Jyotish Shastra- ତୁଳା ରାଶି ଓ କୁମ୍ଭ ରାଶିଙ୍କ ମଧ୍ୟରେ କେଉଁ ରାଶି ଜୀବନରେ ଅଧିକ ଦୁଃଖ ପାଇଥାନ୍ତି ?

ନମସ୍କାର ବନ୍ଧୁଗଣ, କିଛି ଲୋକ ନିଜ ରାଶି ବଳରେ ବଳୀୟାନ ହୋଇଥାନ୍ତି ଆଉ ଜୀବନରେ ଖୁବ ସହଜରେ ସବୁ ହାତ ମୁଠାରେ ପାଇଯାଇଥାନ୍ତି । ଆଉ କିଛି ଲୋକ ଯେତେ କଷ୍ଟ କଲେ ମଧ୍ୟ ଯେଉଁ ଖରାପ ଅବସ୍ତାକୁ ସେହି ଅବସ୍ତା । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଦୁଇଟି ରାଶି ସମ୍ପର୍କରେ । ଉଭୟ ରାଶିର ବ୍ୟକ୍ତିଙ୍କ ମଧ୍ୟରୁ କେଉଁ ରାଶି ର ଭାଗ୍ୟ ଭଲ ଏବଂ କେଉଁ ରାଶିର ଭାଗ୍ୟ ଖରାପ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ତୁଳା ରାଶି: ଏହି ରାଶିର ବ୍ୟକ୍ତିଙ୍କ ଠାରେ ଅନେକ ଭଲ ଗୁଣ ରହିଛି । ସମସ୍ତଙ୍କୁ ଏମାନେ ଭଲ ପାଇବା ସହ ମିଠା କଥା ସମସ୍ତଙ୍କୁ କହିଥାନ୍ତି । କେବେ କାହା ମନରେ କଷ୍ଟ ଦେବା ପାଇଁ ଚାହିଁନଥାନ୍ତି । ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ବୁଦ୍ଧି ଆଗରେ ସମସ୍ତଙ୍କ ବୁଦ୍ଧି କମ ହୋଇଥାଏ । ସଂଗୀତକୁ ବହୁତ ଭଲ ପାଇଥାନ୍ତି ଏମାନେ । ରାଜନୀତି କାର୍ଯ୍ୟ କରିବା ପାଇଁ ଏମାନଙ୍କ ଆଗ୍ରହ ଅଧିକଥାଏ ।

ସମସ୍ତଙ୍କୁ ଉଚିତ ନ୍ୟାୟ ଦେବାରେ ଏମାନେ ବିଶ୍ଵାସ ରଖନ୍ତି । ନିଜ କାର୍ଯ୍ୟକୁ ସବୁବେଳେ ଉନ୍ନତ ଧରଣର କରିବା ପାଇଁ ପ୍ରୟାସ ଜାରି ରଖିଥାନ୍ତି । ଏମାନେ ଦେଖିବା ପାଇଁ ସୁନ୍ଦର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିଙ୍କ ଅଙ୍ଗରେ କିଛି ଖୁଣ ଦେଖା ଯିବାର ସମ୍ଭାବନା ରହିଥାଏ । ଅନ୍ୟ ମାନଙ୍କ ଅପେକ୍ଷା ତୁଳା ରାଶିର ବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାର ଜଣାଯାଏ । ତେଣୁ ଏମାନଙ୍କ ଶରୀରରେ ଅନେକ ସମୟରେ ଦୁର୍ବଳତା ଦେଖାଦେଇଥାଏ । ବୁଲିବା ପାଇଁ ଏମାନେ ପସନ୍ଦ କରିଥାନ୍ତି ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିଙ୍କ ସ୍ଵାଭାବ ଗମ୍ଭୀର ହୋଇଥାଏ । ଏବଂ ଏମାନେ ପର ଉପକାର କରିବା ପାଇଁ ଭଲ ପାଇଥାନ୍ତି । କିନ୍ତୁ ଏମାନେ ବେଳେ ବେଳେ ଗର୍ବୀ ସ୍ଵଭାବର ହୋଇଯାନ୍ତି । ଆଉ ଅଳ୍ପ ସମୟ ପାଇଁ ଖୁବ ଜୋରେ ରାଗିଯାଇଥାନ୍ତି । ପୁଣି କିଛି ସମୟ ପରେ ରାଗ ଶାନ୍ତ ମଧ୍ୟ ହୋଇଯାଏ । ଏହାପରେ ସେ ନିଜର ଭୁଲ ବୁଝିପାରନ୍ତି ।

ବିଚକ୍ଷଣ ବୁଦ୍ଧି ରହିଥାଏ ଏମାନଙ୍କ ପାଖରେ । ସହଜରେ କୌଣସି କାର୍ଯ୍ୟକୁ ବା କାହାକୁ ପରିଚାଳନା କରିପାରନ୍ତି । ସବୁ ଜାଗାରେ ଏମାନେ ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି । ସବୁବେଳେ ପାପ ପୂଣ୍ୟର ବିଚାର କରିଥାନ୍ତି । ଯୋଗୀ ବ୍ରାହ୍ମଣଙ୍କର  ସେବା ମଧ୍ୟ କରିଥାନ୍ତି । ଏମାନଙ୍କ ଠାରେ ମାନସିକ ଦୁଶ୍ଚିନ୍ତା ଏବଂ ପେଟ ଜନିତ ରୋଗ ଦେଖା ଦେଇଥାଏ ।

ଚତୁର ହେବା ସହ ସମସ୍ତ କାର୍ଯ୍ୟ ପାଇଁ ବହୁତ ଅଧିକ ଧର୍ଯ୍ୟ ରହିଥାଏ ଏମାନଙ୍କ ପାଖରେ । ସ୍ଵାଭାବରେ ବହୁତ ଶାନ୍ତ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *