ସରସ୍ଵତୀ ପୂଜାରେ ଦୁର୍ଲଭ ସଂଯୋଗ ! ପିଲା ହାତରେ ନିଶ୍ଚୟ କରନ୍ତୁ ଏହି ଗୋଟିଏ କାମ, ବିଦ୍ୟା କ୍ଷେତ୍ରରେ ମିଳିବ ଅପୂର୍ବ ସଫଳତା

ନମସ୍କାର ବନ୍ଧୁଗଣ, ଜାନୁୟାରୀ 26 ତାରିଖ ଦିନ ସରସ୍ଵତୀ ପୂଜା ହେବାକୁ ଯାଉଛି । ଏହି ସରସ୍ଵତୀ ପୂଜା ଦିନ ବନିବାକୁ ଯାଉଛି କିଛି ଶୁଭ ସଂଯୋଗ । ତେବେ ଏହି ସରସ୍ଵତୀ ପୂଜା ଦିନ କେଉଁ କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ପରିବାର ଏବଂ ପିଲା ମାନେ ସୁଖ ଶାନ୍ତି ପ୍ରାପ୍ତ କରିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ବୀଣାବାଦିନୀ ମା ସରସ୍ଵତୀଙ୍କ ପୂଜା ଦିନ ଆପଣ ମାନେ କେଉଁ କାର୍ଯ୍ୟ କରିବା ଫଳରେ ମା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ବସନ୍ତ ପଞ୍ଚମୀ ତଥା ଶ୍ରୀପଞ୍ଚମୀ ଅତ୍ୟନ୍ତ ଲାଭଦାୟକ ଅଟେ । କେବଳ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ପୂଜା ଉଦ୍ଧିଷ୍ଟ ନୁହେଁ ଏହାକୁ ସମସ୍ତ ଲୋକ ଏହି ବ୍ରତ ପାଳନ କରିବା ଆବଶ୍ୟକ । ଆପଣ ଏହିଦିନ ଆପଣଙ୍କ ଘରେ ନିହାତି ଭାବରେ ସରସ୍ଵତୀ ପୂଜା କରନ୍ତୁ । ସରସ୍ଵତୀ ପୂଜା ଦିନ ଆପଣ ବ୍ରାହ୍ମଣଙ୍କୁ ଘରକୁ ଡାକି ପଞ୍ଚ ଉପଚାର, ଦଶ ଉପଚାର, ବା ଷୋଡଶ ଉପଚାରରେ ପୂଜା କରିବା ଆବଶ୍ୟକ ।

ଆପଣଙ୍କ ପିଲାଙ୍କୁ କୁହନ୍ତୁ ପୂଜା ପାଖରେ ବସିବା ପାଇଁ । ଯଦି ଆପଣଙ୍କ ଘରେ ଆଗରୁ ମା ସରସ୍ଵତୀଙ୍କ ଫଟୋ ରହିଛି ତେବେ ଆପଣ ତାହାକୁ ଖଟୁଲି ଉପରେ ବା ପିଢା ଉପରେ ରଖି ପୂଜା କରନ୍ତୁ । ଏହାସହ ଆପଣ ହୋମ ମଧ୍ୟ କରିବା ଦରକାର । ଆପଣ ଏହି ହୋମରେ ଶୁଦ୍ଧ ଗାଈ ଘିଅକୁ ହୋମରେ ଆହୁତି ପ୍ରଦାନ କରିବେ । ଚେଷ୍ଟା କରିବେ ଆପଣ ନିଜର କୁଳ ପୁରୋହିତ ତଥା ବ୍ରାହ୍ମଣଙ୍କ ହାତରେ ପୂଜା କରିବା ପାଇଁ । ଯଦି ଏହା ସମ୍ଭବ ନ ହୁଏ ତେବେ ଆପଣ ନିଜେ ମଧ୍ୟ ପୂଜା କରିପାରିବେ ।

ଆପଣଙ୍କ ଘରେ ଥିବା ଗ୍ରନ୍ଥ ବହିକୁ ମଧ୍ୟ ପାଖରେ ରଖି ପୂଜା କରିବା ଉଚିତ । ଯଦି ଆପଣଙ୍କ ଘରେ ଛୋଟ ପିଲା ଥାନ୍ତି, ଦୁଇ ବର୍ଷରୁ ଅଧିକ ବୟସର ପିଲା ଅଛନ୍ତି ତେବେ ଆପଣ ଏହିଦିନ ପିଲାର ବିଦ୍ୟାରମ୍ଭ ତଥା ଖଡି ଛୁଆଁ କାର୍ଯ୍ୟ କରନ୍ତୁ ।  ଏହିକାମ ପାଇଁ ଏହାଠାରୁ ଆଉ କୌଣସି ଶୁଭ ଦିନ ନାହିଁ ।

ଏହା କରିବା ଫଳରେ ପିଲାର ବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତି ଆପଣ ଦେଖିବା ପାଇଁ ପାଇବେ । ସରସ୍ଵତୀ ପୂଜା ଦିନ ଛୋଟ ପିଲାଙ୍କର ବିଦ୍ୟାରମ୍ଭ କରିବାର ବିଶେଷ ପ୍ରଥା ରହିଛି । ଆପଣ ସରସ୍ଵତୀ ପୂଜା ଦିନ ଘର ପରିବାର ଲୋକ ସମସ୍ତେ ମିଶି ଆପଣଙ୍କ ଇଷ୍ଟ ଦେବୀଙ୍କ ପାଖରେ ଅଭୀର ସମର୍ପଣ କରିବା ଉଚିତ ।

ଆପଣ ଘରେ ପୂଜା କରୁଥିବା ସମସ୍ତ ଦେବା ଦେବୀଙ୍କୁ ମଧ୍ୟ ଅଭୀର ଲାଗି କରନ୍ତୁ । ଏହିଦିନ ସମସ୍ତ ଦେବା ଦେବୀଙ୍କୁ ଅଭୀର ଲାଗି କରିବାର ପ୍ରଥା ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *