Health Tips- Blockage ଓ କୋଲେଷ୍ଟ୍ରୋଲକୁ ବିନା କୌଣସି ଔଷଧରେ ମୂଳରୁ ସଫା କରିଦେବ, କେବଳ ଖାଆନ୍ତୁ ଏହି ସବୁ ଖାଦ୍ଯ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ସୁସ୍ଥ ରଖିବାକୁ ହେଲଦି ଖାଦ୍ୟ ସେବନ କରିବା ମଧ୍ୟ ନିତାନ୍ତ ଆବଶ୍ୟକ ହୋଇଥାଏ । ବୟସ ବଢିବା ସହିତ ଧମନୀ ଗୁଡିକରେ ବିଭିନ୍ନ କାରଣରୁ ବ୍ଲକେଜ୍ ଆସିଯାଇଥାଏ । ଯେଉଁ କାରଣରୁ ରକ୍ତ ଠିକ ଭାବରେ ପ୍ରବାହିତ ହୋଇପାରିନଥାଏ । ସେଥିପାଇଁ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ ଭଳି ପ୍ରାଣଘାତୀ ସମସ୍ଯାର ସାମ୍ନା କରିବାକୁ ପଡିଥାଏ ।

ତେଣୁ ଧମନୀରେ ବ୍ଲକେଜ୍ ନଶିବା ପାଇଁ ଓ ରକ୍ତ ଠିକ ଭାବରେ ପ୍ରବାହିତ ହେବା ପାଇଁ ଏହି ୧୦ ଟି ଖାଦ୍ୟର ସେବନ କରିବା ଉଚିତ । ୧୦ ଟି ସୁପର ଖାଦ୍ୟ ମଧ୍ୟରୁ ଦଶମରେ ଥିବା ଖାଦ୍ୟ ହେଉଛି ବେରି । ବ୍ଳାକ୍ ବେରି, ବ୍ଲୁ ବେରି ଓ ଷ୍ତ୍ରବେରି ସମସ୍ତ ବେରି ଖାଦ୍ୟରେ କିଛି କିଛି ପରିମାଣରେ ଆଡ୍ କରି ଖାଇବା ନିହାତି ଉଚିତ । ଯାହା ଦ୍ଵାରା ଧମନୀରେ କୋଲେଷ୍ଟ୍ରଲ୍ ଜମା ହୋଇ ରହିବାକୁ ଦେଇନଥାଏ ।

ନବମରେ ସପ୍ତାହରେ ଅତି କମ୍ ରେ ଥରେ ନିହାତି ରାଜମାରୁ ପ୍ରସ୍ତୁତ କୌଣସି ଆଇଟମ୍ ପ୍ରସ୍ତୁତ କରି ଖାଇବା ଉଚିତ । କାରଣ ରାଜମାରେ ସଲିବୁଲ ଫାଇବରର ମାତ୍ରା ରହିଥାଏ । ରାଜମା ଖାଇବା ଧମନୀକୁ ସୁସ୍ଥ ରଖିବା ସହିତ ବ୍ଲଡ୍ ପ୍ରେସର ମଧ୍ୟ କମାଇଥାଏ । ଅଷ୍ଟମରେ ମାଛ ଖାଇବା ମଧ୍ୟ ଉଚିତ । ଏଥିରେ ଓମେଗା ଫ୍ୟାଟି ଏସିଡ ରହିଥାଏ ।

ଏହା ଧମନୀରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ ଏହା ସହିତ ଏହାକୁ ଖାଇବା ଦ୍ଵାରା ଶରୀରରେ ବହୁତ ପ୍ରକାର ବେନିଫିଟ୍ ଦେଖିବାକୁ ମିଳିଥାଏ । ସପ୍ତମରେ ଟମାଟୋ ମଧ୍ୟ ଧମନୀ ତଥା ସଂପୂର୍ଣ୍ଣ ଶରୀର ପାଇଁ ପାଇଁ ହେଲଦି ଖାଦ୍ୟ ହୋଇଥାଏ । ଏଥିରେ ଲାଇକୋପିନ୍ ନାମକ ତତ୍ଵ ରହିଥାଏ । ଟମାଟୋକୁ କଞ୍ଚା ବା ସ୍ଯାଲାଡ ପ୍ରସ୍ତୁତ କରି ଖାଇବା ଦ୍ଵାରା ଏହାର ଫାଇଦା ଶରୀରରେ ଅଧିକ ଦେଖିବାକୁ ମିଳିଥାଏ ।

ଷଷ୍ଠରେ ପିଆଜ ଖାଇବା ଦ୍ଵାରା ମଧ୍ୟ ଶରୀରରେ ନାଇଟ୍ରିକ ଅକ୍ସାଇଡ ର ମାତ୍ରା ବଢିଥାଏ । ଏହା ଧମନୀରେ ଭଲ ଭଲ ଭାବରେ ରକ୍ତ ସଂଚାଳନ କରିବାକୁ ଦେଇଥାଏ । ପଞ୍ଚମରେ ଲେମ୍ବୁ, ମୌସୁମୀ କମଳା ଏହି ସବୁ ଜିନିଷ ମଧ୍ୟ ଖାଦ୍ୟରେ ସାମିଲ କରି ଖାଆନ୍ତୁ । ଏହାକୁ ଖାଇବା ଦ୍ଵାରା ଶରୀରରେ କେତେକ ଫାଇଦା ହେବା ସହ ହାର୍ଟ ଆଟାକ୍ ଆସିବାର ସମ୍ଭାବନା ନଥାଏ । ଚତୁର୍ଥରେ ବିଟ୍ ଖାଇବା ଦ୍ଵାରା ମଧ୍ୟ ଧମନୀ ଭଲ ଭାବରେ ପ୍ରସାରିତ ହୋଇ ରକ୍ତ ଠିକ ସେ ଚଳାଚଳ କରିଥାଏ ।

ତୃତୀୟରେ ଡାର୍କ ଚୋକୋଲେଟରେ  ମଧ୍ୟ ଏପରି କିଛି ଆଣ୍ଟି ଅକ୍ଷିଡେଣ୍ଟ ଅଛି । ମଧ୍ୟ ଖାଇବା ଦ୍ଵାରା ଧମନୀ ନରମ ହୋଇ ବ୍ଲଡ୍ ଫ୍ଲୋ ଠିକ ସେ ହୋଇଥାଏ । ସେଥିପାଇଁ ଖାଦ୍ୟରେ କେବେ କେବେ ଡାର୍କ ଚୋକୋଲେଟ ଖାଇବା ଉଚିତ ।

ଦିତୀୟରେ ସବୁଜ ପତ୍ର ଥିବା ପାରିବା ତଥା ବ୍ରୋକଲି ଭଳି ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । ପ୍ରଥମ ନମ୍ବରରେ ଓଟ୍ସ ଅଛି । ଓଟ୍ସ ବହୁତ ଭଲ ଖାଦ୍ୟ ପଦାର୍ଥ ଅଟେ । ଏହାକୁ ଖାଇବା ଦ୍ଵାରା ଧମନୀ ସୁସ୍ଥ ରହିବା ଦ୍ଵାରା ବ୍ଲଡ୍ ପ୍ରେସର ହେବାର ସମ୍ଭାବନା ମଧ୍ୟ ରହିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *