Health Tips- ଅମୃତ ଭଣ୍ଡା ଖାଇବାର ଲାଭ ଓ କ୍ଷତି ! ଜାଣନ୍ତୁ କେତେବେଳେ କେଉଁ ମାନେ ଖାଇବା ଉଚିତ ଓ କେଉଁ ମାନେ ଖାଇବେ ନାହିଁ ?

ନମସ୍କାର ବନ୍ଧୁଗଣ , ଇଶ୍ଵରଙ୍କ ସୃଷ୍ଟି ରେ ପ୍ରତ୍ୟେକ ଜିନିଷ ଫଳମୂଳ ଚମତ୍କାରୀ ଅଟେ । ଫଳ ର ରୂପ ରଙ୍ଗ କୁ ଦେଖି ଆମେ ମୋହିତ ହୋଇଥାଉ ଏବଂ ତୁରନ୍ତ ଖାଇବାକୁ ଇଛା  ପ୍ରକାଶ କରିଥାଉ । ଫଳକୁ ଖାଇବା ଦ୍ଵାରା ଆମେ ଶକ୍ତି ପାଇଥାଉ ଏବଂ ବିଭିନ୍ନ ଉପକାରିତା ପାଇଥାଉ । ଆଜି ଆମେ ଜାଣିବା ଅମୃତ ଭଣ୍ଡା ର ଉପକାର ଏବଂ ଅପକାର ସମ୍ବନ୍ଧରେ । ସାଧାରଣତ ଅମୃତ ଭଣ୍ଡାକୁ ଗର୍ଭବତୀ ମହିଳାମାନେ ଖାଇବା କ୍ଷତି କାରଣ ହୋଇଥାଏ ।

ଏହା ଛଡା ମାସିକ ଧର୍ମ ହେଉଥିବା ସମୟରେ ମଧ୍ୟ ଏହାର ସେବନ ଅନୁଚିତ୍ ଅଟେ । ଯେଉଁ ଲୋକମାନଙ୍କୁ କୁଷ୍ଟ ରୋଗ ହୋଇଥାଏ ସେମାନେ ମଧ୍ୟ ଅମୃତ ଭଣ୍ଡା ଠାରୁ ଦୂର ରେ ରହିବା ଉଚିତ୍ ହୋଇଥାଏ । ଗର୍ଭବତୀ  ମହିଳା ମାନେ  ଭୁଲ ରେ ବି ମଞ୍ଜି ର ସେବନ କରିଥାନ୍ତି ତେବେ   ଗର୍ଭ ର ଥିବା ଛୁଆ ନଷ୍ଟ ହେବାର ସମ୍ଭାବନା ରହିଥାଏ । ତେଣୁ ଡାକ୍ତର ମଧ୍ୟ ଏହାକୁ ଖାଇବାକୁ ମନା କରିଥାନ୍ତି । ଏବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

ଅମୃତ ଭଣ୍ଡା ଖାଦ୍ୟ କୁ ହଜମ କରିଥାଏ , ଭୋକ କୁ ବଢାଇଥାଏ ଏବଂ ଶରୀର ରେ ଥିବା କଫ କୁ ଦୂର କରିଥାଏ । ଏହା ଲିଭର ଜନିତ ରୋଗ କୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି  ବ୍ୟକ୍ତି କୁ ଜଣ୍ଡିସ ରୋଗ ହୋଇଥାଏ ତେବେ ଅମୃତ ଭଣ୍ଡା କୁ ସବୁ ଦିନ ପିଇବା ଦ୍ଵାରା ଏହା କମିଥାଏ । ଅମୃତ ଭଣ୍ଡା ଆପଣ ଶରୀର ରେ ଥିବା ପେଟ ସମ୍ବନ୍ଧୀୟ ସମସ୍ଯା କୁ ଦୂର କରିଥାଏ । ଏ

ସିଡିଟି ଥିବା ବ୍ୟକ୍ତି ଏହାର ରସ କୁ ସେବନ କରିବା ଉଚିତ୍ ବାରମ୍ବାର ଔଷଧ ର ସେବନ ନ କରି ଏହାକୁ ପିଇବା ଶରୀର ପାଇଁ ଭଲ ହୋଇଥାଏ ।  ଅମୃତ ଭଣ୍ଡା ର ପତ୍ର କୁ ସେବନ କରିବା ଦ୍ଵାରା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ । ପରିସ୍ରା ସମ୍ବନ୍ଧୀୟ ସମସ୍ଯା ଅମୃତ ଭଣ୍ଡା ର ସେବନ ରୁ ଦୂର ହୋଇଥାଏ । ଅମୃତ ଭଣ୍ଡା କୁ କ୍ଷୀର ସହିତ ଖାଇବା ଦ୍ଵାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଚୁଟି ବଢିଥାଏ ।

ଅମୃତ ଭଣ୍ଡା ରୁ ବାହାରୁ ଥିବା କ୍ଷୀର କୁ ଘା ‘ ସ୍ଥାନରେ ଲଗେଇବା ଦ୍ଵାରା ଘା ‘ ଶୁଖିଯାଇଥାଏ । ଅମୃତ ଭଣ୍ଡା ଖାଇବା ଦ୍ଵାରା ଶରୀର ରେ ଭିଟାମିନ ର ଅଭାବ ଦୂର ହୋଇଥାଏ । ଅମୃତ ଭଣ୍ଡା ରେ ଭିଟାମିନ – ସି , ଭିଟାମିନ – ଡି ଭରପୁର ରହିଥାଏ ।

ଗଣ୍ଠି ବିନ୍ଧା , ବାନ୍ତି ପାଇଁ ଅମୃତ ଭଣ୍ଡା ବହୁତ ଉପକାରୀ ହୋଇଥାଏ । ଅମୃତ ଭଣ୍ଡା କୁ ପେଷ୍ଟ ପ୍ରସ୍ତୁତ କରି ମୁହଁ ରେ ଲଗେଇବା ଦ୍ଵାରା ବ୍ରଣ , ଦାଗ ଦୂର ହୋଇ ମୁହଁ ର ଚମକ ବଢିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *