Ajira Upadesha- ସୋମବାର ଦିନର ଏହି ଉପାୟ ସବୁ କ୍ଷେତ୍ରରେ ଆପଣଙ୍କୁ କରିବା ବିଜୟୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବାରର ନିଜସ୍ୱ ଅଲଗା ଅଲଗା କିଛି ମହତ୍ଵ ରହିଥାଏ । ଏହା ସମସ୍ତେ ଜାଣିଛନ୍ତି । ଏହା କି ଯେ ପ୍ରତ୍ଯେକଟି ବାର ସହିତ କୌଣସି ନା କୌଣସି ଦେବାଦେବୀଙ୍କର ସମ୍ପୃକ୍ତି ରହିଥାଏ । ଯେଉଁ କାରଣରୁ ସେହି ଦେବାଦେବୀଙ୍କର ନାମ ଅନୁସାରେ ବାରଟିର ପାଳନ କରାଯାଇଥାଏ । ଯେପରି ସୋମବାରକୁ ଭଗବାନ ଶିବଙ୍କର ବାର ନାମେ ବିଚାର କରାଯାଇଥାଏ ।

ଯେପରି ସୋମବାରଟି ପ୍ରଭୁ ଭୋଳାନାଥଙ୍କୁ ସମର୍ପିତ କରାଯାଇଛି । ତେଣୁ ଏହି ବାରରେ ଭଗବାନ ଭୋଳାଶଙ୍କରର ନିଷ୍ଟାର ସହକାରେ ପୂଜା କରିବା ଦ୍ଵାରା ବ୍ୟକ୍ତିର ମନସ୍ଥ କାମନା ଗୁଡିକ ପୂରଣ ହୋଇଥାଏ । ଏହି ପବିତ୍ର ସୋମବାର ଦିନ ସକାଳୁ ଉଠି ନିଜର ନିତ୍ୟାଦି କାର୍ଯ୍ୟ ସାରି ସଂପୂର୍ଣ୍ଣ ଭାବରେ ଶୁଦ୍ଧପୁତ୍ତ ହୁଅନ୍ତୁ ।

ତାପରେ ଭଗବାନ ଶିବଙ୍କର ମନ୍ଦିର ଯାଇ ସେଠାରେ କ୍ଷୀର ଓ ବେଲ ପତ୍ର ଚଢାଇ ପ୍ରଣାମ କରନ୍ତୁ । ଏହା ବ୍ୟକ୍ତି ପକ୍ଷେ ଅତ୍ୟନ୍ତ ଶୁଭକର ହୋଇଥାଏ । ଭଗବାନ ଶିବଙ୍କର ନାମରେ ଥିବା ପ୍ରତ୍ଯେକଟି ବ୍ରତର ବହୁତ କିଛି ମହତ୍ଵ ରହିଥାଏ । ତେଣୁ ପ୍ରଭୁ ଶଙ୍କରଙ୍କର ବ୍ରତ ନିହାତି ଭାବରେ କରିବା ଉଚିତ । କାରଣ ଏହି ବ୍ରତ କରିବା ଦ୍ଵାରା ବ୍ୟକ୍ତି ଉପରକୁ ଆସୁଥିବା ସମସ୍ତ ସଙ୍କଟକୁ ପ୍ରଭୁ ଭୋଳାନାଥ ଦୂର କରିଥାନ୍ତି ।

ସୋମବାର ଦିନ ପ୍ରଭୁ ଭୋଳାଶଙ୍କର ନାମରେ ଏକ ନଡିଆଟି ଆଣି ଘରେ ରଖନ୍ତୁ । ସେଥିରେ ନାଲି ରଙ୍ଗର କପଡାକୁ ଗୁଡ଼ାନ୍ତୁ । ସେହି ନଡିଆ ଉପରେ ବେଲ ପତ୍ର ଆଣି ରଖିବେ । ୩ ଶାଖାଯୁକ୍ତ ବେଲ ପତ୍ର ଆଣି ରଖିବେ । ଯଦି ସମ୍ଭବ ତେବେ ୫ ପତ୍ର ଯୁକ୍ତ ବେଲ ପତ୍ର ଆଣି ମଧ୍ୟ ସେହି ନଡିଆ ଉପରେ ରଖିବେ ।

ତାପରେ ସେହି ନଡିଆ ଓ ବେଲ ପତ୍ର ଉଭୟକୁ ପ୍ରଭୁ ଶିବ ଶଙ୍କରଙ୍କର ପାଖରେ ପୂଜା କରନ୍ତୁ । ପୂଜା କରି ସାରିବା ପରେ ଘରର ଐଶାନ୍ୟ କୋଣରେ ନଡିଆକୁ ନେଇ ରଖନ୍ତୁ । ତାପରେ ସେଠାରେ ନଡିଆ ରଖିବା ସମୟରେ ଭଗବାନ ଶିବ ଶଙ୍କରଙ୍କୁ ମନରେ ଧ୍ୟାନ କରି ନିଜର ମନସ୍କାମନା ଜଣାଇବେ । ସ୍ଵାସ୍ଥଗତ କୌଣସି ପ୍ରକାର ସମସ୍ଯା ମଧ୍ୟ ପ୍ରଭୁଙ୍କୁ ଜଣାଇବେ ।

ଏହା ସହିତ ପ୍ରଭୁଙ୍କୁ ନିଷ୍ଟାର ପୂଜା ପ୍ରଥନା କରି ପ୍ରଣାମ କରିବେ । ଏହିପରି ୧୭ ସୋମବାର କରିବା ଦ୍ଵାରା ନିହାତି ଭାବରେ ଆପଣଙ୍କର ମନକାମନା ପୂରଣ ହୋଇବ । ୧୭ ଟି ସୋମବାର ଦିନ ଶିବ ବ୍ରତ କରି ଐଶାନ୍ୟ କୋଣରେ ରଖିଥିବା ନଡିଆକୁ ପ୍ରଣାମ କରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *