Health Tips- ଅଟାରେ ମିଶେଇ ଖାଆନ୍ତୁ ଏହି ସବୁ ଜିନିଷ, ବୁଢା ହେବା ପର୍ଯ୍ୟନ୍ତ କେବେ ବି ରୋଗରେ ପଡିବେ ନାହିଁ …ଦୁନିଆର ସବୁଠୁ ବେସ୍ଟ ଅଟା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଠିକ ଓ ସୁଷମ ଖାଦ୍ୟ ଖାଇବା ଦ୍ଵାରା ଶରୀର ବହୁତ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଖାଦ୍ୟରେ ମୁଖତଃ ଆମେ ଅଧିକ ରୂପେ ଭାତ କିମ୍ବା ରୁଟି ଖାଇଥାଉ । ତେଣୁ ଆଜି ଆପଣ ମାନେ କେଉଁ ଅଟା ଖାଇବା ଦ୍ଵାରା ଶରୀର ପାଇଁ ତାହାର ବହୁତ ଭଲ ପ୍ରଭାବ ରହିଥାଏ । ଏହା ସହିତ ଅଟା ସମ୍ବଦ୍ଧିତ ଅନେକ କିଛି ତଥ୍ୟ ଜାଣିବାକୁ ପାଇବେ । ବ୍ୟକ୍ତି ପ୍ରାୟତଃ ଗହମରୁ ତିଆରି ଅଟା ରୁ ହିଁ ଖାଦ୍ୟ ପ୍ରସ୍ତୁତ କରି ଖାଇଥାଏ ।

ଗହମ ଅଟା ଖାଇବା ସ୍ଵାସ୍ଥ ପକ୍ଷେ ଭଲ ହୋଇଥାଏ । ଏହା ସହିତ ଆହୁରି ମଧ୍ୟ କିଛି ଏପରି ଶସ୍ୟ ରହିଥାଏ । ଯେଉଁଥିରୁ ଅଟା ପ୍ରସ୍ତୁତ କରି ସେବନ କରିବା ଉଚିତ । କାରଣ ବିଭିନ୍ନ ପ୍ରକାର ଶସ୍ୟରୁ ବିଭିନ୍ନ ପ୍ରକାର ପୋଷକ ଉପାଦାନ ମିଳିଥାଏ । ବ୍ୟକ୍ତି ଯଦି ସବୁବେଳେ ଗହମରୁ ତିଆରି ଗୋଟିଏ ପ୍ରକାର ଅଟାକୁ ସେବନ କରିଥାଏ ।

ତେବେ ସେଥିରୁ ସେ କେବଳ ଗହମରୁ ମିଳୁଥିବା ପୋଷକ ତତ୍ଵ ହିଁ ପାଇପାରିଥାଏ । ସବୁବେଳେ ଗହମରୁ ତିଆରି ଅଟା ଖାଇବା ଦ୍ଵାରା ବ୍ୟକ୍ତିର ମୋଟାପଣ ବଢିଯିବାର ସମ୍ଭାବନା ରହିଥାଏ, ଥାଇରଏଡ୍ ସମସ୍ଯା ଥିବା ଲୋକଙ୍କର ସମସ୍ଯା ଆହୁରି ଅଧିକ ବଢି ଯାଇଥାଏ, ଡାଇବେଟିସ ଥିବା ଲୋକଙ୍କ ସୁଗାରର ମାତ୍ରା ମଧ୍ୟ ଅଧିକ ବଢିଯିବାର ସମ୍ଭାବନା ରହିଥାଏ।

ଗହମରୁ ପ୍ରସ୍ତୁତ ହୋଇଥିବା ଅଟା ଖାଇବା ଦ୍ଵାରା ପୂର୍ବ କାଳରେ ଏତେ କିଛି ସମସ୍ଯାର ସମାଧାନ ହେବ ପାଇଁ ପଡୁନଥିଲା । ଯାହାକି ବର୍ତ୍ତମାନ ସମୟରେ ଗହମ ଅଟା ଖାଇବା ଦ୍ଵାରା ସମସ୍ଯା ସୃଷ୍ଟି ହେଉଛି । ପ୍ରାୟତଃ ଲୋକମାନେ ଗହମ ଅଟା ଉପରେ ନିର୍ଭରଶୀଳ ତେଣୁ ଗହମରୁ ଅଟା ପ୍ରସ୍ତୁତ କରିବା ସମୟରେ ସେଥିରେ ଏହି ୪ ଟି ଜିନିଷର ମିଶ୍ରଣ କରନ୍ତୁ ।

ଯାହା ଦ୍ଵାରା ଅଟାରେ ଅଧିକ ପୃଷ୍ଟି ବଢିଯିବ । ସେହି ୪ ଟି ଜିନିଷ ହେଉଛି ଯଅ, ବାଜରା, ଚଣା ଓ ମଣ୍ଡିଆ  ଅଟାରେ କାବୁଲି ଚଣା ମିଶାଇବା ଦ୍ଵାରା ଡାଇବେଟିସ, କୋଲେଷ୍ଟ୍ରଲ୍, ମେଦବହୁଳ ଏହିପରି ସମସ୍ଯାର ସମାଧାନ କରିଥାଏ । ମଣ୍ଡିଆରେ ମଧ୍ୟ କମ୍ କ୍ୟାଲୋରିଜ ରହିଥାଏ । ଯାହାର ସେବନ ଦ୍ଵାରା ବ୍ୟକ୍ତିକୁ ମେଦବହୁଳର ଶିକାର ହେବା ପାଇଁ ପଡିନଥାଏ ।

ମାଣ୍ଡିଆର ସେବନ ଦ୍ଵାରା ଏହାର ଭଲ ପ୍ରଭାବ କେଶ ଓ ଚର୍ମ ଉପରେ ପଡିଥାଏ । ଯଅର ସେବନ ଦ୍ଵାରା ଏହାର ଭଲ ପ୍ରଭାବ କିଡ୍ନୀ ଉପରେ ପଡିଥାଏ । ବାଜରାରେ ଆଇରନର ମାତ୍ରା ଅଧିକ ରହିଥାଏ । ଏହାର ସେବନ ଦ୍ଵାରା ରକ୍ତହୀନତା ସମସ୍ଯା ଦୂର ହୋଇଥାଏ । ଅଟା ପ୍ରସ୍ତୁତ କରିବା ସମୟରେ ୧୦ ଭାଗ ଅଟାରେ, ୨ . ୫ ଭାଗ ଚଣା, ୨ ଭାଗ ଯଅ, ୧ ଭାଗ ମାଣ୍ଡିଆ ଓ ୧ ଭାଗ ବାଜରା ।

ଏହି ସବୁ ଜିନିଷକୁ ଆଣି ଭଲ ଭାବରେ ଧୋଇ ତାକୁ ପେଷି ଅଟା ପ୍ରସ୍ତୁତ କରନ୍ତୁ । ଏହି ପ୍ରସ୍ତୁତ ଅଟାକୁ ଖାଇବା ଦ୍ଵାରା ବ୍ୟକ୍ତି ଅଧିକ ରୋଗମୁକ୍ତ ଓ ସୁସ୍ଥ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *