Vastu Tips- ଆପଣଙ୍କ ଘରେ ଅଛି କି ଲେମ୍ବୁ ଗଛ ? ସାବଧାନ ! ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବୃକ୍ଷ ଲଗାଇବା ହେଉଛି ସବୁଠାରୁ ପୁଣ୍ୟ କାର୍ଯ୍ୟ । ଘରେ ଗଛ ଲଗାଇବା ଦ୍ଵାରା ଘରର ଶୋଭା ବଢ଼ିଥାଏ ଏବଂ ଏହାଦ୍ବାରା ଅତ୍ୟନ୍ତ ଲାଭ ମଧ୍ୟ ମିଳିଥାଏ । କିନ୍ତୁ କଣ୍ଟା ଜାତୀୟ ଗଛ ଘରେ ଲଗାଇବା ଉଚିତ ନୁହେଁ ।

ଏହାକୁ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଯଦି ଆପଣ ସେହିଭଳି ବୃକ୍ଷ ଘରେ ଲଗାଉଛନ୍ତି ତେବେ ସେଥିପାଇଁ କିଛି ନିୟମ ର ପାଳନ କରିବାକୁ ପଡ଼ିଥାଏ । ସେଭଳି ଏକ ବୃକ୍ଷ ହେଉଛି ଲେମ୍ବୁ ଗଛ । ଆପଣ ଯଦି ନିଜ ଘରେ ଲେମ୍ବୁ ଗଛ ଲଗାଇଛନ୍ତି ତେବେ ଆପଣଙ୍କୁ କିଛି ନିୟମ ର ପାଳନ କରିବାକୁ ପଡ଼ିବ । ନଚେତ ଆପଣଙ୍କ ବହୁତ କ୍ଷତି ହୋଇପାରେ । ତେବେ ଆସନ୍ତୁ ସେହି ନିୟମ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରଥମତଃ ଭଗବାନ ଶନିଦେବ ଙ୍କ କୋପ ଦୃଷ୍ଟି ଯେଉଁ ଘରେ ପଡ଼ିଥାଏ ସେହି ଘରର ବ୍ୟକ୍ତି କେବେବି ଉନ୍ନତି ହାସଲ କରିପାରି ନଥାଏ । ଯେତେ ପରିଶ୍ରମ କରିଲେ ମଧ୍ୟ ବିଫଳ ହୋଇଥାଏ ।

ଘରେ ଶାନ୍ତି ଓ ସୁଖ ବଜାୟ ରଖିବା ନିମନ୍ତେ ଭଗବାନ ଶନିଦେବ ଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଯଦି ଆପଣ ନିଜ ଘରେ ଲେମ୍ବୁ ଗଛ ଲଗାଇଛନ୍ତି ତେବେ ଆପଣ ପ୍ରତି ମାସର ପ୍ରଥମ ଶନିବାର ଦିନ ୩ ଟି ଲେମ୍ବୁ ଆଣନ୍ତୁ ଏବଂ କଞ୍ଚାଲଙ୍କା ଓ ହଳଦୀ ଆଣନ୍ତୁ ।

ଏହାପରେ ଆପଣ ଲେମ୍ବୁ ଓ ଲଙ୍କା କୁ ଗୁନ୍ଥି ହଳଦୀ ଲଗାଇ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତି ର ବିନାଶ ଘଟିବ ଏବଂ ଆପଣଙ୍କ ଘରେ ସର୍ବଦା ସୁଖ ଓ ଶାନ୍ତି ବଜାୟ ରହିବ । ଆପଣ ଯଦି ଏହି ନିୟମ କୁ ପାଳନ କରିବେ ତେବେ ଆପଣ ସର୍ବଦା ଖୁସି ରେ ରହିବେ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *