କଣ ଆପଣ ଠିଆ ହୋଇ ପାଣି ପିଉଛନ୍ତି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ହୋଇପାରେ ଏହି ଗମ୍ଭୀର ସମସ୍ଯା- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ମାନେ ତ ଜାଣିଥାଉ ଯେ, ଗୋଟିଏ ଦିନ ରେ ୮ ରୁ ୧୦ ଗ୍ଲାସ ପାଣି ଆମ ଶରୀର ପାଇଁ କେତେ ମାତ୍ରାରେ ଆବଶ୍ୟକ ହୋଇଥାଏ ।

କିନ୍ତୁ ହୁଏତ ଆପଣ ଏହା ଜାଣି ନଥିବେ ଯେ ଆପଣ ଯେଉଁ ପୋଜିସନ୍ ରେ ପାଣି ପିଇଥାନ୍ତି ତାହା ମଧ୍ୟ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଗୁରୁଜନ ମାନେ କୁହନ୍ତି ଯେ ସର୍ବଦା ଶାନ୍ତି ରେ ବସି ପାଣି ପିଇବା ଶରୀର ପାଇଁ ଲାଭଦାୟୀ ହୋଇଥାଏ । କାରଣ ବସିବା ସମୟରେ ଆମ ମାଂସପେଶୀ ଓ ନର୍ଭ ସିଷ୍ଟମ ରିଲାକ୍ସ ହୋଇ ଯାଆନ୍ତି ଏବଂ ଏଭଳି ସ୍ଥିତିରେ ପାଣି ପିଇବା ଦ୍ୱାରା ଆମ ଶରୀର କୁ ଏହାର ଫାଇଦା ମିଳିଥାଏ ।

କିନ୍ତୁ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ତରତର ରେ ଛିଡ଼ା ହୋଇ ପାଣି ପିଅନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଆମ ଶରୀର କୁ ଏହା କଣ ସବୁ କ୍ଷତି ପହଞ୍ଚାଇ ଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଯେତେବେଳେ ଆପଣ ଛିଡ଼ା ହୋଇ ପାଣି ପିଅନ୍ତି ସେତେବେଳେ ଇସୋଫେଗସ ପ୍ରେସର ଜରିଆରେ ପାଣି ଶୀଘ୍ର ପେଟ ରେ ପହଂଚିଥାଏ । ଏହାଦ୍ବାରା ଆପଣଙ୍କ ପେଟ ଉପରେ ଅଧିକ ପ୍ରେସର ପଡ଼ିଥାଏ ।

୨. ପ୍ରେସର ପଡ଼ିବା ଦ୍ୱାରା ପେଟ ର ଆଖପାଖ ଜାଗା ଓ ଡାଇଜେସନ ସିଷ୍ଟମ କୁ କ୍ଷତି ପହଞ୍ଚାଇ ଥାଏ ।

୩. ପାଣି ପ୍ରେସର ସହିତ ପେଟ କୁ ଯାଇଥାଏ ସେତେବେଳେ ଇଂପ୍ୟୋରୀଟିଜ ବ୍ଲେଡର୍ ରେ ଜମା ହୋଇ ଯାଇଥାଏ । ଯାହା କିଡ୍ନୀ କୁ ଗମ୍ଭୀର କ୍ଷତି ପହଞ୍ଚାଇ ପାରେ ।

୪. ପାଣି ର ପ୍ରେସର ଦ୍ଵାରା ଶରୀର ର ସମ୍ପୂର୍ଣ୍ଣ ବାଇଲୋଜିକାଲ୍ ସିଷ୍ଟମ ଉପରେ କୁପ୍ରଭାବ ପଡ଼ିଥାଏ ।

୫. ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଫୁସଫୁସ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । କାରଣ ଏଥିରେ ଆମର ଖାଦ୍ୟନଳୀ ଓ ଶ୍ୱାସନଳୀ ରେ ଅକ୍ସିଜେନ ର ସପ୍ଲାଏ ବନ୍ଦ ହୋଇଯାଇଥାଏ ।

୬. ଯେଉଁ ବ୍ୟକ୍ତି ସର୍ବଦା ଛିଡ଼ା ହୋଇ ପାଣି ପିଇଥାନ୍ତି ସେମାନଙ୍କୁ ଫୁସଫୁସ ସହିତ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

୭. ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଶୋଷ ମେଣ୍ଟି ନଥାଏ ଏବଂ ତୃପ୍ତି ଅନୁଭବ ହୋଇ ନଥାଏ । ଯେଉଁ କାରଣରୁ ଆପଣଙ୍କୁ ବାରମ୍ବାର ଶୋଷ ଲାଗିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *