ଏହି 12 ଲକ୍ଷଣ ଦେଖା ଦେଉଛି ତ ଆପଣଙ୍କ Liver ହେଉଛି ଖରାପ, ସମୟ ଥାଇ ହେଇଯାନ୍ତୁ ସାବଧାନ !

ବନ୍ଧୁଗଣ ଲିଭର ଆମ ଶରୀର ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ତାହାଛଡା ଏହା ଆମ ଶରୀରର ଏକ ଏପରି ଅଙ୍ଗ ଅଟେ, ଯାହାର ଆମ ଶରୀର ର ପ୍ରତ୍ଯେକ ଅଙ୍ଗ ସହ କିଛି ନା କିଛି ସଂଯୋଗ ଯୋଡି ହୋଇ ରହିଥାଏ । ଆମେ ପ୍ରତିଦିନ ଯେଉଁ ସବୁ ଖାଦ୍ୟ ଖାଇଥାଉ ସେ ସବୁ ଖାଦ୍ଯ କୁ ପାଚନ କରିବା କାର୍ଯ୍ୟ ମଧ୍ୟ ଲିଭର କରିଥାଏ । ଲିଭର ମଣିଷ ଶରୀର ଦ୍ଵିତୀୟ ବୃହତ ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ଅଟେ ।

ଯଦି ଶରୀର ରେ ଲିଭର ଖରାପ ହୋଇଯାଏ ବା ବା ଅସୁସ୍ଥ ଥାଏ ତେବେ ଏହା ପାଇଁ ଶରୀର କୁ ବହୁ ସମସ୍ଯା ମାନଙ୍କ ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଲିଭର ଖରପା ହେବ ପୂର୍ବରୁ ଆମ ଶରୀରର ଲିଭର ଆମକୁ କିଛି ସଂକେତ ମାନ ଦେଖାଇଥାଏ । ସେହି ସଂକେତ ମାନ ଦେଖି ଯଦି ଆପଣ ଆପଣ ଙ୍କର ଲିଭର ଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣ ଶରୀର ସହ ଆପଣ ଙ୍କ ଲିଭର ମଧ୍ୟ ସୁସ୍ଥ ରହିବ ।

ଲିଭର ଖରାପ ହେବା ପୂର୍ବରୁ ଦେଇଥିବା ସଂକେତ ମାନଙ୍କ ମଧ୍ୟରୁ ପ୍ରଥମ ସଂକେତ ଟି ହେଉଛି ଭୋକ ନ ହେବା । ଏପରି ଅନେକ ବହୁ କାରଣ ଯୋଗୁଁ ଭୋକ କମି ଯାଇ ଥାଏ । କିନ୍ତୁ ଭୋକ ନ ହେବା ବା କମିଯିବା ଲିଭର ଖରାପ ହେବାର ମଧ୍ୟ ଏକ ସଂକେତ ହୋଇ ପାରେ ।

ଦ୍ଵିତୀୟ ସଂକେତ ଟି ହେଉଛି ଠିକ ଭାବରେ ନିଦ ନ ହେବା । ତୃତୀୟ ସଂକେତ ଟି ହେଉଛି ସ୍ମରଣ ଶକ୍ତି କମିବାରେ ଲାଗେ । ସାଧାରଣତଃ ଛୋଟ ମୋଟ ଜିନିଷ ଯଦି ଆପଣ ଭୁଲି ଯାଉଛନ୍ତି, ତେବେ ଠିକ ଅଛି କିନ୍ତୁ ଯଦି ଆପଣ ପ୍ରତ୍ଯେକ କଥା ଭୁଲି ଯାଉଛନ୍ତି,

ତେବେ ଏହା ଆପଣଙ୍କ ଲିଭର ଖରାପ ହେବାର ମଧ୍ୟ ଏକ ସଂକେତ ହୋଇପାରେ । ଲିଭର ଖରାପ ହେବାର ଚତୁର୍ଥ ଲକ୍ଷଣ ହେଉଛି ଥକା ଥକା ଲାଗିବା ବା କୌଣସି କିଛି କାମ କରିବାକୁ ଇଛା ନ ହେବା ।

ପଞ୍ଚମ ଲକ୍ଷଣ ଟି ହେଉଛି କୁଣ୍ଡାଇ କୁଣ୍ଡାଇ ହେବା । ଷଷ୍ଠ ଲକ୍ଷଣ ହେଉଛି ଆଖି ହଳଦିଆ ଦେଖାଯିବା । ଏହାସହ ଦେହଜ ହାତ ମଧ୍ୟ କିଛି କିଛି ମାତ୍ରା ରେ ହଳଦିଆ ରଙ୍ଗ ର ଦେଖା ଜୀବରେ ଲାଗେ । ସପ୍ତମ ଲକ୍ଷଣ ଟି ହେଉଛି ଓଜନ ରେ ବୃଦ୍ଧି ବା ହ୍ରାସ ।

ହଟାତ ଯଦି ଶରୀର ରେ କିଛି ଏଭଳି ପରିବର୍ତ୍ତନ ଦେଖିବାକୁ ପାଉଛନ୍ତି, ତେବେ ଆପଣ ଙ୍କୁ ସତର୍କ ହୋଇଯିବା ଉଚିତ । କାରଣ ଏହା ଆପଣ ଙ୍କର ଲିଭର ଖରାପ ହେବାର ମଧ୍ୟ ଏକ କାରଣ ହୋଇ ପାରେ । ଅଷ୍ଟମ ଲକ୍ଷଣ ଟି ହେଉଛି, ଯଦି ଆପଣ ହଟାତ ନିଜ ହାତ ଲାଲ ହେବାର ଦେଖୁଛନ୍ତି, ତେବେ ଏହା ମଧ୍ୟ ଆପଣଙ୍କ ଲିଭର ଖରାପ ର ବା ଅସୁସ୍ଥତା ର ସଂକେତ ଦେଇଥାଏ ।

ଯେଉଁ ପୁରୁଷ ମାନେ ଆଲ୍କୋହଲ ର ସେବନ କରି ନଥାନ୍ତି କିନ୍ତୁ ସେମାନଙ୍କ ଶରୀର ବିଶେଷ ମୋଟା ଥିବା ସହ ସେମାନଙ୍କ ଛାତି ଗୁଡିକ ସାମାନ୍ଯ ବଡ ହୋଇଥାଏ, ସେମାନଙ୍କର ଲିଭର ମଧ୍ୟ ଖରାପ ହୋଇପାରେ । ଦଶମ ସଂକେତ ଟି ହେଉଛି ଗୋଡ ଫୁଲି ଯିବା ବା ଦରଜ ହେବା ମଧ୍ୟ ଏହାର ଏକ ଲକ୍ଷଣ ହୋଇପାରେ ।

ଏକାଦଶ ସଂକେତ ଟି ହେଉଛି ପେଟ ଫୁଲିଳା ଫୁଲିଳା ଭଳି ଲାଗିବା । ଦ୍ଵାଦଶ ସଂକେତ ଟି ହେଉଛି ହଳଦିଆ ପରିଶ୍ରା ହେବା । ବନ୍ଧୁଗଣ ଲିଭର ଖରାପ ହେବ ପୂର୍ବରୁ ଲିଭର ଶରୀର ମାଧ୍ୟମ ରେ ଆମକୁ ଏହି ସଂକେତ ଗୁଡିକ ଦେଇଥାଏ । ତେଣୁ ଏହି ସଂକେତ ଗୁଡିକୁ ଦେଖି ଆମକୁ ଆମ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆପଣ ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *