ତୁଳସୀ ମୂଳେ କେଉଁ ଦିନ ଜଳ ଦେବେ ନାହିଁ ? ଜଳ ଦେବା ସମୟରେ କେଉଁ ଦିଗକୁ ମୁହଁ କରି କରି ଦେବେ ? ଜାଣନ୍ତୁ ପୁରା ନିୟମ

ବନ୍ଧୁଗଣ ପ୍ରତେକ ହିନ୍ଦୁ ଧର୍ମ ରେ ମାତା ତୁଳସୀ ବା ବୃନ୍ଦାବତୀ ଙ୍କୁ ପୂଜା କରା ଯାଇଥାଏ । ଏଭଳି ଘରେ କୌଣସି ଦଇବି ଦୁର୍ଘଟଣା ଆସେ ନାହି । ତେଣୁ ପ୍ରତେକ ଦିନ ମା ତୁଳସୀ ଙ୍କୁ ପୂଜା କରିବା ଉଚିତ ସକାଳେ ଓ ସନ୍ଧ୍ୟା ରେ । ଯେତେବେଳେ ପୂର୍ବ ଆକାଶରେ ଭଗବାନ ସୂର୍ଯ୍ୟ ଉଦୟ ହେବେ । ସେହି ସମୟରେ ସ୍ନାନାଦୀ କର୍ମ ସରାଇ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ପରେ ମାତା ତୁଳସୀ ଙ୍କୁ ଜଳା ଲାଗି କରିବା ଉଚିତ ।

ସୂର୍ଯ୍ୟ ଉଦୟ ସମୟରେ ମା ତୁଳସୀ ଙ୍କୁ ଜପ ଅର୍ପଣ କରୁଛନ୍ତି ତେବେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ରବିବାର ଓ ଏକାଦଶୀ ତିଥି ରେ ମା ତୁଳସୀ ଙ୍କୁ ଜଳ ଲାଗି କରାଯାଏ ନାହି ।ଏହାର କାରଣ ଶାସ୍ତ୍ର ଅନୁଯାୟୀ ଏକାଦଶୀ ଓ ରବିବାର ଦିନ ମାତା ତୁଳସୀ ପ୍ରଭୁ ବିଶୁଣୁ ଙ୍କ ପାଇଁ ନିର୍ଜଳା ବ୍ରତ ରଖିଥାନ୍ତି । ଏକାଦଶୀ ଦିନ ନିର୍ଜଲା ଏକାଦଶୀ ବ୍ରତ ଏବଂ ରବିବାର ଦିନ ପ୍ରଭୁ ଗୋଲକ ବିହାରୀ ବିଶୁଣୁ ଙ୍କ ପାଇଁ ମା ତୁଳସୀ ବ୍ରତ ରଖନ୍ତି । ସେଥିପାଇଁ ରବିବାର ଓ ଏକାଦଶୀ ତିଥି ରେ ମା ତୁଳସୀ ଜଳ ସମର୍ପଣ କରାଯାଏ ନାହି ।

ଏମିତିକି ତାଙ୍କୁ ସ୍ପର୍ଶ ମଧ୍ୟ କରାଯାଏ ନାହି । କିନ୍ତୁ ଦର୍ଶକ ବନ୍ଧୁ ପ୍ରତେକ ଦିନ ପ୍ରାତଃ ଓ ସନ୍ଧ୍ୟା ସମୟରେ ମା ତୁଳସୀ ଙ୍କୁ ଦୀପ ଦାନ ନିଶ୍ଚୟ କରନ୍ତୁ । କିନ୍ତୁ ମନେ ରଖିବେ ଦୀପ ଦେବା ସମୟରେ ଦୀପ କୁ ତଳେ ନ ରଖି କୌଣସି ପତ୍ର, ଫୁଲ ବା ଆସନ ଉପରେ ଦୀପ ରଖି ମା ତୁଳସୀ ଙ୍କୁ ଦୀପ ଦାନ କରନ୍ତୁ ।

ଏମିତିକି ରବିବାର ଓ ଏକାଦଶୀ ରେ ମଧ୍ୟ ମା ତୁଳସୀ ଙ୍କୁ ଦୀପ ଦାନ କରନ୍ତୁ । କେବଳ ରବିବାର ଓ ଏକାଦଶୀ ଦିନ ମା ତୁଳସୀ ପୂଜା କରିବେ ନାହି କିନ୍ତୁ ଦୀପ ଦାନ କରି ପାରିବେ । ମାତା ତୁଳସୀ ଙ୍କୁ ଜାଲ ଦେବା ସମୟରେ ଶାସ୍ତ୍ର ଅନୁଯାୟୀ ପୂର୍ବ ଦିଗକୁ ମୁଖ କରି ବା ଉତ୍ତର ଦିଗକୁ ମୁଖ କରି ଜଳ ଦେବା ଉଚିତ ।

ଜଳ ଦେବା ସମୟରେ ଗଛ ଉପରେ ନ ଦେଇ ମୂଳ ପ୍ରବେଶ ରେ ଜଳ ଦେବା ଉଚିତ । ସବୁବେଳେ ପାଦ ରେ ଜଳ ସମର୍ପଣ କରାଯାଏ ଏହା ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ତା ପରେ ପ୍ରଦୀକ୍ଷଣ କରି ଆଉ ଥରେ ତୁଳସୀ ଙ୍କୁ ଜଳ ଦେଇପାରିବେ । ଏହି ସମୟରେ ବୃଦ୍ଧା ଓ ତର୍ଜନୀ ଆଙ୍ଗୁଳି କୁ ଅଲଗା ରଖି ଜଳ ଅର୍ପଣ କରିବା ଉଚିତ ।

ଏହି ଦୁଇ ଆଙ୍ଗୁଳିକୁ କେବେବି ଏକାଠି ରଖିବେ ନାହି । କାରଣ ଏହି ଦୁଇ ଆଙ୍ଗୁଳି ମିଶିଲେ ରାକ୍ଷସୀ ମୁଦ୍ରା ହୋଇଥାଏ । ତେଣୁ ମୁକ୍ତ ହସ୍ତ ରେ ମାତା ବୃନ୍ଦାବତୀ ଙ୍କୁ ଜପ ଅର୍ପଣ କରିବା ଉଚିତ । ଏହା ସହ ମାତା ତୁଳସୀଙ୍କ ମନ୍ତ୍ର ଜପ କରିବେ ଯାହା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *