Garuda Puran- ଅନ୍ତିମ ସଂସ୍କାର ପରେ ଆତ୍ମା ସହିତ କ’ ଣ ହୋଇଥାଏ ? ଜାଣନ୍ତୁ ରହସ୍ୟ 

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଦୁନିଆରେ ଜନ୍ମ ହୋଇଥିବା ପ୍ରତେକ ମନୁଷ୍ୟ ଦିନେ ନା ଦିନେ ମୃତ୍ୟୁବରଣ କରିବ ଏହା ସୁନିଶ୍ଚିତ । ମୃତ୍ୟୁ ହେବାପରେ ଯମଦୂତ୍ତ ଆସି ସେହି ମନୁଷ୍ୟର ଆତ୍ମାକୁ ସାଥିରେ ନେଇ ପୁଣି ୨୪ ଘଣ୍ଟା ମଧ୍ୟରେ ଆଣି ତାର ପ୍ରିୟଜନଙ୍କ ପାଖରେ ଛାଡି ଦେଇଥାନ୍ତି । ମୃତ୍ୟୁର ୧୩ ଦିନର କର୍ମ ସରିଲା ପରେ ପୁଣି ଥରେ ଯମଦୂତ୍ତ ସେହି ଆତ୍ମାକୁ ଆସି ନେଇଯାଇଥାନ୍ତି । ଆପଣ ଜାଣିଛନ୍ତି ଯେଉଁ ଲୋକର ମୃତ୍ୟୁ ହୋଇଥିବ ତାର ଅନ୍ତିମ ସଂସ୍କାର ପରେ ତା ସାଥିରେ କ’ ଣ ଘଟିଥାଏ ।

ଆପଣମାନେ ଏହି ଏହି ସମ୍ବଧୀୟ ତଥ୍ୟ ଜାଣିବାକୁ ଏଥିରେ ପାଇବେ। ମୃତ ଆତ୍ମାକୁ ଯମ ଲୋକ ଯିବାବେଳେ କେତେକ ବାଧା ବିଘ୍ନ ଦେଇ ଯିବା ପାଇଁ ପଡିଥାଏ । ପ୍ରଥମେ ଯମଲୋକ ଯିବା ବାଟରେ ଏକ ବୈତରଣୀ ନଦୀ ପଡିଥାଏ । ସେହି ନଦୀକୁ ପୂଣ୍ୟ ଆତ୍ମାମାନେ ସହଜରେ ପାର କରିଦେଇଥାନ୍ତି କିନ୍ତୁ ପାପୀ ଆତ୍ମାମାନେ ଏହି ନଦୀକୁ ପାର ହେବା ସମୟରେ ବହୁତ କଷ୍ଟ ପାଇଥାନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବୈତରଣୀ ନଦୀର ଜଳ ଅତ୍ୟଧିକ ଗରମ ଏବଂ ବିଭିନ୍ନ ହିଂସ୍ର ଜନ୍ତୁରେ ପରିପୂର୍ଣ୍ଣ ହୋଇଥାଏ । ସେଥିରେ ଯେତେବେଳେ ମୃତ ଦୁଷ୍ଟ ଆତ୍ମା ପ୍ରବେଶ କରିଥାଏ । ସେହି ଜର୍ଜରିତ୍ତ ରକ୍ତ ସଦୃଶ ଗରମ ପାଣିରେ ଅସହ୍ୟ ଯନ୍ତ୍ରଣାର ଶିକାର ହୋଇଥାଏ । ଯେଉଁ ଲୋକ ମାନେ ଭଲ କାର୍ଯ୍ୟ କରିଥାନ୍ତି ସେମାନେ ସ୍ଵର୍ଗପୁର ଯାଇଥାନ୍ତି । ଯେଉଁ ବ୍ୟକ୍ତି ଜୀବନ ସାରା ଖରାପ କର୍ମରେ ଲୀପ୍ତ ରହି ପାପୀ ସାବ୍ୟସ୍ତ ହୋଇଥାଏ ସେହି ବ୍ୟକ୍ତି ନର୍କକୁ ଯାଇଥାଏ ।

ଯେଉଁ ଲୋକମାନେ ଭଲ କର୍ମ କରି ମୃତ୍ୟୁପରେ ସ୍ଵର୍ଗପୁର ଯାଇଥାନ୍ତି । ସେମାନଙ୍କୁ ନିଜେ ଯମରାଜ ନିଜ ଭବନରୁ ବାହାରି ସେହି ଲୋକକୁ  ସାଥିରେ ନେଇ ସ୍ଵର୍ଗପୁର ଛାଡିବା ପାଇଁ ଯାଇଥାଏ । ସେଠୀ ସେହି ଲୋକଙ୍କୁ ସ୍ଵାଗତ କରିବା ପାଇଁ ଅପସରା ମାନେ ଛିଡା ହୋଇଥାନ୍ତି । ଯେଉଁ ବ୍ୟକ୍ତି ସବୁବେଳେ ନିଜର କଥା ଚିନ୍ତା କରେ ଓ ଜୀବନ ସାରା ଖରାପ କାମ ଛଡା ଭଲ କାର୍ଯ୍ୟ କରିନଥାଏ ।

ସେହି ବ୍ୟକ୍ତି ମାନଙ୍କୁ ନର୍କ ଯନ୍ତ୍ରଣା ସେତେବେଳେ ପର୍ଯ୍ୟନ୍ତ ଭୋଗିବାକୁ ପଡିଥାଏ । ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କର ପାପର କ୍ଷୟ ହୋଇନଥାଏ । ନର୍କପୁର ବହୁତ ପ୍ରକାରର ହୋଇଥାଏ  । ପାପୀ ମାନଙ୍କର ପାପର ପରିମାଣକୁ ଦେଖି ତାକୁ କେଉଁ ନର୍କପୁର ଛଡାଜିବ ଓ କେତେ ପରିମାଣର କଷ୍ଟ ଯନ୍ତ୍ରଣା ଭୋଗିବ, ତାହା ବିଚାର କରାଯାଇଥାଏ । ଯେପରି ଏକ ଉଦାହରଣ ହେଉଛି, ଯେଉଁମାନେ ନିଜ କର୍ମରୁ ବିମୁଖ ହୋଇ ନିଜ ମନ ମୁଖି କାର୍ଯ୍ୟ କରିଥାନ୍ତି ।

ସେହିମାନେ ଅସିତାପତ୍ରମ ନର୍କ ଯିବାକୁ ପଡିଥାଏ । ସେମାନେ ସେହି ନର୍କକୁ ଗଲା ପରେ ତାଙ୍କୁ ଛୁରୀରେ ସେ ପର୍ଯ୍ୟନ୍ତ ଛେଲା ଯାଇ ଯନ୍ତ୍ରଣା ଦିଆଯାଇଥାଏ । ଯେଉଁ ପର୍ଯ୍ୟନ୍ତ ସେହି ମୃତ ଆତ୍ମା ବେହୋସ ହୋଇନଥାଏ । ଏହିପରି ତାର ସମସ୍ତ ପାପ ଧୋଇ ହେବା ଜାକେ ସେହି ବ୍ୟକ୍ତିକୁ କଷ୍ଟ ଭୋଗିବାକୁ ପଡିଥାଏ । ଯିଏ ଯେପରି କର୍ମ କରିବ ସିଏ ମୃତ୍ୟୁର ଅନ୍ତିମ ସଂସ୍କାର ପରେ ଯମଲୋକକୁ ଯାଇ ସେପରି ଦଣ୍ଡ ଭୋଗ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ନିହାତି ଭାବେ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *