ଅତ୍ୟନ୍ତ କାମୁକ ପୁରୁଷଙ୍କ ମଧ୍ୟରେ ଥାଏ ଏହି 5 ଟି ଲକ୍ଷଣ, ମହିଳା ମାନେ ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ- Sukra Niti

ବନ୍ଧୁଗଣ, ଆଚାର୍ଯ୍ୟ ଶୁକ୍ର ଦେବ ଙ୍କ ଅନୁଯାୟୀ, ଅତ୍ୟନ୍ତ କାମୁକ ପୁରୁଷ ମଧ୍ୟରେ ଏହି ୫ ଟି ଲକ୍ଷଣ ଦେଖାଯାଇଥାଏ । ଏହି କାରଣରୁ ଏଭଳି ପୁରୁଷ ମାନେ ନିଜ ଜୀବନରେ କେବେ ମଧ୍ୟ ଉନ୍ନତି କରି ପାରନ୍ତି ନାହିଁ ।

ଆଚାର୍ଯ୍ୟ ଶୁକ୍ର ଦେବା ନିଜ ନୀତି ମାଧ୍ୟମରେ ପୁରୁଷ ମାନଙ୍କର ଏଭଳି ଲକ୍ଷଣ ଙ୍କ ସମ୍ବନ୍ଧରେ କହିଛନ୍ତି ଯାହାଦ୍ୱାରା ସେହି ବ୍ୟକ୍ତି ବିଶେଷ ଙ୍କ ବ୍ୟବହାର ର ପରିଚୟ ମିଳିଥାଏ । ଅର୍ଥାତ ବ୍ୟକ୍ତି ଜଣକ ମୂର୍ଖ ଅଟେ କି ବୁଦ୍ଧିମାନ ? ବ୍ୟକ୍ତି ଜଣକ ଆଗକୁ ଯାଇକି ଉନ୍ନତି କରିବ କିଅବା ଅନର୍ଥ ର ମାର୍ଗ ରେ ପ୍ରସ୍ଥାନ କରିବ ? ଏହି ସବୁ ସ୍ଥିତି ଜଣା ପଡିଥାଏ । ଆସନ୍ତୁ ଜାଣିନେବା ସେହି ସବୁ ଲକ୍ଷଣ କଣ କଣ ଅଟେ ?

୧- ଯେଉଁ ପୁରୁଷ ସ୍ତ୍ରୀ ମାନଙ୍କ ଦ୍ଵାରା ତୁରନ୍ତ ପ୍ରଭାବିତ ହୋଇଯାଇଥାଏ, ଅଥବା କୌଣସି ପର ସ୍ତ୍ରୀ ଠାରୁ ଆଜ୍ଞା ନେଇ କାର୍ଯ୍ୟ କରିଥାଏ । ଏହାପରେ ନିଜର ମହତ୍ଵପୂର୍ଣ୍ଣ କାର୍ଯ୍ୟ କୁ ଛାଡିଦେଇଥାଏ, ଏହିଭଳି ପୁରୁଷ ଅତ୍ୟନ୍ତ ମୂର୍ଖ ହୋଇଥାନ୍ତି । ଏହିଭଳି ପୁରୁଷ ନିଜର ମନ ତଥା ହୃଦୟ ସ୍ତ୍ରୀ ମାନଙ୍କ ଠାରେ ହିଁ ଲଗାଇ ଥାନ୍ତି । ଏମାନେ ନିଜ ପାଦରେ ନିଜେ କୁଲାଡ଼ି ମାରିଦେଇଥାନ୍ତି । ଏମାନଙ୍କୁ ସର୍ବଦା ସ୍ତ୍ରୀ ହିଁ ଦେଖା ଦେଇଥାଏ । ଏଭଳି ପୁରୁଷ ଙ୍କ ଜୀବନ ବୃଥା ହୋଇଥାଏ ।

୨- ନାରୀ ର ସ୍ମରଣ କରିବା;- ଯେଉଁ ପୁରୁଷ କେବଳ ନାରୀ କୁ ମାନ୍ୟତା ଦେଇଥାଏ, ଏମାନଙ୍କ ପାଇଁ ନିଜ ମାତା ପିତା ଗୁରୁତ୍ଵ ତଥା ମହତ୍ଵ ହୋଇ ନଥାନ୍ତି । ଏଭଳି ପୁରୁଷ ପର ସ୍ତ୍ରୀ ନିମନ୍ତେ ନିଜର ସବୁକିଛି ଛାଡିବାକୁ ପ୍ରସ୍ତୁତ ରହିଥାନ୍ତି ।

୩- ଅତ୍ୟନ୍ତ ମୂର୍ଖ ପୁରୁଷ କେବଳ ସ୍ତ୍ରୀ ଙ୍କର ହିଁ ଚର୍ଚ୍ଚା କରିବାକୁ ଭଲ ପାଇଥାନ୍ତି । ଏମାନଙ୍କୁ ସମୟର କୌଣସି ଜ୍ଞାନ ରହିନଥାଏ । ଏହା ସହିତ ଆସୁଥିବା ବିପତ୍ତି ର ମଧ୍ୟ ଜ୍ଞାନ ନଥାଏ । ଏମାନେ ନିଜ ଦାଇତ୍ଵ କୁ ଭୁଲି ସର୍ବଦା ସ୍ତ୍ରୀ ମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଭଲ ପାଇଥାନ୍ତି ।

୪- ସ୍ତ୍ରୀ ମାନଙ୍କ ସହିତ କ୍ରିଡା କରିବା;-  ଏଭଳି ପୁରୁଷ ସ୍ତ୍ରୀ ମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ ନାନା ପ୍ରକାରର ଉଦ୍ୟମ ଚଳାଇଥାନ୍ତି । ଏହାପରେ ନିଜର ସ୍ଵାର୍ଥ ହାସଲ ପରେ ସେଠାରୁ ଭୀରୁ ପରି ଯେକୌଣସି ପରିସ୍ଥିତିରେ ସ୍ତ୍ରୀ କୁ ଛାଡି ଚାଲି ଯାଆନ୍ତି ।

୫- ସ୍ତ୍ରୀ ମାନଙ୍କୁ ଲୁଚି ଦେଖିବା;- ଅତ୍ୟନ୍ତ କାମୁକ ପୁରୁଷ ସ୍ତ୍ରୀ ମାନଙ୍କୁ ଲୁଚି ଦେଖିଥାଏ । ସେମାନଙ୍କ ସହିତ ଖରାପ ସମ୍ପର୍କ ରଖିବାର ପ୍ରୟାସ କରିଥାଏ । ଏହିଭଳି ପୁରୁଷ ମାନଙ୍କ ମନରେ ସ୍ତ୍ରୀ ମାନେ କେବଳ ଭୋଗବିଳାସ ର ବସ୍ତୁ ହୋଇଥାନ୍ତି । ଏହିସବୁ ୫ ଟି ବିଶେଷ ଲକ୍ଷଣ ଥିବା ପୁରୁଷ ନିଜ ଜୀବନରେ କେବେ ଉନ୍ନତି କରି ପାରି ନଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *