2023 ରେ ବିଛା ରାଶିର ଭବିଷ୍ୟବାଣୀ ! ଜାଣନ୍ତୁ 2023 ଆପଣଙ୍କ ପାଇଁ ନେଇ ଆସିଛି କେଉଁ ସବୁ ଖୁସି ଖବର (Pragyan Tripathy)

ନମସ୍କାର ବନ୍ଧୁଗଣ, ରାଶି ଏକମାତ୍ର ମାଧ୍ୟମ ହୋଇଥାଏ ମଣିଷର ଆଗାମୀ ସମୟ ସମ୍ପର୍କରେ ସୂଚନା ପାଇବା ପାଇଁ । ମଣିଷର ଭାଗ୍ୟ ରାଶି ଦ୍ଵାରା ହିଁ ପରିଚାଳିତ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ରାଶି ଚକ୍ରରେ ରହିଥିବା ୧୨ ଟି ରାଶି ମଧ୍ୟରୁ ବିଛା ରାଶି ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ୨୦୨୩ ବର୍ଷଟି ବିଛା ରାଶିର ବ୍ୟକ୍ତିଙ୍କ ପାଇଁ କିଭଳି କଟିବା ପାଇଁ ଯାଉଛି ଏବଂ କଣ ସବୁ ରହିଛି ଭବିଷ୍ୟବାଣୀ ଯାହା ସତ ହେବାକୁ ଯାଉଛି ଏହିବର୍ଷ ।

ବିଛା ରାଶି: ଆପଣଙ୍କ ମନରେ ଥିବା ବହୁତ ଇଛା ପୂରଣ ହେବ । ଆପଣଙ୍କ  ଭାଗ୍ୟରେ କିଛି ପରିବର୍ତ୍ତନ ଦେଖା ଦେବ । ଗୁରୁଜନ ମାନଙ୍କ ସହ ଭେଟ ହେବ । ମନରେ ଦୟା ଭାବନା ସୃଷ୍ଟି ହେବ । କିନ୍ତୁ ଏପ୍ରିଲ ମାସ ପରେ ଅଚାନକ ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି । ଗୁରୁଜନ ମାନଙ୍କ ସହ ଶତ୍ରୁତା ବେଶି ବଢିବ । ଆପଣଙ୍କୁ କେହି ନିଚ୍ଚ ବାଆ ଛୋଟ ଦେଖାଇବା ପାଇଁ ଚେଷ୍ଟା କରିବେ ।

ଆପଣଙ୍କୁ ଆଗକୁ ବଢିବାରୁ ଅଟକାଇବେ ଆପଣଙ୍କ ଗୋଦା ଟାଣିବା ଭଳି କାମ କରିବେ । ଏହାକୁ ନେଇ ଆପଣ ବହୁତ କଷ୍ଟ ମଧ୍ୟ ପାଇବେ । ଶତ୍ରୁ ବଢିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେବ । ବିଶେଷ ଭାବରେ ଆପଣଙ୍କ ପେଟରେ ସମସ୍ୟା ଦେଖା ଦେଇପାରେ । ଆପଣଙ୍କ ନିଜ ପରିବାରର କୌଣସି ବ୍ୟକ୍ତି ଆପଣଙ୍କ ଶତ୍ରୁ ହେବେ ।

ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ଆପଣଙ୍କୁ କଷ୍ଟ ଦେବାକୁ ପଛାଇବେନି ଆପଣଙ୍କ ନିଜ ଲୋକ । ଆପଣଙ୍କୁ କର୍ମ କ୍ଷେତ୍ରରେ ବହୁତ ପ୍ରଶଂସା ମିଳିବ । କିଛି ସୁଯୋଗ ଆପଣଙ୍କ ପାଖକୁ ଆସିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦକ୍ଷତା ବଢିବ । ଯେଉଁମାନେ ଡାକ୍ତର ଅଛନ୍ତି, ଲେକଚର ଏବଂ ଜୁଡିସିଆଲ ବିଭାଗରେ ଅଛନ୍ତି ତାଙ୍କର ପ୍ରମୋସାନ ହେବାର ଯୋଗ ରହିଛି ।

ଆପଣ ଯାହାକୁ ଭଲ ପାଉଥିବେ ସେ ଆପଣଙ୍କୁ ଶତ୍ରୁ ଭଳି ଆଚରଣ କରିବ । ଯେଉଁମାନଙ୍କର ସନ୍ତାନ ହୋଇନାହିଁ ସେମାନଙ୍କର ସନ୍ତାନ ହେବ । ଆପଣଙ୍କୁ ଗୁରୁଜନ ମାନଙ୍କ ପାଦ ଛୁଇଁ ପ୍ରଣାମ କରିବା ଆବଶ୍ୟକ । ବିଷ୍ଣୁଙ୍କ ମନ୍ଦିରରେ ସେବା କରିବା ଉଚିତ । ଅର୍ଥାତ ମନ୍ଦିରକୁ ସଫା କରିବା କାମ । ମନ୍ଦିରରେ ପୂଜା ହେବା ପୂର୍ବରୁ କିଛି ତୁଲସୀ ଏବଂ ପୁଷ୍ପ ନେଇ ଅର୍ପଣ କରିବା ।

ଯଦି ଆପଣ ଏହିସବୁ କାର୍ଯ୍ୟ କରନ୍ତି ତେବେ ଏପ୍ରିଲ ମାସ ପରେ ଆପଣଙ୍କ ଖରାପ ସମୟରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ସର୍ବ ପ୍ରଥମେ ଆପଣଙ୍କୁ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *