ବାଇଶି ପାହାଚରେ ଲୁଚି ରହିଛି ଅଦ୍ଭୁତ ରହସ୍ୟ ! ଏହି ପାହାଚରେ ଅଜାଣତରେ ବି ପାଦ କେବେ ଦିଅନ୍ତୁ ନାହିଁ, ନଚେତ ଏମିତି କିଛି…

ନମସ୍କାର ବନ୍ଧୁଗଣ ,ଆଜି ଆମ୍ଭେମାନେ  ଜାଣିବା ଶ୍ରୀ ମନ୍ଦିରର ବାଇଶି ପାହାଚ ବିଷୟରେ। ବାଇଶି ପାହାଚ ଧୂଳି କୁ ମୁଣ୍ଡରେ ମାରିଲେ ସବୁ ପାପ କ୍ଷୟ  ହେଇ ଯାଏ ବୋଲି ଆମେ ସବୁ ଜାଣିଛୁ ।ତେବେ  ଆସନ୍ତୁ ଆଉ କିଛି ନିଗୂଢ ତତ୍ଵ ଜାଣିବା ବାଇଶି ପାହାଚ ର । ମହା ପ୍ରଭୁ ଜଗନାଥ ରଥଯାତ୍ରା ରେ ଏହି ବାଇଶି ପାହାଚ ଦେଇ  ଗୁଣ୍ଡିଚା ମନ୍ଦିର କୁ ଯାଇ ଥାନ୍ତି ଆଉ ମନେ  କରାଯାଏ କି ସେଇ ବାଇଶି ପାହାଚରେ ଜଗନାଥ ଙ୍କ ଚରଣ ସ୍ପର୍ଶ  ନିମନ୍ତେ ବାଇଶି ଜଣ ଚଣ୍ଡୀ ମାତା  ରୂପାନ୍ତରିତ ହେଇଥାନ୍ତି।

ଆଉ ଏହିପରି ମଧ୍ୟ କୁହାଯାଏ କି ସେଇ  ସମୟର ରାଜା ଭାନୁଦେବ ପୁତ୍ର ସନ୍ତାନ ପାଇଁ  ପ୍ରଭୁ ଜମ୍ବେଶ୍ଵର ଙ୍କୁ ଆରାଧନା କରି ପୁତ୍ର ସନ୍ତାନ ଲାଭ କରିଥିଲେ । କିନ୍ତୁ ପୁତ୍ର ସନ୍ତାନ ର ଆୟୁଷ ମାତ୍ର ବାଇଶି ବର୍ଷ ଜାଣି ସେ ପୁଣି ଜାମ୍ବେଶ୍ଵର ଙ୍କୁ ପାଖ ଯାଇ ତାଙ୍କ ର  ଆରାଧନା କରିଥିଲେ ।  ଜମ୍ବେଶ୍ଵର ମହାଦେବ ଏଥିରେ ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ ଦେଇ କହିଲେ ଯେ ତୁମେ ବାଇଶି ପାହାଚ କୁ ନିର୍ମାଣ କରି ସେହି ପାହାଚରେ ଆପଣଙ୍କ ପୁତ୍ର କୁ ଗୋଡାଇ ଦେଲେ ଆପଣଙ୍କ ପୁତ୍ରଙ୍କର ଆୟୁଷ ବୃଦ୍ଧି ହେବ ।

ଏହା ପରେ ରାଜା ଭାନୁଦେବ ସେହି ପରି କରିଥିଲେ ବାଇଶି ପାହାଚର ନିର୍ମାଣ କରି ସେଥିରେ ତାଙ୍କ ପୁତ୍ର କୁ ଗୋଡାଇ ଦେଲେ ଏବଂ ତାଙ୍କ ପୁତ୍ର ର ଆୟୁଷ ବୃଦ୍ଧି ହୋଇଥିଲେ । ତେଣୁ ଭକ୍ତମାନର ବିଶ୍ବାସ କରନ୍ତି ଯେ ବାଇଶି ପାହାଚ ରେ ଗଡିବା ଦ୍ଵାରା ସମସ୍ତ ଅସୁବିଧା  , ଶାରୀରିକ ସମସ୍ୟା ଦୂର ହୋଇଥାଏ । ଅନେକ ମାତାପିତାମାନେ ତାଙ୍କର ପିଲାମାନଙ୍କୁ ଏହି ପାହାଚରେ ଗଡାଇ ଦିଅନ୍ତି ।

ସିଂହ ଦ୍ଵାର ଆଡୁ ମନ୍ଦିର କୁ ଗଲେ ଦ୍ଵିତୀୟ ପାହାଚ ମଝିରେ ଆପଣ ଏକ କଳା ରଙ୍ଗ ର ମୁଗୁନି ପଥର ପଡିଥିବାର ଦେଖିଥିବେ ଶ୍ରୀ ମନ୍ଦିରର ସମସ୍ତ ପାହାଚ ବଉଳ ପଥର ରେ ନିର୍ମିତ କିନ୍ତୁ ଏହି ପଥର କଳା ରଙ୍ଗ ହୋଇଥିବାର ଆପଣମାନେ ସମସ୍ତେ ଦେଖିଥିବେ ଏହାକୁ ଯମଶିଳା ବୋଲି କୁହାଯାଇଥାଏ ଏବଂ ଏଠାରେ ଯମ ଦୂତ ମାନେ ରହିଥାନ୍ତି । ଯଦି ଆପଣମାନେ ଶ୍ରୀ ମନ୍ଦିରକୁ ଦର୍ଶନ କରିଲା ପରେ ଏହି ବାଟ ଦେଇ ଫେରି ଆସନ୍ତି ।

ତେବେ ଆପଣଙ୍କର ସମସ୍ତ ପୂଣ୍ୟ ଯମଦୂତ ମାନେ ନେଇ ଯାଇଥାନ୍ତି ଏବଂ ଆପଣମାନଙ୍କର ଆୟୁଷ କମିଯାଇଥାଏ । ତେଣୁ କେବେ ମଧ୍ୟ ଦର୍ଶନ ଛାଡି ଏହି ବାଟ ଦେଇ ଫେରିବେ ନାହିଁ । ବାଇଶି ପାହାଚର  ତୃତୀୟ ପାହାଚରେ ଅଛନ୍ତି ସ୍ଵୟଂ ବିଶ୍ଵନାଥ । ଏହି ପାହାଚରେ ସବୁ ବେଳେ ରହିଥାନ୍ତି । ଏହି ବାଇଶି ପାହାଚର ସପ୍ତମ ପାହାଚକୁ ପିତୃଶିଳା ପାହାଚ କୁହାଯାଇଥାଏ ।

ଯଦି ଆପଣ ଏହି ପାହାଚରେ ବସି ଅନ୍ନପ୍ରସାଦ  କରନ୍ତି ତେବେ ତାହା ସିଧା ସଳଖ ପହଞ୍ଚିଥାଏ । ଏହି ବାଇଶି ପାହାଚର ବିଶେଷ ଗୁରୁତ୍ଵ ରହିଛି କୁହାଯାଏ ଯେ ଭକ୍ତମାନେ ଏହି ବାଇଶି ପାହାଚକୁ ଛଡିବା ସମୟରେ ବାଇଶି ପାପ କୁ ତ୍ୟାଗ କରିଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *