Garuda Purana- କାହିଁକି ହୁଏ ଅଳ୍ପ ବୟସରେ ମୃତ୍ୟୁ ? ଅଳ୍ପ ବୟସରେ ମୃତ୍ୟୁ ହେଲେ ଆତ୍ମାକୁ କଣ କଷ୍ଟ ଭଗିବାକୁ ପଡ଼ିଥାଏ ?

ନମସ୍କାର ବନ୍ଧୁଗଣ , ମଣିଷର ସବୁ ଇଛା ଆଶା ମଧ୍ୟରୁ ଏହା ଏକ ଦୃଢ ଇଛା ରହିଥାଏ ସେ ଯେମିତି ଅଧିକ ବର୍ଷ ବଞ୍ଚିବ ଓ ନିଜର ସବୁ ଇଛା କୁ ପୂର୍ଣ୍ଣ କରିବ । ମରଣ କଥାରୁ ସେ ବହୁତ ଭୟଭୀତ ହୋଇଥାଏ । ଜୀବନର ଦୀର୍ଘ ଆୟୁ ପାଇଁ ପ୍ରାଥନା ନିବେଦନ କରେ । କିନ୍ତୁ କିଛି ମଣିଷ ଦୀର୍ଘ ଦିନ ବଞ୍ଚିଥାନ୍ତି ଓ ଆଉ କିଛି ମଣିଷ ହଠାତ ମୃତ୍ୟୁବରଣ କରିଥାନ୍ତି । ଅଳ୍ପ ଆୟୁର ମୃତ୍ୟୁକୁ ଅକାଳ ମୃତ୍ୟୁ ରେ ଗଣାଯାଇଥାଏ ।

ଗରୁଡ ପୁରାଣରେ କୁହାଯାଇଛି ଯେ ମଣିଷ ଜୀବନରେ ସାତଟି ଚକ୍ର ନିହାତି ଥାଏ । ଆଉ ଯେଉଁ ମଣିଷ ଏହି ସତ ଗୋଟି ଚକ୍ର କୁ ପୂରଣ କରି ନ ଥାଏ । ଅଥବା ବହୁତ ଅଳ୍ପ ବୟସରେ ମୃତ୍ୟୁ ହୋଇଥାଏ , ତାହାକୁ ମୃତ୍ୟୁ ପରେ ମଧ୍ୟ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । କିନ୍ତୁ ଅଳ୍ପ ଆୟୁରେ ମୃତ୍ୟୁ କଣ ପାଇଁ ହୋଇଥାଏ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗରୁଡ ପୂରଣ ଅନୁସାରେ ଯେଉଁ ବ୍ୟକ୍ତି ର ଭୋକ ଉପାସରେ , ହିଂସାଜଣକ  ବ୍ୟକ୍ତି ଦ୍ଵାରା ତାହାର ମରଣ ହୋଇଥାଏ ବା ବିଷ ଦେଇ ଏବଂ ଅଗ୍ନି ଦ୍ଵାରା ବ୍ୟକ୍ତି ର ମରଣ  ହୋଇଥାଏ , ଯାହାର ମୃତ୍ୟୁ ପାଣିରେ ବୁଢି ହୋଇଥାଏ ବା ସାପ କାମୁଡିବାରେ ଅଥବା ରାସ୍ତାରେ ଜୀବ ସମୟରେ ଦୁର୍ଘଟଣା ଦ୍ଵାରା ହୋଇଥାଏ । ଏହି ସମସ୍ତ ମୃତ୍ୟୁ କୁ ଅକାଳ ମୃତ୍ୟୁ କୁହାଯାଇଥାଏ । ଏହାକୁ ଏହା  ମଧ୍ୟ କୁହାଯାଇପାରିବ କି ଯାହା ମୃତ୍ୟୁ କାଳ ର ପୂବରୁ ମରଣର ଜାଲରେ ପଡିଥାଏ ତାହାକୁ ଅକାଳ ମୃତ୍ୟୁ କୁହାଯାଇଥାଏ ।

ଗରୁଡ ପୂରଣ ଅନୁସାରେ କୁହାଯାଇଥାଏ କି ଯେଉଁ ବ୍ୟକ୍ତିର ମୃତ୍ୟୁ ପ୍ରାକୃତିକ ଭାବରେ ହୋଇଥାଏ ସେ ବ୍ୟକ୍ତି ତିନି , ଆଠ , ତିରିଶି , ଚାଳିଶ ଦିନ ପରେ ଅନ୍ୟ ଏକ ଶରୀରକୁ ପ୍ରାପ୍ତ କରିଥାଏ । ମାତ୍ର ଯେଉଁ ବ୍ୟକ୍ତିର ଆତ୍ମା ଅକାଳ ମୃତ୍ୟୁ ପାଇଁ ଥାଏ ସେ ନିଜର ଆଶା , ଇଛା, ସାଂସାରିକ ଭୋଗବିଳାସ ଓ ନିଜର ରାଗ ରୋଷ , କ୍ରୋଧ ଆଦି କୁ ପୂରଣ କରିବା ପାଇଁ ସେ ଯାଏ ଅନ୍ଧାରରେ ବୁଲି ଥାଏ ଯେ ଯାଏ ବିଧାତାଙ୍କ ଦ୍ଵାରା ନିଦାରିତ ଚକ୍ର ସମୟ ପୂରଣ ହୋଇନଥାଏ ।

ବେଦ ଅନୁସାରେ ମଣିଷ ଶହେ ବର୍ଷ ବଞ୍ଚିଥାଏ କିନ୍ତୁ ମଣିଷ ତାହାର ଜୀବନ କାଳ ରେ ଯେଉ ଘୃଣା ଜନିତ କାର୍ଯ୍ୟ କରେ ହତ୍ୟା , ଅଳସୁଆ ଜୀବନକୁ ଆପେଣଇ କାମ ନ କରି ଜୀବନ ଅତିବାହିତ କରେ ଯାହା ବିଧାତା ବିରୋଧୀ କାର୍ଯ୍ୟ ହୋଇଥାଏ । ଯେ ପର ସ୍ତ୍ରୀ ଉପରେ ଅନୁରକ୍ତ ରହିଥାନ୍ତି ଏ ଦ୍ଵାରା ମଣିଷ ର ଆୟୁ କମି ଥାଏ । ଯିଏ ଧର୍ମ ବିରୁଦ୍ଧ କାମ କରିଥାଏ ସିଏ ମଧ୍ୟ କାଳ ର ସମୟ ପୂବରୁ ମୃତ୍ୟୁ ଲୋକକୁ ଚାଲିଯାଇଥାଏ ।

ଗରୁଡ ପୂରାଣ ଅନୁସାରେ ଯେଉଁ ପୁରୁଷ ଅଳ୍ପ ଆୟୁରେ ମୃତ୍ୟୁ ବରଣ କରିଥାନ୍ତି ତେବେ ସେ ଭୂତ , ପ୍ରେତ , ପିଶାଚ , କୁଶୁମୁଣ୍ଡା ଓ ବେତାଳ ଆଦି ରେ ରହିଥାଏ । ଏମାନେ କିପରି ଶାନ୍ତି ପ୍ରାପ୍ତ ହେବେ ଏହା ମଧ୍ୟ ଗରୁଡ ପୁରାଣରେ କୁହାଯାଇଅଛି । ଅଳ୍ପ ବୟସରେ ମରଣ ଲାଭ କରିଥିବା ବ୍ୟକ୍ତିକ ପରିବାର ନଦୀ ବା ପୁଷ୍ପରଣୀ ରେ ସ୍ନାନ କରିବା ସହିତ ବ୍ୟକ୍ତିକ  ମନ ଇଛା ଖାଦ୍ୟ ପିଣ୍ଡ ଦାନ ବା ସତତ୍କର୍ମ କରିବା ଉଚିତ୍ । ଏହାକୁ ନିହାତି ତିନି ବର୍ଷ କରିବା ଦରକାର । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *