ମୃତ୍ୟୁ ପୂର୍ବରୁ ଯମରାଜା ଦେଇଥାନ୍ତି ଏହି 4 ଟି ସଂକେତ…କଣ ଏମିତି ସଙ୍କେତ ଆପଣଙ୍କୁ ମିଳୁ ନାହିଁ ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତିର ନିୟମ ଅନୁସାରେ ସମସ୍ତଙ୍କ ପ୍ରାଣୀର ଜୀବନରେ ମୃତ୍ୟୁ ଆସିଥାଏ । ଏହି ନିୟମ ପ୍ରାଣୀ କଣ ସ୍ଵୟଂ ଭଗବାନ ମଧ୍ୟ ମାନିଥାନ୍ତି । ଭଗବାନ ଯେବେ ଯେବେ ମଧ୍ୟ ଧରା ପୃଷ୍ଟରେ ଅବତରଣ କରିଛନ୍ତି । ସେତେ ଥର ତାଙ୍କୁ ନିଜର ଶରୀର ତ୍ୟାଗ କରିବାକୁ ପଡିଛି । ତେଣୁ ମୃତ୍ୟୁକୁ କେହି ମଧ୍ୟ ଟାଳିପାରିବେ ନାହିଁ । ମନୁଷ୍ୟର ଅନୁରୋଧ କ୍ରମେ ଯମରାଜା ୪ ଟି ନିୟମରେ ବାନ୍ଧିହୋଇଛନ୍ତି ସେହି ନିୟମ ବିଷୟରେ ଜାଣିବା ।

ସେହି ନିୟମ ହେଉଛି ଯମରଜା ମନୁଷ୍ୟକୁ ୪ ଟି ସନ୍ଦେଶ ଦେଇଥାନ୍ତି । ଯେଉଁ ମାନେ ଅକାଳ ମୃତ୍ୟୁରେ ନିଜର ପ୍ରାଣ ହାରି ଦେଇଥାନ୍ତି । ସେମାନେ ମୃତ୍ୟୁ ପୂର୍ବରୁ କୌଣସି ପ୍ରକାର ସନ୍ଦେଶ ପାଇନଥାନ୍ତି । ଯେଉଁ ମାନେ ବୟସ୍କ ହୋଇଯାଇଥାନ୍ତି । ସେମାନଙ୍କୁ ଧୀରେ ଧୀରେ ସବୁ କିଛି ଆଗୁଆ ଜଣାପଡିଯାଇଥାଏ ।

ପ୍ରଥମ ସନ୍ଦେଶଟି ହେଉଛି ଯେଉଁ ମାନଙ୍କର ବୟସ ହୋଇଗଲା ପରେ ଧୀରେ ଧୀରେ କରି ସେମାନଙ୍କର ଚୁଟି ପାଚିବାକୁ ଆରମ୍ଭ କରିଥାଏ । ସେହି ଠାରୁ ହିଁ ବ୍ୟକ୍ତିର ଜୀବନ କାଳ ଧୀରେ ଧୀରେ ସରି ସରି ଆସୁଛି ବୋଲି ଯମରାଜାଙ୍କ ଠାରୁ ସୂଚନା ପାଇଯାଇଥାଏ ।ଆଜି କାଲି ଅଳ୍ପ ବୟସରୁ ମଧ୍ୟ ଚୁଟି ପାଚିବା ଭଳି ସମସ୍ଯା ରହୁଛି, ସେ ତା’ ର ବ୍ୟକ୍ତିଗତ ସମସ୍ଯା ହୋଇଥାଏ ।ବ୍ୟକ୍ତିର ଯଦି ବୟସ ବଢିବା ବେଳେ ତା’ ର ଚୁଟି ପାଚୁଥାଏ । ତେବେ ତାହାର ବୃଦ୍ଧାବସ୍ତା ଅତି ନିକଟ ହୋଇଗଲାଣି ।

ଦିତୀୟରେ ବୟସ ବଢିବା ସହିତ ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଆସିଯାଇଥାଏ । ଯାହା କାରଣରୁ ବ୍ୟକ୍ତି ଆଚାର ବ୍ୟବହାର ଓ ସ୍ଵଭାବ କିଛି କିଛି ମାତ୍ରାରେ ବଦଳି ଯାଇଥାଏ । ଏହା ସହିତ ବ୍ୟକ୍ତିର ବୟସ ହୋଇଗଲେ ଦାନ୍ତ ଗୋଟି ଗୋଟି କରି ପଡିବାକୁ ଆରମ୍ଭ ହୋଇଯାଇଥାଏ । ଏହା ମଧ୍ୟ ଏକ ସୂଚନା ଯେ ବ୍ୟକ୍ତିର ବୃଦ୍ଧଅବସ୍ତା ଆସିଯାଇଛି ।

ତୃତୀୟରେ ବ୍ୟକ୍ତିର ଯେତେବେଳେ ବୟସ ବଢି ବଢି ଦ୍ରୁଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି କମି କମି ଯାଇଥାଏ । ସେତେବେଲେ ବ୍ୟକ୍ତିର ସମୟ ସରି ସରି ଆସୁଛି ବୋଲି ଯମରାଜା ସୂଚନା ଦେଇଥାନ୍ତି । ଚତୁର୍ଥରେ ବ୍ୟକ୍ତିର ଅଣ୍ଟା ଦୁର୍ବଳ ହୋଇ ସେ ଧୀରେ ଧୀରେ କରି ନଇଁଯିବାକୁ ଲାଗିଥାଏ । ସେପରି କ୍ଷେତ୍ରରେ ସେ ବ୍ୟକ୍ତି ଜାଣିଦେଇଥାଏ ।

ମୋର ଜୀବନ କାଳ ମଧ୍ୟ କମି କମି ଯାଉଛି । ତେବେ ବ୍ୟକ୍ତିର ବୟସ ବଢିବା ସହିତ ଏହିପରି କିଛି ସ୍ଵାଭାବିକ ଲକ୍ଷଣ ନିଜ ଶରୀରରେ ଦେଖିଲେ । ସେ ଜାଣିପାରିବ । ଏହି ଧରାପୃଷ୍ଟରେ ତା’ ର ସମୟ ଅବଧି କମିବାକୁ ଲାଗୁଛି । ଯାହା ଦ୍ଵାରା ସେ ନିଜର ସବୁ ପ୍ରକାର ମୋହ ମାୟାକୁ ଭୁଲି ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରି ଭକ୍ତି କାର୍ଯ୍ୟରେ ନିଜକୁ ଅଧିକ ସମୟ ଲୀନ ରଖିବ । ଯାହା ଦ୍ଵାରା ବ୍ୟକ୍ତିର ବାକି ଥିବା ସମୟ ମଧ୍ୟ ଭଲରେ କଟିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *