99 % ଆଣ୍ଠୁ ଗଣ୍ଠି (Joint Pain) ଦରଜ ଭଲ ହେଇଯିବ, କେବଳ କରନ୍ତୁ ଏହି 3 ଉପାୟ- Health Tips

ବୟସ ବଢିବା ସହ ଆଣ୍ଠୁ ଗଣ୍ଠି ଆଦି ବ୍ୟଥା ବଢ଼ିଥାଏ । ମାତ୍ର ଆଜିକାଲି ଅନିୟମିତ ଜୀବନଶୈଳୀ ଯୋଗୁଁ, ଖରାପ ପରିବେଶ, ଖାଦ୍ୟପେୟରେ ଅନିୟମିତତା ବା ସଠିକ୍ ପୁଷ୍ଟିକର ଖାଦ୍ୟ ନ ଖାଇବା,

ଅଧିକ ଚିନ୍ତାରେ ରହିବା, ସମୟରେ ନ ଶୋଇବା ଏବଂ ସମୟରେ ନ ଉଠିବା ଏପରି ଅନେକ କାରଣ ହେତୁ କମ୍ ବୟସର ଲୋକମାନଙ୍କୁ ମଧ୍ୟ ଏହି ରୋଗ ହେଉଛି । ତେବେ ଆୟୁର୍ବେଦିକ ଚିକିତ୍ସା ଦ୍ବାରା କିପରି ଏହି ରୋଗରୁ ଉପଶମ ପାଇବେ ତାହା ଆଜି ଜାଣିବା ।  ଆଣ୍ଠୁ ଗଣ୍ଠି ବ୍ୟଥାରୁ ଉପଶମ ପାଇବା ପାଇଁ କିଛି ଉପାୟ ରହିଛି, ତାହା ଯଦି ଆପଣ ଆପଣ ମାନିବେ ତେବେ ୧୦ ରୁ ୨୦ ବର୍ଷ ପୁରୁଣା ଆଣ୍ଠୁ ଗଣ୍ଠି ରୋଗ ମଧ୍ୟ ଗୋଟିଏ ମାସ ମଧ୍ୟରେ ଠିକ୍ ହୋଇଯିବ ।

ନଂ.୧- ତମ୍ବା ପାତ୍ର

ଶୁଦ୍ଧ ତମ୍ବା ପାତ୍ରରେ ରାତିରୁ ପାଣି ରଖନ୍ତୁ । ସକାଳୁ ସେଥିରୁ ଗୋଟେ ଗ୍ଲାସ ପାଣିରେ ଅଧା ଚାମୁଚ ହଳଦୀ ଗୁଣ୍ଡ କିମ୍ବା କଞ୍ଚା ହଳଦୀ ରସ ଓ ଅଧା ଚାମୁଚ ନିମ୍ବ ପତ୍ର ଗୁଣ୍ଡ କିମ୍ବା ୧୫-୨୦ ନିମ୍ବ ପତ୍ର ପକାଇ ପ୍ରତିଦିନ ପାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ୭୫%-୮୦% ସମାଧାନ ହୋଇଯିବ ।

ନଂ.୨- ମାଟିରେ ଚାଲିବା

ଆମ ଶରୀର ମାଟି, ପାଣି, ବାୟୁ, ଆକାଶ ଓ ଅଗ୍ନି ଏହି ୫ଟି ତତ୍ତ୍ୱରେ ଗଠିତ ଓ ସେଥିମଧ୍ୟରୁ ଶରୀରର ବାହାର ଭାଗ ମାଟିରେ ଗଠିତ । ସେଥିପାଇଁ ଦିନର ଯେକୌଣସି ସମୟରେ ଅଧା ଘଣ୍ଟା ଖାଲି ପାଦରେ ମାଟି ଉପରେ ଚାଲନ୍ତୁ ବା ଦୌଡ଼ନ୍ତୁ, ମାଟିରେ ଅଳ୍ପ ସମୟ ବସନ୍ତୁ, କିମ୍ବା ଚାଷ ଆଦି କାର୍ଯ୍ୟ ମଧ୍ୟ କରନ୍ତୁ । ଏହା ଦ୍ବାରା ମଧ୍ୟ ଆଣ୍ଠୁଗଣ୍ଠି ରୋଗରୁ ଉପଶମ ମିଳିଥାଏ ।

ନଂ.୩- ଖଟା ଜିନିଷର କମ୍ ସେବନ

ଏପରି ନୁହେଁ କି ଖଟା ଜାତୀୟ ଜିନିଷ ବିଲକୁଲ୍ ଖାଇବେନି । ମାତ୍ର ତେନ୍ତୁଳି, ଲେମ୍ବୁ, କମଳା, ଆମ୍ବ, ଅଅଁଳା ଏପରି ଯେତେ ଖଟା ଜାତୀୟ ଖାଦ୍ୟ ବହୁତ କମ୍ ମାତ୍ରାରେ କିମ୍ବା ସପ୍ତାହକୁ ଥରେ ଦୁଇଥର ସେବନ କରନ୍ତୁ । ଏହା ମଧ୍ୟ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବାରେ ସହାୟକ ହେବ ।

ନଂ.୪- ବ୍ୟାୟାମ

ସମସ୍ତ ନିୟମ ପାଳନ କରିବା ସହ ହାଡ଼ ଗଣ୍ଠିକୁ ସବଳ କରିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ, ଯୋଗ ଆଦି କରିବାର ମଧ୍ୟ ଆବଶ୍ୟକ ରହିଛି । ସେଥିମଧ୍ୟରୁ ସୂର୍ଯ୍ୟକ୍ରୀୟା ଗୁରୁତ୍ବପୂର୍ଣ୍ଣ ଅଟେ । ଯୋଗ ଆସନ ସବୁ ଶିଖନ୍ତୁ ଓ ନିୟମିତ ଭାବେ ତାହା କରନ୍ତୁ । ଏହା ଦ୍ବାରା ଗୋଟିଏ ସପ୍ତାହ ମଧ୍ୟରେ ନବେ ପ୍ରତିଶତ ଉପଶମ ପାଇ ପାରିବେ ।

ନଂ.୫- କ୍ଷୀର

ରାତିରେ ଶୋଇବା ପୁର୍ବରୁ କ୍ଷୀରରେ ଅଖରୋଟ୍ କିମ୍ବା ରସୁଣ କ୍ଷୀର ମଧ୍ୟ ପାନ କରନ୍ତୁ । କ୍ଷୀରରେ ଅଖରୋଟ୍ ମିଶାଇ ପିଉଥିଲେ ଏହା ଦିନେ ଛାଡ଼ି ଦିନେ ପିଆନ୍ତୁ ଓ ରସୁଣ ସହ ପିଉଥିଲେ ଏହା କେବଳ ସପ୍ତାହରେ ଦୁଇ ଦିନ ପିଅନ୍ତୁ । ଏହି ସବୁ ସଠିକ୍ ମାତ୍ରାରେ ସେବନ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ ।

ନଂ.୬- ତେଲ ମାଲିସ୍

ଆଣ୍ଠୁ ଗଣ୍ଠି ସମସ୍ୟାରୁ ଉପଶମ ପାଇବା ପାଇଁ ତେଲ ମାଲିସ୍ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ରହିଛି । ଆୟୁର୍ବେଦିକ ପୀଡାନ୍ତକ ତେଲ କିମ୍ବା ରାଶି ତେଲ ଆଦି ମାଲିସ୍ କରନ୍ତୁ । ଏହା ସହ ନିଜ ଡାଏଟ୍ ର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ରହିଛି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *