ବନ୍ଧୁଗଣ, ଆଜିକାଲି ଖୁବ କମ ବୟସର ବ୍ୟକ୍ତି କିଡ୍ନି ସମସ୍ୟା ର ଶି-କା-ର ହେଉଛନ୍ତି । ଏହା ସହିତ କିଡ୍ନି ରୋଗୀ ଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଅଛି । ଆସନ୍ତୁ ଜାଣିବା ଆମ୍ଭ କିଡ୍ନି କୁ ଆମ୍ଭେ କିଭଳି ଭାବରେ ସୁସ୍ଥ ରଖି ପାରିବା ? ୧- କିଡ୍ନି କୁ ସୁରକ୍ଷିତ ରଖିବାକୁ ହେଲେ ସର୍ବ ପ୍ରଥମେ ଆମ୍ଭକୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ହେବ । କିଡ୍ନି କୁ ସୁସ୍ଥ ରଖିବାକୁ ହେଲେ କମ ଲୁଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ ।
୨- ଖାଇବା ପୂର୍ବ ରୁ ସମସ୍ତ ପାରିବା କୁ ଭଲ ଭାବରେ ଧୁଅନ୍ତୁ । ଆବଶ୍ୟକ ପଡିଲେ ଗରମ ପାଣିରେ ସେଗୁଡିକ ଧୋଇ ଜୀବାଣୁ କୁ ନଷ୍ଟ କରିବା ପାଇଁ ପ୍ରୟାସ କରନ୍ତୁ । ପ୍ରୋଟିନ ଜାତୀୟ ଖାଦ୍ୟ କୁ ନିର୍ଦ୍ଧିଷ୍ଠ ପରିମାଣରେ ଖାଆନ୍ତୁ ।
୩- ମାଛ, ମାଂସ, ଆମିଷ ଭଳି ଖାଦ୍ୟ କୁ ଏଡେଇ ଚାଲନ୍ତୁ । ମାତ୍ର ଇଛା ହେଲେ ଖୁବ କମ ପରିମାଣରେ ଆପଣ ଏହାକୁ ସେବନ କରି ପାରିବେ ।
୪- ସେହି ଭଳି କିଡ୍ନି ରୋଗ ସହିତ ହୃ-ଦ ରୋଗ ର ଗମ୍ଭୀର ସମ୍ବନ୍ଧ ରହିଅଛି । ଏଣୁ ହୃତପିଣ୍ଡ କୁ ସୁସ୍ଥ ରଖିବା ଭଳି ଖାଦ୍ୟ ଯେପରି ସବୁଜ ପନିପରିବା, ଶାଗ ଏବଂ ଫଳ ଇତ୍ୟାଦି କୁ ପ୍ରଚୁର ପରି ମାଣରେ ଖାଆନ୍ତୁ ।
୫- ସେହିଭଳି ତେଲରେ ଭଲ ଭାବରେ ଭଜା ହୋଇଥିବା ଖାଦ୍ୟ ବଦଳରେ ଆପଣ ସ୍ଵାଦ ନିମନ୍ତେ ତାକୁ ପୋ-ଡି-କରି ଖାଇ ପାରିବେ । ଆଜିଭଳି ଦିନରେ ମାଛ ଠାରୁ ଆରମ୍ଭ କରି ବିଭିନ୍ନ ଆମିଷ ଖାଦ୍ୟ ର ପତ୍ରପୋଡା ଟ୍ରେଣ୍ଡ ରେ ରହିଅଛି । ଆପଣ ସେଥିରୁ କିଛି ପ୍ରସ୍ତୁତ କରି ଖାଇ ପାରିବେ । ଏଥିରେ ତେଲ ର ପରିମାଣ କମ ହୋଇଥବାରୁ ଆପଣଙ୍କୁ ଖୁବ ଭଲ ମଧ୍ୟ ଲାଗିବ ।
୬- ଆପଣ କ୍ଷୀର ରୁ ସର କାଢି ସେବନ କରନ୍ତୁ । ସେହିପରି କମ କ୍ୟାଲୋରୀ ଯୁକ୍ତ ଦହି, ଛେନା ଇତ୍ୟାଦି ଆପଣଙ୍କୁ ଫିଟ ରଖିବ । ଏହିସବୁ ଖାଦ୍ୟ କୁ ଆପଣ ମାନେ ସାମିଲ କରି ପାରିବେ । ଉପଯୁକ୍ତ ପରିମାଣରେ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବାର ପ୍ରୟାସ କରନ୍ତୁ । ସେଓ, ଗାଜର, କମଳା, କଦଳୀ, ଆଳୁ, ଟମାଟୋରେ ପ୍ରଚୁର କ୍ୟାଲସିୟମ ରହିଥାଏ । ଏହି ସବୁ ଖାଦ୍ୟ କୁ ସେବନ କରିବା ନିମନ୍ତେ ପ୍ରୟାସ କରନ୍ତୁ ।
୭- ଆପଣଙ୍କର ନୀତିଦିନ ର ଯେଉଁ ଡାଏଟ ରହିଅଛି ଆପଣ ସେଗୁଡିକ ବଦଳାଇବା ଦ୍ଵାରା ନିଶ୍ଚିତ ରୂପରେ ସଠିକ ରହି ପାରିବେ । ଆପଣ ନିଜ ଖାଦ୍ୟ ପ୍ରଣାଳୀ ରେ ଏହିସବୁ ଜିନିଷ କୁ ସାମିଲ ରଖନ୍ତୁ ଏବଂ ଆପଣଙ୍କ କିଡ୍ନି କୁ ସୁସ୍ଥ ରଖନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ