Astrology- ତୁଳା ରାଶି ଓ କୁମ୍ଭ ରାଶି ! କିଏ ସବୁଠାରୁ ଅଧିକ ଧନୀ ଓ ବୁଦ୍ଧିମା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୨ଟି ରାଶି ମାନଙ୍କ ମଧ୍ୟରୁ ୨ ରାଶି ଯଥା ତୁଳା ଓ କୁମ୍ଭ ରାଶି ଉପରେ ଆଲୋଚନା କରିବା । ଏହି ୨ ରାଶି ମଧ୍ୟରୁ କେଉଁ ରାଶି ଅଧିକ ବୁଦ୍ଧିମାନ ଓ ଧନୀ ସେହି ବିଷୟରେ ଆଲୋଚନା କରିବା । ତୁଳା ରାଶିଙ୍କର ନାମର ଆରମ୍ଭରୁ ର ଅକ୍ଷରରୁ ହିଁ ହୋଇଥାଏ । ଏହି ରାଶିର ଲୋକ ମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ଦରକାର ସମୟରେ ଅନ୍ୟର ସାହାଜ୍ଯ କରିଥାନ୍ତି ।

ଏମାନେ ଭାବୁକ ପ୍ରେମୀ ହୋଇଥାନ୍ତି । ରଚନାତ୍ମକ ସ୍ଵଭାବର ହୋଇଥାନ୍ତି । ନିଜ ଲକ୍ଷସ୍ତଳରେ ପହଞ୍ଚିବା ପାଇଁ ଏମାନେ ନିଜର ପରିଶ୍ରମ ଜାରୀ ରଖିଥାନ୍ତି।  ଭ୍ରମଣ ପ୍ରିୟ ହେବ ସହିତ ନୂଆ ନୂଆ ପୋଷାକ ପିନ୍ଧିବାରେ ରୁଚି ରଖିଥାନ୍ତି । ଯଦି କୌଣସି କାରଣରୁ ତୁଳା ରାଶିର ଲୋକ ଅଧିକ ଚିନ୍ତା କରିଥାନ୍ତି । ତେବେ ସେମାନଙ୍କର ମାନସିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଏମାନେ ଜିଦିଆ ସ୍ଵଭାବର ହୋଇଥିବାରୁ ପ୍ରାୟତଃ ସମୟରେ ଦାମ୍ପତ୍ୟ କିମ୍ବା ଲଭ ଲାଇଫରେ କଳହ ଲାଗିଥାଏ । ଶୁଭବାର ହେଉଛି ଶୁକ୍ରବାର, ଶୁଭ ସଂଖ୍ୟା ୬, ଶୁଭ ଧାତୁ ରୂପା, ଶୁଭ ରତ୍ନ ହୀରା, ଶୁଭ ରଙ୍ଗ ଧଳା । ଏମାନଙ୍କର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀ । ତେଣୁ ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ହିଁ ରହିଥାଏ ।

ତେବେ ଚାଲନ୍ତୁ କୁମ୍ଭ ରାଶିର ଲୋକଙ୍କ ବିଷୟରେ ଜାଣିବା । ଏହି ରାଶିର ଲୋକ ମାନଙ୍କର ନାମର ଆରମ୍ଭ ଗ ଓ ଶ ଅକ୍ଷରରୁ ହୋଇଥାଏ । ଏହି ରାଶିର ଲୋକମାନେ ସାମାନ୍ୟତମ ଗର୍ବୀ ହୋଇଥାନ୍ତି । ଏହି ଲୋକମାନେ ଦେଖିବାକୁ ଆକର୍ଷଣୀୟ ଓ ସୁନ୍ଦର ହୋଇଥାନ୍ତି । ଏହି ଲୋକମାନେ କଳା ପ୍ରତି ବହୁତ ରୁଚି ରଖିଥାନ୍ତି ।

ଏମାନେ ଚଞ୍ଚଳ ସ୍ଵଭାବର ହୋଇଥିବାରୁ କୌଣସି ଜିନିଷରେ ଥୟ ନହୋଇ ସବୁବେଳେ କିଛି ନ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି । ଏହି ରାଶିର ଝିଅ ମାନେ ବହୁତ ଚାଲାକ ସ୍ଵଭାବର ହୋଇଥିବା ସହିତ ପୁରୁଷଙ୍କ ଭଳି କାର୍ଯ୍ୟଦକ୍ଷତା ମଧ୍ୟ ଏମାନଙ୍କ ଠାରେ ରହିଥାଏ । ଏହି ଲୋକ ମାନେ ବହୁତ ଭାବିଚିନ୍ତି କାମ କରିଥାନ୍ତି । ଅନ୍ୟର ଭାବନାକୁ ଏମାନେ ସମ୍ମାନ କରିବା ସହିତ ତାଙ୍କ ମନର କଥାକୁ ବହୁତ ଶୀଘ୍ର ବୁଝିପାରିଥାନ୍ତି ।

ଏମାନେ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ଏମାନେ ନିଜର ପାର୍ଟନରକୁ ବହୁତ ଅଧିକ ଭଲ ପାଇଥାନ୍ତି ।  ଏମାନେ ଧନ ଯେତିକି କମାଇଥାନ୍ତି । ସେହି ଅନୁସାରେ ନିଜର ବେୟ କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜର ବୁଦ୍ଧି ଓ ଜ୍ଞାନ ପ୍ରୟୋଗ କରି ଯେକୌଣସି କାର୍ଯ୍ୟ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥାନ୍ତି । ଏମାନଙ୍କର ବହୁତ ମିଳାପୀ ପ୍ରକୃତିର ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *