ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି ? Dr Diptiranjani Bisoyi

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଯେଉଁ ବା ମୁହ ଉପରେ ଯାହା ବାହାରିଥାଏ ତାହାକୁ  ଆମେ ଭାତୁଡି କହିଥାଉ । ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର  ଦିପ୍ତିରଞ୍ଜନୀ ବିଶୋଈ , Dermatologist କ’ଣ କହୁଛନ୍ତି ଏବଂ ଏହାର ଉପଚାର ପରାମର୍ଶ ସମ୍ବନ୍ଧରେ ।  ମେଡିକାଲ ମତ  ଅନୁସାରେ ଏହାକୁ ସ୍କିନ ଟାଗ୍ କୁହାଯାଇଥାଏ । ସମସ୍ତକର ପ୍ରାୟତ ସମ୍ମାନ ନ ଥାଏ । ବ୍ୟକ୍ତିକ ଚର୍ମର ରଙ୍ଗ ଅନୁସାରେ ଏହା ହୋଇଥାଏ , ବେକ , କାଖ , କାନ୍ଧ , ଜଙ୍ଗ ଆଦିରେ ଏହ ହୋଇଥାଏ ଏବଂ ଏହା ଆମ ସ୍କିନ ରଙ୍ଗ ର ହୋଇଥାଏ ।

ଏହା ଚର୍ମକୁ ଲାଗିକି ରହିଥାଏ ଏବଂ ଏହାର ଲାଞ୍ଜ ବାହାରକୁ ବାହାରିକି ରହିଥାଏ । ଏହା ସମସ୍ତକର ଦେଖା ଯାଏ ନାହିଁ ମାତ୍ର  ଯେଉଁମାନେ ମୋଟା ହୋଇଥାଆନ୍ତି । ଡାଇବେଟିସ , ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଖରେ ଏହା ଦେଖାଯାଇଥାଏ । ଏହାର ଏକ ଭଲ ଗୁଣ ହେଲା କି ଏଥିରେ  କ୍ୟାନସର ସମ୍ଭାବନା ବହୁତ କମ୍ ଥାଏ   । ବୟସ ଅଧିକ ବଢିବା ସମୟରେ ଯେବେ ଆମେ ମୋଟା ହେଇଯାଇଥାଉ ତେବେ ଏହା ଆମର  ଶରୀର ଅସୁବିଧା ଦେଖାଇଥାଏ ।

ଭାତୁଡି ଆମ ଶରୀରର ଦର୍ପଣ ଭାବରେ କାମ କରିଥାଏ ଆମ ଶରୀରରେ ଭିତରେ  ଯଦି କୋଣସି ଅସୁବିଧା ହୋଇଥାଏ । ତେବେ ଭାତୁଡି ଆମ କୁ କହିଥାଏ । ଯଦି ଭାତୁଡି ଅଧିକ ହୋଇଯାଏ ତେବେ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯଦି ଆପଣ ଏହାକୁ ସାଧାରଣ ଭାବରେ ନେବେ , ସର୍ଜରୀ କରେଇକି ଯଦି ଭାବୁ ଛନ୍ତି ଠିକ ହୋଇଛି ବୋଲି ତେବେ ଏହା ଏକ ଭୁଲ ଧାରଣା ଅଟେ ।

କାରଣ ଏହା ଦ୍ଵାରା ଇନନର ବା ଶରୀର ଭିତରି ଅସୁବିଧା ଯେପରିକି ଡାଇବେଟିସ , ବିପି , ବା ହୃଦୟରୋଗ ଆଦି ଦେଖାଯାଇଥାଏ । ତେଣୁ ଏହାକୁ ସାଧାରଣ ଭାବରେ ନ ନେଇ ଆପଣଙ୍କ ଭିତର ଚିକିସ୍ରା କରନ୍ତୁ ।  ଭାତୁଡି ବିଭିନ୍ନ ପ୍ରକାରର ହୋଇଥାଏ । ଆପଣମାନେ ଦେଖିଥିବେ ବ୍ୟକ୍ତିକ ଆଖି ତଳେ  ହଳଦିଆ ଭାତୁଡି ହୋଇଥାଏ । ଏହା ଆମ ର ଲିପିଡ଼ ପ୍ରୋପାଇଲ କୁ ଅଧିକ କରିଥାଏ । ତେଣୁ ଥରେ ଏହା ପରୀକ୍ଷା କରିବା ଦରକାର ।

ଆଉ ଏକ ହେଲା ଧଳା ଧଳା ଓ ବହୁତ ବଡ ହୋଇଥାଏ ଯାହା ସାଧାରଣ ଭାବରେ ଦେଖାଯାଇଥାଏ । ଏହାକୁ ଚିକିସ୍ରା କରିବା ବହୁତ ଜରୁରୀ ଅଟେ । କାରଣ ଏହା ଗୋଟେ ହେଲେ ତାହାକୁ ଲାଗି ଅନେକ ହୋଇଥାନ୍ତି   ଏହାକୁ ମନୋସ୍କୋପ କୁହାଯାଏ ଏହାକୁ ତୁରନ୍ତ ଡାକ୍ତର ପରାମର୍ଶ ନେବା ଉଚିତ୍ । ଆଉ ଗୋଟେ ହୋଇଥାଏ ଏହା ବହୁତ ବଡ ଆକାର ର ହୋଇଥାଏ ଏହା ଅଧିକାଂଶ ବୁଢା ବୟସରେ ହୁଏ ।

ଏହାକୁ ସେବୁନିକାରାଟସ୍ ଏବଂ ଏହା   ଖରା ପଡିଲେ ଏହା ଅଧିକ ବଡିଯାଏ ଏବଂ କଳା ହୋଇଯାଇଥାଏ । ଭାତୁଡି ର ଚିକିସ୍ରା ପାଇଁ ପ୍ରାୟ ଲୋକ ଘରୋଇ ଉପକରଣ କରିଥାନ୍ତି । କିନ୍ତୁ ଏହା ଠିକ୍ ହୋଇନଥାଏ । ଶରୀରରେ ସୂତା ବାନ୍ଧିବା ଆଦି ପ୍ରତିକାରକ ଦେଖାଇଥାନ୍ତି । ତେଣୁ ଆଜି ଆଧୁନିକ ବହୁତ କମ୍ ସମୟରେ ବିନା ଯନ୍ତ୍ରଣା ରେ ମାଇନର ସର୍ଜରୀ କରାଯାଉଛି । ଯୁବକ ଯୂବତୀ ମାନଙ୍କ ଯଦି ଏହି ସମସ୍ୟା ହୋଇଥାଏ , ତେବେ ଏହି ଉପାୟକୁ କରିବା ଉଚିତ୍ ।

ଭାତୁଡି ର ସମସ୍ୟା ନ ଆସିବା ପାଇଁ ଆମ କୁ ନିଜର ଖାଦ୍ୟ ପ୍ରତି ଧ୍ୟାନ ଦେବା ଅଧିକ ତେଲ ମସଲା , ଚର୍ବି ଜାତୀୟ ଖାଦ୍ୟ ଖାଇବା ଅନୁଚିତ । ସବୁ ଦିନ ବାୟାମ କରିବା ଫଳ ଭିଟାମିନ ସି ଅଧିକ ପରିମାଣରେ ସେବନ ଆଦି କରିବା । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *