Health Tips- Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଥାଏ ବିଷ ସମାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କ କ୍ଷେତ୍ରରେ ଅଧିକାଂଶ ଭାବରେ ଥାଇରଏଡ ଭଳି ଗଳା ଜନିତ ସମସ୍ଯା ରହିଥାଏ । ଥାଇରାଏଡ୍ ପୂର୍ବ ସମୟ ଅପେକ୍ଷା ବର୍ତ୍ତମାନ ସମୟରେ ଅଧିକ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଭାରତର ଅଧିକାଂଶ ମହିଳା ମାନେ ଥାଇରଏଡ ବେମାରୀରେ ପୀଡିତ ହେଉଛନ୍ତି । ତେବେ ଆଜି ଜାଣିବା ଥାଇରଏଡରେ ପୀଡିତ ବ୍ୟକ୍ତିଙ୍କୁ କେଉଁ ଖାଦ୍ୟ ଖାଇବା ଉଚିତ ଓ କେଉଁ ଖାଦ୍ୟ ଖାଇବା ଅନୁଚିତ ।

ଯେଉଁ ବ୍ୟକ୍ତି ମାନଙ୍କର ଥାଇରଏଡ କାରଣରୁ ଶରୀର ଅଧିକ ମାତ୍ରାରେ ଫୁଲିଯାଉଛି । ସେମାନଙ୍କୁ ବନ୍ଧା କୋବି,ଫୁଲ କୋବି, ସଲଗମ ଓ ଗାଣ୍ଠ କୋବି । ଏହି କୋବି ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ଵାରା ଥାଇରାଏଡ୍ ହୋଇନଥିବା ବ୍ୟକ୍ତିଙ୍କ ଠାରେ ଥାଇରଏଡ ହେବାର ସମ୍ଭାବନା ରହିବା ସହ ଯେଉଁ ମାନେ ଥାଇରଏଡରେ ପୀଡିତ ଅଛନ୍ତି । ସେମାନଙ୍କର ଅଧିକ ଥାଇରାଏଡ୍ସ ବଢିଯାଇଥାଏ ।

ଏହା ଛଡା ଚୋକୋଲେଟ, କଫି, କୋଲଡ୍ରିଂକ, ଚାହା ଆଦିର ବହୁତ ସେବନ କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ଧଳା ଭାତ ଓ ଧଳା ପାଉଁରୁଟି ଠାରୁ ମଧ୍ୟ ବଞ୍ଚିତ ରହିବାକୁ ପଡିବ । ଯେତେବେଳେ ଶରୀରରେ ଅଧିକ ଆୟୋଡିନର ମାତ୍ରା କମ୍ ରହିଥାଏ । ସେହି କ୍ଷେତ୍ରରେ ମହିଳାଙ୍କ ଠାରେ ଅଧିକ ମାତ୍ରାରେ ଥାଇରଏଡ ଦେଖାଯାଇଥାଏ ।

ତେଣୁ ନିଜ ଖାଦ୍ୟରେ ଆୟୋଡିନର ପରିମାଣ ଠିକ ଭାବରେ ରଖିବା ନିତାନ୍ତ ଆବଷ୍ୟକ ହୋଇଥାଏ । ପ୍ରଥମେ ଆୟୋଡିନ ଯୁକ୍ତ ଲୁଣ ଖାଇବା ଉଚିତ । ଅଣ୍ଡାର ମଝି ହଳଦିଆ ରଙ୍ଗର କେଶର ଖାଇବା  ମଧ୍ୟ ଉଚିତ । ଏହା ସହିତ ଚିଙ୍ଗୁଡି ଓ ମାଛ ଖାଇବା ମଧ୍ୟ ଉଚିତ । ଏହା ସହିତ ଅଦା, ରଶୁଣ, ଡାଲଚିନି, କଞ୍ଚାଲଙ୍କା, ଗୋଲମରୀଚ ଓ ହଳଦୀ ମଧ୍ୟ ଆରାମରେ ବ୍ୟବହାର କରିପାରିବେ ।

ଫଳରେ ସପୁରୀ, ସେଓ, ଅମୃତ ଭଣ୍ଡା ଓ କିୱି ମଧ୍ୟ ଖାଇବା ଉଚିତ । ଆଳୁ, ବିଲାତି, ଭେଣ୍ଡି, ଛତୁ, ଗାଜର, ସିମ୍ଳା ଲଙ୍କା, କଖାରୁ ମଧ୍ୟ ଆରାମରେ ଖାଇପାରିବେ । ବାଦାମ, ଅଖରୋଟ, କାଜୁ ଓ ଖରବୁଜର ମଞ୍ଜି, ଚିଆସିଡ ମଧ୍ୟ ଖାଇବା ଉଚିତ । କାରଣ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟକାରୀ ଦକ୍ଷତାକୁ ଠିକ ରଖିଥାଏ ।

ଗ୍ରୀନ ଟି, ପାଣିରେ ଜୁଆଣୀ କିମ୍ବା ଧନିଆ ପକାଇ ମଧ୍ୟ ସେବନ କରିପାରିବେ । ଅଁଳା ଜୁଷ ମଧ୍ୟ ସେବନ କରିପାରିବେ । ସକାଳୁ ଉଠି ଖାଲି ପେଟରେ ଅଁଳା ଜୁଷ କିମ୍ବା ଲୌକିର ଜୁଷ ମଧ୍ୟ ସେବନ କରିପାରିବେ । ଗୋଟିଏ ଗ୍ଳାସରେ ଖଣ୍ଡେ ଅଦା ଛେଚି, ଫାଳେ ଲେମ୍ବୁ, 1 ଚାମଚ ମହୁ ମିଶାଇ ସେବନ କରନ୍ତୁ ।

ଏହାର ଥାଇରଏଡ ଗ୍ରନ୍ଥିର କାର୍ଯ୍ୟକାରୀ ଦକ୍ଷତାକୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଏହି ସବୁ ନିୟମ ମାନି ଚଳିବା ଦ୍ଵାରା ଥାଇରଏଡ ଉପରେ ଏହାର ଭଲ ପ୍ରଭାବ ନିହାତି ପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *