କେତେକ ଛୋଟ ପର୍ଦା ସିରିୟଲ ମଧ୍ୟ ଏତେ ପ୍ରସିଦ୍ଧ ହୋଇ ଥାଏ ଯାହା ପରେ ସେହି କଳାକାର ମାନଙ୍କୁ ସମସ୍ତେ ଚିହ୍ନିବା ଆରମ୍ଭ କରନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସିରିୟଲ ର ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭଲ ଭାବରେ ଚିହ୍ନି ଥିବେ । ବନ୍ଧୁଗଣ ଆପଣ ଷ୍ଟାର ପ୍ଲୁସରେ ପ୍ରଚଳିତ ଥିବା ଧାରାବାହିକ “ବିଦାଇ” ତ ଦେଖିଥିବେ। ଯାହାକି ଦୁଇ ଭଉଣୀଙ୍କ ସମ୍ପର୍କକୁ ନେଇ ହେଇଥିଲା। ଯେଉଁଥିରେ ଜଣଙ୍କ ରଙ୍ଗ କଳା ଆଉ ଜଣଙ୍କ ରଙ୍ଗ ଗୋରା ଥିଲା , ଯାହା ପାଇଁ କଳା ରଙ୍ଗର ଝିଅକୁ ସମାଜର କଟୁ କଥା ଶୁଣିବାକୁ ପଡୁଥିଲା ।
ଏହି କାହାଣୀ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ, ଏବଂ ଧାରାବାହିକରେ ଦୁଇ ଭଉଣୀ ଅଭିନୟ କରୁଥିବା ସାଧନା ଓ ରାଗିନୀ ର ଅଭିନୟ କୁ ବହୁତ ଭଲପାଇବା ମିଳିଥିଲା।ଯାହାଫଳରେ ଏ ଦୁଇ ଆଭିନେତ୍ରୀ ବହୁତ ଚର୍ଚ୍ଚା ରେ ଥିଲେ। ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଧାରାବାହିକ ରେ ଅଭିନୟ କରିଥିବା ଏହି ୨ଅଭିନେତ୍ରୀ ଏବେ କଉଠି ଓ କଣ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା-
ବିଦାଇ ଧାରାବାହିକ ରେ ସାଧନା ଭୂମିକା କରୁଥିବା ଅଭିନେତ୍ରୀ ସାରା ଖାନ ଙ୍କ ଜନ୍ମ ୬ ଅଗଷ୍ଟ ୧୯୮୯ ମସିହାରେ ଭୋପାଳ ରେ ହୋଇଥିଲା। ତେଣୁ ସାରାଙ୍କ ପଢାପଢି ଭୋପାଳ ରେ ହୋଇଥିଲା। ସାରା ଙ୍କ ପ୍ରଥମ ଧାରାବାହିକ ହେଉଛି ବିଦାଇ। ଏହି ଭୁମିକା ରୁ ତାଙ୍କୁ ପ୍ରସିଦ୍ଧତା ମିଳିଥିଲା । ବିଦାଇ ର ପ୍ରସିଦ୍ଧତା କୁ ଦେଖି ତାଙ୍କୁ ରାମ ମିଲାଏ ଯୋଡି,”ସସୁରାଲ ସୀମର କା “, “କବଚ”, “ସପନେ ସୁହାନେ ଲଡ଼ପନ” ରେ ଅଭିନୟ କରିବାକୁ ମିଳିଥିଲା।
ସାରା ବଲିଉଡ଼ ରେ ମଧ୍ୟ କାମ କରିଛନ୍ତି । ସାରା ଙ୍କ ପ୍ରଥମ ଚଳଚ୍ଚିତ୍ର ଡାର୍କ ରେଂନବୋ ୨୦୧୩ ରେ ରିଲିଜ ହୋଇଥିଲା । ସାରା ଙ୍କ ମାଆଙ୍କ ନାମ ହେଲା ସୀମା ଖାନ । ତାଙ୍କ ବାପା ପେଶା ରେ ଡକ୍ଟର ଅଟନ୍ତି। ସାରା ଙ୍କ ର ନିଜର ଭଉଣୀ ମଧ୍ୟ ଅଛନ୍ତି। ସାରା ଅଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ । କିନ୍ତୁ ସେ ଅଲି ଙ୍କ ସହ ବିବାହ ବିଛେଦ ମଧ୍ୟ କରିଥିଲେ। ସାରା ମଡେଲ ପାରସ ଛାବ୍ରା , ଋଷଭ ଟଣ୍ଡନ କୁ ଡେଟ କରୁଥିଲେ।
ଧାରାବାହିକ ରେ ରାଗିନୀ ଭୁମିକା ରେ ଅଭିନୟ କରୁଥିବା ଅଭି ନେତ୍ରୀ ପାରୁଲ ଚୌହାନ ୨୦ମାର୍ଚ୍ଚ ୧୯୮୮ ମସିହାରେ ଉତ୍ତରପ୍ରଦେଶର ଲଷ୍ମୀପୁର ରେ ଜନ୍ମ ହୋଇଥିଲା।ପାରୁଲ ୨୦୦୩ ମସିହାରେ ଆସିଥିବା ଧାରାବାହିକ କହି ତୋ ହୋଗା ରୁ କରିଥିଲେ। ପାରୂଲ ଚିରାଗ ଠାକ୍କର , ୟଶଃଦୀପ ନୈନଙ୍କୁ ଡେଟ କରୁଥିଲେ।
ପାରୁଲ ୨୦୧୮ ମସିହା ୧୨ ଡିସେମ୍ବେର ରେ ଚିରାଗ ଠାକ୍କର ବାହା ହୋଇଥିଲେ। ପାରୁଲ “ମେରି ଅଶିକି ତୁମସେ ହି”,”ୟେ ରିସ୍ତା କ୍ୟା କେହେଲାତା ହେ” ,”ପୁନର୍ବିବାହ” ଆଦି ଧାରାବାହିକ ରେ କାମ କରିଛନ୍ତି। କିନ୍ତୁ ପାରୁଲ ଏବେ ଟିଭି ଜଗତରେ କାମ କରୁନାହାନ୍ତି।
ଏହି ଦୁଇ ଅଭିନେତ୍ରୀ ବହୁତ ବଦଳି ଗଲେଣି । ସାରା ପୂର୍ବ ଅପେକ୍ଷା ବହୁତ ବଦଳି ଗଲେଣି ଓ ଆଗ ପରି ସୁନ୍ଦର ଦେଖା ଯାଉ ନାହାନ୍ତି । ସୁନ୍ଦର ଦେଖାଯିବା ପାଇଁ ସେ ତାଙ୍କ ଓଠକୁ ସର୍ଜରି ମାଧ୍ୟମ ରେ ବଦଳାଇ ଦେଇଛନ୍ତି । କିନ୍ତୁ ସର୍ଜରି ପରେ ଓଠ ସୁନ୍ଦର ଦେଖା ଯିବା ବଦଳ ରେ ଏତେ ଖାସ ଦେଖା ଯାଇନଥିଲା । ସେଥି ପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ଅପମାନିତ ହେବାକୁ ପଡିଲା ।
କିନ୍ତୁ ବନ୍ଧୁଗଣ ଏବେ ତାଙ୍କ ଓଠ ଠିକ ଅଛି। ବିଦାଇର ଦିତୀୟ ଅଭିନେତ୍ରୀ ପାରୁଲ ପୂର୍ଵ ଠାରୁ ବହୁତ୍ ବଦଳି ଯାଇଛନ୍ତି। ଧାରାବାହିକ ରେ ଆପଣ ପାରୁଲଙ୍କୁ ସାଧା ସିଧା ଭୁମିକାରେ ଦେଖିଥିବେ, କିନ୍ତୁ ଏହି ଲମ୍ବା ବ୍ରେକ୍ ରେ ସେ ନିଜକୁ ବହୁତ ସୁନ୍ଦର ଏଵଂ ଷ୍ଟାଇଲିସ କରିଦେଇଛନ୍ତି । ଟିଭି ଜଗତ ରୁ ଦୁରେଇ ସେ ତାଙ୍କ ଘରୋଇ ଜୀବନ ଉପରେ ବେସି ଧ୍ୟାନ ଦେଉଛନ୍ତି।
ଆପଣଙ୍କୁ ଏହି ଦୁଇ ଜଣ ଆକ୍ଟ୍ରେସ ଯଦି ଭଲ ଲାଗନ୍ତି ତେବେ ଆମକୁ ଏହାକୁ ଗୋଟିଏ ଲାଇକ କରିବେ ଓ କମେନ୍ଟ କରିବେ ଓ ଆଗକୁ ଟିଭି ଇଣ୍ଡଷ୍ଟ୍ରି ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ