ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କାନ ରେ ମଇଳା ଜମା ହେବା ଏକ ସାମାନ୍ୟ କଥା ଅଟେ । ସବୁ ବ୍ୟକ୍ତି ଙ୍କ କାନ ରେ ଏହି ସମସ୍ୟା ଦେଖା ଦେଇଥାଏ । କାନ ରେ ମଇଳା ଜମା ହେଲେ କାନ ରେ ଅନେକ ସମସ୍ୟା ଦେଖା ଦେଇଥାଏ ।
କାନ ରେ ମଇଳା ଦେଖି କରି ଅନ୍ୟ ମାନଙ୍କୁ ମଧ୍ୟ ଘୃଣା ହୋଇଥାଏ । ତେଣୁ କାନ ରେ ଜମା ହୋଇଥିବା ମଇଳା କୁ ସଫା କରିବା ମଧ୍ୟ ଆବଶ୍ୟକ ଅଟେ । କାରଣ କାନ ରେ ଏହି ମଇଳା ରହି କାନ ବିନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖା ଯାଏ ଏବଂ ଠିକ ଭାବରେ ଶୁଣା ମଧ୍ୟ ଯାଏ ନାହିଁ । କିନ୍ତୁ ଅନେକ ବ୍ୟକ୍ତି କାନ ରୁ ମଇଳା ସଫା କରିବା ପାଇଁ ବହୁତ ଭୁଲ ପଦ୍ଧତି କୁ ପ୍ରୟୋଗ କରିଥାନ୍ତି । ଏହା ଦ୍ୱାରା କାନ କୁ କ୍ଷତି ମଧ୍ୟ ହୋଇ ପାରିବ ।
କାନ ର ପରଦା ଫାଟି ଯାଇପାରେ । ଶୁଣିବା ଶକ୍ତି ମଧ୍ୟ କମି ଯାଇଥାଏ । କାନ ବିନ୍ଧା ମଧ୍ୟ ହୋଇଥାଏ । କାରଣ କାନ ଆମ ଶରୀର ର ସବୁଠାରୁ କୋମଳ ଅଙ୍ଗ ତେଣୁ ତାହା ପ୍ରତି କୌଣସି ଭୁଲ କରିବା ଆଦୌ ଉଚିତ ନୁହେଁ ଏବଂ କୌଣସି ପ୍ରକାରର ଜବରଦସ୍ତ କରିବା ମଧ୍ୟ ଉଚିତ ନୁହେଁ । ମଇଳା ଜମା ହେବା ମଧ୍ୟ ଆବଶ୍ୟକ କାରଣ ମୃତ କୋଷ ଏହି ମଇଳା ମାଧ୍ୟମରେ ଆସିଥାଏ । କିନ୍ତୁ ଅଧିକ ଜମା ହେବା ଦ୍ୱାରା ଏହା କାନକୁ କ୍ଷତି ମଧ୍ୟ ପହଞ୍ଚାଇ ଥାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ସହଜ ଓ ସରଳ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ କାନ ରେ ଥିବା ମଇଳା ବିନା କୌଣସି କ୍ଷତି ରେ ଅତି ସହଜରେ ବାହାରି ଯିବ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, କାନ ରେ ବାଦାମ ତେଲ ପକାଇ କିଛି ସମୟ ମୁଣ୍ଡ ନୁଆଁଇ ରଖିଲେ ସେହି ମଇଳା ନରମ ହୋଇ ଯାଏ ଏବଂ ଆସ୍ତେ ଆସ୍ତେ ବାହାରି ମଧ୍ୟ ଯାଇଥାଏ । ଏହାଦ୍ବାରା କାନ ରେ ଥିବା ମଇଳା ସଫା ହୋଇଯାଏ ।
୨. ଦ୍ବିତୀୟତଃ, ଯେଉଁ ଉପାୟ ଟି ଅଛି ତାହା ହେଉଛି, ହାଇଡ୍ରୋଜେନ ପାରାଅକ୍ସାଇଡ଼ । ଏହା ସବୁଠାରୁ ଶୀଘ୍ର ଏବଂ ପ୍ରଭାବି ଉପଚାର ଅଟେ । ଆପଣ ଏକ ଚାମଚ ପାଣିରେ ଏହାକୁ ଦୁଇ କିମ୍ବା ତିନି ବୁନ୍ଦ ପକାଇ ମିଶେଇ ତୁଳା ର ସାହାଯ୍ୟ ରେ ସେହି ମିଶ୍ରଣ କୁ କାନ ରେ ପକାଇବା ଦ୍ୱାରା ଏହା ମଇଳା କୁ ଫୁଲେଇ ଦିଏ ଏବଂ ତାକୁ ବାହାର କରି ଦେଇଥାଏ । ଏହାକୁ ଗୋଟିଏ କାନ ସଫା ହେବା ପରେ ଅନ୍ୟ କାନ କୁ ସଫା କରିବା ଉଚିତ । କିନ୍ତୁ ଏହାର ଅଧିକ ବ୍ୟବହାର ଦ୍ୱାରା ଏହା କାନ କୁ କ୍ଷତି କରି ଦେଇଥାଏ । ତେଣୁ ସାବଧାନ ର ସହିତ ଏବଂ ଡାକ୍ତର ଙ୍କ ପରାମର୍ଶ ରେ ଏହି ଉପାୟ କୁ ପ୍ରୟୋଗ କରନ୍ତୁ ।
୩. ତୃତୀୟତଃ, ସୋରିଷ ତେଲ କୁ ନଖ ଉଷୁମ ଗରମ କରି ତୁଳା ର ସାହାଯ୍ୟ ରେ କାନ ରେ ପକାଇବା ଦ୍ୱାରା ସହଜରେ ମଇଳା ବାହାରି ଯାଇଥାଏ । ଏହାକି ତିନି ରୁ ଚାରି ଠୋପା କାନ ରେ ପକାଇ ତୁଳା ଦେଇଦେବା ଏବଂ କିଛି ସମୟ ପରେ ଧୀରେ ଧୀରେ ବାହାର କରିବା । କାନ ରେ ଜମିଥିବା ମଇଳା କୁ ବାହାର କରିବା ନିମନ୍ତେ ଏହା ଅତି ସହଜ ଏବଂ ସରଳ ଉପାୟ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କାନ ରେ କୌଣସି ପ୍ରକାରର ମୂନିଆ ଜିନିଷ କିମ୍ବା କଲମ ବା କାଠି ପୁରାଇବା ଉଚିତ ନୁହେଁ ଏହା ଦ୍ୱାରା କାନକୁ ଅନେକ କ୍ଷତି ହୋଇ ଥାଏ । କାନ ଆମ ଶରୀର ର ବହୁତ କୋମଳ ଅଙ୍ଗ ଅଟେ । ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ । ଏହା ସହିତ ଗୋଟିଏ ମାସ ରେ ଥରେ ନିଶ୍ଚିତ ଭାବରେ ନିଜର କାନ ସଫା କରନ୍ତୁ ।
ଏହା ଦ୍ବାରା ଆପଣଙ୍କ ଶୁଣିବା କ୍ଷମତା ବଢ଼ିଯିବ ଏବଂ କାନ ରେ ଥିବା ମଇଳା ମଧ୍ୟ ସଫା ହୋଇଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।