Health Tips- ଆପଣଙ୍କ କେଶରେ ଏହି ପରିବର୍ତ୍ତନ Vit B12 ଅଭାବର ସଂକେତ ! ହୋଇପାରେ ମାରାତ୍ମକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ସମସ୍ତ ଭିଟାମିନର ମାତ୍ରା ସନ୍ତୁଳିତ ରହିବା ଦ୍ଵାରା ଶରୀରରେ କୌଣସି ପ୍ରକାର ଭିଟାମିନର ଅଭାବ ଆସିନଥାଏ । ଏହା ଛଡା ଭିଟାମିନ ଅଭାବରୁ ଶରୀରରେ ସ୍ଵାସ୍ଥ ଜନିତ କିଛି ସମସ୍ଯା  ଆସିଥାଏ । ଯଦି କୌଣସି ପ୍ରକାର ଭିଟାମିନର ଅଭାବ ଶରୀରରେ ଦେଖିବାକୁ ମିଳୁଛି । ତେବେ ଏହା ଦ୍ଵାରା ଶରୀରରେ ବି ଅନେକ ପ୍ରକାର ଲକ୍ଷଣମାନ ପ୍ରକାଶ ଦେଖାଯାଇଥାଏ ।

ଯେପରି ଭିଟାମିନ B12 ର ଅଭାବରେ ହେଉଥିବା ଲକ୍ଷଣ ଗୁଡିକ ବିଷୟରେ ଆଲୋଚନା କରିବା । ଭିଟାମିନ B12 ରକ୍ତ ତିଆରି କରିଥାଏ । ଶରୀରରେ ଭିଟାମିନ B12 ର ଅଭାବରେ ରକ୍ତର ଅଭାବ ଆସିଥାଏ । ଯେଉଁ କାରଣରୁ ବ୍ୟକ୍ତିର ରକ୍ତଅଭାବ ଜନିତ ଏନିମିଆ ସମସ୍ଯାର ସାମ୍ନା କରିବାକୁ ପଡିଥାଏ ।

ଭିଟାମିନ B12ର ଅଭାବରେ କେଶ ମୂଳ ପର୍ଯ୍ୟନ୍ତ ରକ୍ତ ସହିତ ଅକ୍ଷିଜେନର ଠିକ ସେ ଯୋଗାଣ ହୋଇପାରିନଥାଏ । ତେବେ ଚୁଟିର ମୂଳ ଦୁର୍ବଳ ହୋଇ ଅଧିକ ପରିମାଣରେ ହେୟାର ଫଲ୍ ହୋଇଥାଏ । ଏହା ସହିତ ହେୟାର ଫଲ୍ ହେବା ପରେ ନୂତନ କେଶ ଉଠିବାରେ ଭ୍ୟାଘାତ ସୃଷ୍ଟି ହୋଇଥାଏ । ଏହା ସହିତ କେଶ ଗୁଡିକ ବହୁତ ଶୀଘ୍ର ଧଳା ହେବାକୁ ଆରମ୍ଭ କରିବ ।

ଭିଟାମିନ B12 ର ଅଭାବରେ ଶରୀରରେ ଦୁର୍ବଳତା ଅନୁଭବ ହେବା ସହିତ ମୁଣ୍ଡରେ ଚକର ଆସିଲା ପରି ଲାଗିବା ବି ଭିଟାମିନ B12 ର ଅଭାବରେ ହୋଇଥାଏ । ଏହା ସହିତ ଅସହ୍ୟ ମୁଣ୍ଡ ବିନ୍ଧା ବା ମାଇଗ୍ରେନ ଭଳି ସମସ୍ଯା ଆସିଯାଇଥାଏ । ଏହି ଲକ୍ଷଣ ଅନ୍ୟ ସମସ୍ଯାରେ ବି ହୋଇପାରେ କିନ୍ତୁ ଏହା ଭିଟାମିନ B12ର ଅଭାବ କାରଣରୁ ବହୁତ ଲୋକଙ୍କର ପ୍ରଥମେ ହୋଇଥାଏ ।

ଏହି ଭିଟାମିନର ଅଭାବ କାରଣରୁ ମସ୍ତିସ୍କ ଉପରେ ଏହାର ବହୁତ ମାତ୍ରାରେ ଅସର ପଡିଥାଏ । ଯେଉଁ କାରଣରୁ ମସ୍ତିସ୍କ ଦୁର୍ବଳ ହେବା ସହିତ କୌଣସି ନିସ୍ପତି ନେବା ସମୟରେ ବହୁତ ଅସୁବିଧା ହେବ । ଭିଟାମିନ  B12 ଅଭାବରୁ ବହୁତ ଲୋକ ମାନସିକ ଚିନ୍ତାରେ ପଡିଯାଇଥାନ୍ତି । ତେଣୁ ଶରୀରରେ ଭିଟାମିନ B 12 ର ମାତ୍ରା ଠିକ ଭାବରେ ରହିବା ଉଚିତ ।

ଭିଟାମିନ B2 ପ୍ରାଣୀଜ ଖାଦ୍ୟରୁ ବହୁତ ମାତ୍ରାରେ ମିଳିଥାଏ । ଯେପରି ମାଛ, ମାଂସ ଓ ଅଣ୍ଡାରେ ଯଥେଷ୍ଟ ମାତ୍ରାରେ ଭିଟାମିନ  B12 ମିଳିଥାଏ ।  କ୍ଷୀର ତଥା କ୍ଷୀରରୁ ପ୍ରସ୍ତୁତ ସମଗ୍ର ସାମଗ୍ରୀରେ ଭିଟାମିନ  B12 ମହଜୁଦ ରହିଥାଏ । ତେଣୁ ଶରୀରରେ ହେଉଥିବା ଭିଟାମିନ B12 ର ଅଭାବ ପୂରଣ କରିବାକୁ ଏହି ସବୁ ସାମଗ୍ରୀ ଖାଇବା ସହିତ ଡାକ୍ତରଙ୍କର ପରାମର୍ଶରେ ଏହାର ଅଭାବ ପୂରଣ ପାଇଁ କିଛି ସପ୍ଲିମେଣ୍ଟ ମଧ୍ୟ ନେଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *