Vastu Shastra- ସ୍ତ୍ରୀ ସ୍ୱାମୀର ଏହି ପଟରେ ବିଲକୁଲ ବି ଶୋଇବା କଥା ନୁହେଁ, ବୈବାହିକ ଜୀବନରେ ଆସିଥାଏ ଝଡ

ବନ୍ଧୁଗଣ, ଆମ ପୂରଣ ତଥା ଶାସ୍ତ୍ର ମାନଙ୍କରେ ଏଭଳି ଅନେକ ବିଷୟ ବସ୍ତୁ ରହିଅଛି ଯାହାକୁ ମାନିବା ଦ୍ଵାରା ଆମ୍ଭ ମାନଙ୍କର ମଙ୍ଗଳ ହୋଇଥାଏ । ମାତ୍ର ଯଦି ଏହାକୁ କେଉଁମାନେ ନ ମାନିଥାନ୍ତି ତେବେ ଭୟଙ୍କର ବିପତ୍ତି ର ସାମ୍ନା କରିବାକୁ ହୋଇଥାଏ ।

ସୁଖମୟ ଜୀବନ ଅତିବାହିତ କରିବା ନିମନ୍ତେ ବାସ୍ତୁ ଶାସ୍ତ୍ର ର ଅନେକ ଭୂମିକା ରହିଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ପତ୍ନୀ ଙ୍କୁ ପତି ଙ୍କର କେଉଁ ପଟରେ ଶୋଇବା ଉଚିତ ? ଏହାଛଡା ପୂଜା ପାଠ ତଥା ବିବାହ ସମୟରେ ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କର କେଉଁ ପଟରେ ରହିବା ଆବଶ୍ୟକ ? ଆପଣ ମାନେ ଦେଖିଥିବେ ଯେ, ପତ୍ନୀ ପତି ଙ୍କର ବାମ ପାର୍ଶ୍ଵ ରେ ବସିଥାଏ । ଏବଂ ଶୋଇଲା ସମୟରେ ମଧ୍ୟ ବାମ ପାର୍ଶ୍ଵ ରେ ଶୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କର ବମାଙ୍ଗୀ କୁହାଯାଇଥାଏ ।

ଏହାର ଅର୍ଥ ପତି ର ବାମ ଅଙ୍ଗ ର ଅଧିକାରୀ ହେଉଛି ପତ୍ନୀ । ଏଥିପାଇଁ ପୁରୁଷ ଶରୀରର ବାମ ପାର୍ଶ୍ଵ ସ୍ତ୍ରୀ ର ହୋଇଥାଏ । ଏହାର କାରଣ ଭଗବାନ ଶିବ ଙ୍କର ବାମ ପାର୍ଶ୍ଵ ରୁ ସ୍ତ୍ରୀ ର ଉତ୍ପତି ହୋଇଥିଲା । ଡାହାଣ ଅଙ୍ଗ ରୁ ପୁରୁଷ ଙ୍କ ଉତ୍ପତି ହୋଇଥିଲା । ଆପଣ ଭଗବାନ ଶିବ ଙ୍କର ଅର୍ଦ୍ଧନରୀଶ୍ଵର ପ୍ରତିମା କୁ ନିଶ୍ଚିତ ଦେଖିଥିବେ । ହସ୍ତ ରେଖା ତଥା ଜ୍ୟୋତିର୍ବିଦ୍ୟା ଅନୁଯାୟୀ ପୁରୁଷ ର ବାମ ହାତରେ ସ୍ତ୍ରୀ ର ଭାଗ୍ୟ ର ସ୍ଥିତି କୁ ଅନୁମାନ କରାଯାଇଥାଏ ।

ଏଠି ନିମନ୍ତେ ଶୋଇବା ସମୟରେ, ସଭା ସମିତି ରେ, ସିନ୍ଦୁର ଦାନ ସମୟରେ, ଏବଂ ଆଶୀର୍ବାଦ ନେବା ସମୟରେ ସବୁବେଳେ ସ୍ତ୍ରୀ କୁ ସ୍ଵାମୀ ର ବାମ ପାର୍ଶ୍ଵରେ ରହିବା ଉଚିତ । ଏହା ସମୟରେ ଭୋଜନ କରିବା ସମୟରେ ମଧ୍ୟ ସ୍ତ୍ରୀ କୁ ସ୍ଵାମୀ ର ବାମ ପାର୍ଶ୍ଵ ରେ ରହିବା ଆବଶ୍ୟକ । ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହା ସହିତ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ମାତ୍ର ବାମାଙ୍ଗୀ ହୋଇଥିଲେ ମଧ୍ୟ ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କର ଡାହାଣ ପାର୍ଶ୍ଵ ରେ ରହିବା ଆବଶ୍ୟକ । ଶାସ୍ତ୍ର ରେ କୁହାଯାଇଅଛି ଯେ କନ୍ୟା ଦାନ ସମୟରେ, ଯଜ୍ଞ କର୍ମ, ବିବାହ, ଜାତକ କର୍ମ, ନାମକରଣ ଏବଂ ଅନ୍ନପ୍ରସନ୍ନ ସମୟରେ ପତ୍ନୀ ଙ୍କୁ ସବୁବେଳେ ପତ୍ନୀ ଙ୍କ ଡାହାଣ ପାର୍ଶ୍ଵ ରେ ରହିବା ଆବଶ୍ୟକ ।

ଏହାର କାରଣ ହେଉଛି ଯେଉଁ ସବୁ ସାଂସାରିକ କାର୍ଯ୍ୟ ହୋଇଥାଏ, ସେ ସବୁ ନିମନ୍ତେ ପତ୍ନୀ ଙ୍କୁ ପତି ର ବାମ ପାର୍ଶ୍ଵ ରେ ରହିବା ଆବଶ୍ୟକ । କାରଣ ଏହି ସବୁ କର୍ମ ନିମନ୍ତେ ସ୍ତ୍ରୀ କୁ ପ୍ରଧାନ କର୍ମ ର ମାନ୍ୟତା ଦିଆ ଯାଇଅଛି । ବନ୍ଧୁଗଣ ଆପଣ ମାନେ ଏହି ସବୁ ନିୟମ ମାନିଲେ ଆପଣଙ୍କର ମଙ୍ଗଳ ହେବ । ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଜାଣି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *