ଠାକୁର ଘରେ ଗୋଟିକିଆ ଶଙ୍ଖ ରୁହେନି କାହିଁକି ? ସକାଳ 9 ପରେ କରୁଥିବା ସ୍ନାନଙ୍କୁ ରକ୍ତସ୍ନାନ କୁହାଯାଏ କାହିଁକି ? ଜାଣନ୍ତୁ ଆଜିର କିଛି ବଛା ବଛା Anuchinta

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ କିଛି ନୂଆ କଥା ଶିକ୍ଷା ଲାଭ କରିବାକୁ ଚେଷ୍ଟା କରିଥାଏ । ଯାହା ଶାସ୍ତ୍ରରେ ଉଲେଖ ରହିଛି । ଆଜି ଆମେ ଆପଣଙ୍କୁ ସେଭଳି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଯଦି କୌଣସି ଜାଗାରେ ପବନ ଅଟକିଥାଏ ବା ରକା ଅଟକିଥାଏ ତେବେ ମେସିନ ଖାଆନ୍ତୁ ନାହି । ମନେ ରଖନ୍ତୁ ଗୋଟେ ରସୁଣକୁ ଛେଚି ସେଥିରେ ସେନ୍ଧା ଲୁଣ ମିଶାଇ ଗୋଟେ କନାରେ ବାନ୍ଧି ନିଆଁରେ ଦେଖାଇ ରକା ପଶିଥିବା ଜାଗାରେ ସେକ ଦିଅନ୍ତୁ । ନିଶ୍ଚୟ ଭଲ ହୋଇଯିବ ।

୨- ୪ଟି ଜିନିଷ କେବେ କାହାକୁ କହିବେ ନାହି । ପ୍ରଥମ ଗୁରୁଙ୍କ ପାଖରୁ ପାଇଥିବା ମନ୍ତ୍ର କେବେ କହିବେ ନାହି । ଦ୍ବିତୀୟରେ ଗୁପ୍ତ ଦାନ କାହାକୁ କରିଥିଲେ ଅନ୍ୟକୁ କହିବେ ନାହି ।

ତୃତୀୟରେ ଆବଶ୍ୟକ ନ ହେଲେ ନିଜର ବୟସ କାହାକୁ କହିବେ ନାହି । ଶେଷରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡା କାହାକୁ କହିବେ ନାହି ।

୩- ଗୁରୁବାରରେ ସୂର୍ଯ୍ୟ ଅସ୍ତ ପରେ କାନ୍ଥ ବା ଅନ୍ୟ କେଉଁଠି ଝିଟିପିଟି ଦେଖନ୍ତି ତେବେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟପିଟି ଉପରେ ଫୋପାଡିଲେ ୩ ମାସରେ ଇଚ୍ଛା ପୂରଣ ହୋଇଥାଏ ।

୪- ସୁବର୍ଣ୍ଣକୁ ଦେବତାଙ୍କ ମାନ୍ୟତା ଦିଆଯାଇଛି । କିନ୍ତୁ ମନେ ରଖିବେ ମଝି ଆଙ୍ଗୁଳିରେ କେବେବି ସୁନା ମୁଦି ପିନ୍ଧିବା ଉଚିତ ନୁହେଁ । ନବ ଗ୍ରହଙ୍କ ମଧ୍ୟରୁ ମଝି ଆଙ୍ଗୁଳି ହେଉଛି ଶନିଙ୍କର ।

୫- ରାତି ସାଢେ ଚାରିରୁ ସାଢେ ୫ଟା ଭିତରେ ସ୍ନାନକୁ ଅମୃତ ସ୍ନାନ, ସାଢେ ପାଞ୍ଚରୁ ସାଢେ ୬ ଭିତରେ ସ୍ନାନକୁ ଦୁଗ୍ଧ ସ୍ନାନ, ସାଢେ ୬ରୁ ସକାଳ ୯ଟା ଯାଏଁ ସ୍ନାନକୁ ସୁରା ସ୍ନାନ, ସାଢେ ୯ ପରେ ଦିନମାନ ସ୍ନାନକୁ ରକ୍ତ ସ୍ନାନ କୁହାଯାଏ ।

୬- ସକାଳୁ ଉଠିବା ପରେ ପ୍ରଥମେ ୫ ଜଣଙ୍କୁ କେବେବି ଦେଖିବେ ନାହି । ପ୍ରଥମରେ ଚରିତ୍ରାହିନା ସ୍ତ୍ରୀ, ଦ୍ବିତୀୟରେ ବିନା ବସ୍ତ୍ରରେ ଥିବା ଛୁଆ, ତୃତୀୟରେ ଏକ ଆଖି ଲୋକ, ଚତୁର୍ଥରେ ଭିକାରି ଏବଂଶେଷରେ କୃପଣ ଲୋକଙ୍କୁ କେବେବି ଦେଖିବା ଅନୁଚିତ । ପ୍ରଥମେ ନିଜ ହାତକୁ ଦେଖିବେ ।

୭- ଭୋଜନ କରିବା ସମୟରେ ବାମ ହାତ ପାଦରେ ରଖନ୍ତୁ ନାହି । ଖାଇବା ବେଳେ ମୁଣ୍ଡରେ ଲୁଗା, ଟୋପି ଦେଇ ଖାଆନ୍ତୁ ନାହି ।

୮- ଏମିତି କାହାରି ଠାକୁର ଘର ନାହି ଯେଉଁଠି ଶଙ୍ଖ ନ ଥାଏ । ମନେ ରଖିବେ କେବେବି ଗୋଟିକିଆ ଶଙ୍ଖ ଠାକୁର ଘରେ ରଖିବେ ନାହି । ଯୋଡିଏ ଶଙ୍ଖ ରଖିଲେ ନିଶ୍ଚୟ ଉନ୍ନତି ହେବ ।

୯- କେବେବି ଅଇଁଠା ଛାଡନ୍ତୁ ନାହି କିମ୍ବା ସାଇତି ରଖନ୍ତୁ ନାହି । ଏହା କରିଲେ ମା ଲକ୍ଷ୍ମୀଙ୍କ କୃପା ହେବ ନାହି । ପର୍ସରେ ଗୋଟେ ଓସ୍ତ ପତ୍ର ଯାହା ଅକ୍ଷତ ଥିବ ତାହାକୁ ଗଙ୍ଗା ଜଳରେ ଧୋଇ କେସରରେ ଶ୍ରୀ ଲେଖି ରଖନ୍ତୁ । ଦେଖିବେ ଧନର ବୃଦ୍ଧି ନିଶ୍ଚୟ ହେବ ।

୧୦- ଯଦି ଆପଣଙ୍କର ଜୋତା ଚୋରୀ ହେଉଛି ତେବେ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *