନ ହୋଇବା ସହ ପାରିବାରିକ ଶାନ୍ତିର ପରିବେଶ ଦ୍ରୁଷ୍ଟି ଗୋଚର ହେବ । ସାମାଜିକ ସ୍ଥିତିରେ ଉତ୍ତମ ପଦର୍ଶନ ରହିବ । ଶିକ୍ଷା କ୍ଷେତ୍ରରେ ଏହି ରାଶିର କେତେକ ପିଲା  ଭଲ ପଦର୍ଶନ କରୁଥିବା ସ୍ଥଳେ ଅନ୍ୟ କିଛି ପିଲାଙ୍କୁ ନିଜ ପାଠରେ ଅଧିକ ପରିଶ୍ରମ କରିବାକୁ ପଡିବ ।

ଏହି ୨୦୨୩ ବର୍ଷ ପ୍ରେମ କରୁଥିବା ପ୍ରେମୀ ଯୁଗଳଙ୍କ ପ୍ରେମ ସମ୍ପର୍କରେ ପ୍ରେମରେ ନିବିଡତା ଆସିବ । ପ୍ରେମକୁ ନେଇ ଘରେ ବିବାହ ପାଇଁ କଥା ଆସିପାରେ । ବିବାହିତ ଦମ୍ପତିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମନମନାନ୍ତର ଦେଖା ଦେଇପାରେ । ସମୟ ସହିତ ତାଳ ଦେଇ ଆଗକୁ ବଢିବା ସହ ପୁନଶ୍ଚ ସବୁ କିଛି ଠିକ ହୋଇଯାଇପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *