ନୂଆ ବର୍ଷ ଦିନ ଏହି 1 ଜିନିଷ ଖାଇ ନିଅନ୍ତୁ, ବର୍ଷ ସାରା ଘରକୁ ଆସିବ ଧନ, ଟଙ୍କା, ପଇସା, ରହିବନି କିଛି ବି ଅଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ନବବର୍ଷକୁ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଛା ଓ ଶୁଭକାମନା । ୨୦୨୩ ନବବର୍ଷଟି ଆପଣଙ୍କର ଅନେକ ପ୍ରକାର ଖୁସି, ସୁଖ ଓ ସମୃଦ୍ଧି ନେଇ କରି ଆସୁ ଏହି ଶୁଭକାମନା ଆମ ତରଫରୁ ରହୁଅଛି । ତେବେ ବନ୍ଧୁଗଣ ଏଥର ୨୦୨୩ ନବବର୍ଷ ରବିବାର ପୁଷ୍ୟା ନକ୍ଷତ୍ରରେ ପଡୁଅଛି । ଗୁରୁ ଓ ଶୁକ୍ରଙ୍କର ସଂଯୋଗରେ ଯେଉଁ ପୁଷ୍ୟା ନକ୍ଷତ୍ର ପଡୁଅଛି ।

ଏହି ଦିନରେ ଜିନିଷ କ୍ରୟ କରି ଘରକୁ ଆଣିବା ବହୁତ ହିଁ ଶୁଭ ରହିଥାଏ । ବିଶେଷ କରି କୌଣସି ପ୍ରକାର ଦାମୀ ଜିନିଷ ମଧ୍ୟ ଏହି ଦିନ ଘରକୁ ଆରାମରେ ଘରକୁ ଆଣିପାରିବେ । ଯେହେତୁ ଏହି ରବିବାର ଦିନ ନବବର୍ଷର ଆରମ୍ଭ ହେବା ପାଇଁ ଯାଉଅଛି । ତେବେ ରବିବାର ଦିନ ଭଗବାନ ସୂର୍ଯ୍ୟ ନାରାୟଣଙ୍କର ବାର ହୋଇଥାଏ ।

ତେଣୁ ନବବର୍ଷ ଆରମ୍ଭରୁ ସକାଳୁ ପ୍ରାତଃ ଉଠି ନିଜର ନିତ୍ୟାଦି କାର୍ଯ୍ୟ ସାରି ତମ୍ବାର ଏକ ପାତ୍ରରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରନ୍ତୁ । ଦେଖିବେ ସପୂର୍ଣ୍ଣ ବର୍ଷଟି ଆପଣଙ୍କ ପାଇଁ ଉତ୍ତମ ରହିବ । କାରଣ ସୂର୍ଯ୍ୟ ଦେବତା ହେଉଛନ୍ତି ସକଳ ଶକ୍ତିର ଆଧାର । ଏହା ସହିତ ୨୭ ଥର ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । ଏହା ବ୍ୟକ୍ତିର ଜୀବନରେ ଅନେକ ସୁଖ ଶାନ୍ତି ଆଣିଦେଇଥାଏ ।

ବନ୍ଧୁଗଣ କଥାରେ ଅଛି ନୂଆବର୍ଷର ଆରମ୍ଭରେ ବ୍ୟକ୍ତି ସେହି ଦିନଟିକୁ ଯେତେ ଭଲରେ ବିତାଇ ଥାଏ । ତା’ ର ସଂପୂର୍ଣ୍ଣ ଦିନଟି ସେତେ ଭଲ ରହିଥାଏ । ତେଣୁ ଆପଣ ମାନେ ନିଜର ବର୍ଷକୁ ଉତ୍ତମ କରିବା ପାଇଁ ବର୍ଷର ଆରମ୍ଭ ଦିନକୁ ମଧ୍ୟ ଭଲ ଭାବରେ କିଛି ଉତ୍ତମ ଜିନିଷ ସେବନ କରି ଆରମ୍ଭ କରନ୍ତୁ । ଏହି ନବବର୍ଷରେ ଏକ ଏପରି ବିଶେଷ ଜିନିଷ ରହିଛି ।

ଯାହାର ସେବନରେ ବ୍ୟକ୍ତି ତଥା ବ୍ୟକ୍ତିର ସଂପୂର୍ଣ୍ଣ ପରିବାର ପାଇଁ ଅତ୍ୟନ୍ତ ମଙ୍ଗଳ ରହିଥାଏ । ତାହା ହେଉଛି କଳା ଅଙ୍ଗୁର । ତେବେ ନବବର୍ଷ ଦିନ କଳା ଅଙ୍ଗୁର ଆଣି ୧୨ ଟି ଅଙ୍ଗୁର ନିଜେ ଖାଇବା ସହିତ ସଂପୂର୍ଣ୍ଣ ପରିବାରକୁ ମଧ୍ୟ ଖୁଆନ୍ତୁ । ଯେପରି ଆପଣଙ୍କର ବର୍ଷର ଆରମ୍ଭରୁ ହିଁ ବର୍ଷ ସାରା ଉତ୍ତମ ପ୍ରଭାବ ଘର ଉପରେ ରହିବ । ଯଦି କଳା ଅଙ୍ଗୁର ସମ୍ଭବ ହେଉନାହିଁ ।

ତେବେ ସବୁଜ ରଙ୍ଗର ଅଙ୍ଗୁର ମଧ୍ୟ ସେବନ କରିପାରିବେ । ଆପଣଙ୍କୁ ଅଙ୍ଗୁର ଖାଇବା ଦ୍ଵାରା ଏହାର ବହୁତ ବିଶେଷ କିଛି ଫାଇଦା ସଂପୂର୍ଣ୍ଣ ବର୍ଷ ମଧ୍ୟରେ ଦେଖିବାକୁ ମିଳିବ । ନୂଆବର୍ଷ ଦିନ କାଲେଣ୍ଡରଟିକୁ ଘର କିମ୍ବା ଦୋକାନର ଦକ୍ଷିଣ ଦିଗକୁ ଛାଡି ଅନ୍ୟ କୌଣସି କାନ୍ଥରେ ମଧ୍ୟ ଲଗାଇ ପାରିବେ। ଏହା ଘର ପାଇଁ ମଙ୍ଗଳ ହୋଇଥାଏ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *