ସ୍ମରଣ ଶକ୍ତି ବଢେଇବା ପାଇଁ 4ଟି ସରଳ ଉପାୟ ! ପାଠ ପଢୁଥିବା ପିଲାମାନେ ନିଶ୍ଚୟ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ, ଆଜିକାଲିର ଏହି ଦୂଷିତ ପରିବେଶରେ ରହି ଦୂଷିତ ଖାଦ୍ୟ ସବୁ ଖାଇବା ଦ୍ଵାରା ଏହାର ସିଧାସଳଖ ପ୍ରଭାବ ଆମ ମସ୍ତିସ୍କ ଉପରେ ପଡୁଅଛି । ଯାହାଫଳରେ ସ୍ମରଣ ଶକ୍ତି କମି ଯାଉଛି । ଏହିକରଣ ହେତୁ ଆଜିକାଲିର ପିଲାମାନଙ୍କର କୌଣସି କଥା ହେଉ ବା ପାଠ ମନେ ରହୁନାହିଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ 4ଟି ସରଳ ଉପାୟ ସାହାର୍ଯ୍ୟରେ ସ୍ମରଣ ଶକ୍ତି ବଢାଇ ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସେଓ: ଆପଣ ମାନେ ଜାଣିଥିବେ କି ନିୟମିତ ସେଓ ଖାଇବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଠିକ ରହିଥାଏ । ଯାହାଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ । ତେବେ ଆପଣ ଯଦି ନିୟମିତ ଗୋଟିଏ ସେଓ ଓ କ୍ଷୀର ପିଅନ୍ତି ତାହାଲେ ଆପଣଙ୍କ ସ୍ମରଣ ଶକ୍ତି ବଢିଥାଏ । କାରଣ ସେଓ ରେ କ୍ୟାଲସିଆମ, ପ୍ରୋଟିନ ଏବଂ ଭିଟାମିନ-E ରହିଥାଏ ।

ଏହା ଆମ ମସ୍ତିସ୍କକୁ ସକ୍ରିୟ କରିଥାଏ । ଯାହାଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଗାଜର: ଯଦି ଆପଣ ପ୍ରତିଦିନ କିଛି ଦିନ ପର୍ଯ୍ୟନ୍ତ ସକାଳୁ ଗାଜର ରସ ପିଅନ୍ତି ତେବେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଗାଜରରେ ମଧ୍ୟ କ୍ୟାଲସିଆମ, ପ୍ରୋଟିନ ଏବଂ ଭିଟାମିନ-A ରହିଛି ।

ବିଟ: ଆପଣ ସକାଳ ସମୟରେ ଏବଂ ସନ୍ଧ୍ୟା ସମୟରେ ଦିନକୁ ଦୁଇଥର ଗୋଟିଏ କପ ଲେଖାଏ ବିଟ ରସ ପିଇବା ଫଳରେ ସ୍ମରଣ ଶକ୍ତି ବଢିଥାଏ । ଏହା ସହିତ ଆପଣଙ୍କ ମାନସିକ ଦୁର୍ବଳତା ମଧ୍ୟ ଭଲ ହୋଇଥାଏ । ଏହାର ସେବନ ସବୁବେଳେ ଆପଣଙ୍କ ମୁଣ୍ଡକୁ ଥଣ୍ଡା ରଖିଥାଏ । ଯାହାଫଳରେ ଆପଣଙ୍କୁ କୌଣସି ଛୋଟ ଛୋଟ କଥାରେ ରାଗ ଆସିନଥାଏ ।

ବିଲାତି: ନିୟମିତ ସକାଳୁ ଗୋଟିଏ କପ ଲେଖାଏ ବିଲାତି ରସ ପିଇଲେ ସ୍ମରଣ ଶକ୍ତି ବଢିବା ସହ ମସ୍ତିସ୍କ ଦୁର୍ବଳତା ଏବଂ ଚିଡ ଚିଡା ସ୍ଵାଭାବ ଭଲ ହୋଇଥାଏ । କାରଣ ବିଲାତିରେ ଭିଟାମିନ-A, ଭିଟାମିନ-E ଓ ଭିଟାମିନ- B2 ଇତ୍ୟାଦି ରହିଛି । ଏହା ଆପଣଙ୍କ ମସ୍ତିସ୍କ ପାଇଁ ବହଜୁତ ଲାଭଦାୟକ ଅଟେ ।

ଆପଣ ଏହିପରି ଭାବରେ ଏକ ମାସ ପର୍ଯ୍ୟନ୍ତ ଯେ କୌଣସି ଗୋଟିଏ ଉପାୟକୁ ଯଦି କରନ୍ତି ତେବେ ଆପଣଙ୍କ ସ୍ମରଣ ଶକ୍ତି ବଢିବାକୁ ଲାଗିବ । ଏବଂ ଆପଣ କୌଣସି ଗୋଟିଏ ଉପାୟ ପ୍ରୟୋଗ କରି ଏହାର ଉପାକାରିତାକୁ ନିହାତି ରୂପରେ ଅନୁଭବ କରିପାରିବେ । ଯଦି ସବୁଠାରୁ କିଛି ଶୁଦ୍ଧ ଏବଂ ସ୍ଵାସ୍ଥ୍ୟକର ଖାଦ୍ୟ ହୋଇଥାଏ ତାହା ହେଉଛି ପନିପରିବା ଏବଂ ଫଳ । ତେଣୁ ଆପଣ ନିଜର ସ୍ମରଣ ଶକ୍ତି ବଢାଇବା ନିମନ୍ତେ ଏହିସବୁର ସେବନ ନିହାତି ଭାବରେ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *