ସ୍ଵାମୀଙ୍କ ସହ ଭୋଜନ କରୁଥିବା ମହିଳା ଏହାକୁ ଥରେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ପାଇଁ ସ୍ଵାମୀ ଭଗବାନ ସଦୃଶ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ନିବିଡ ହୋଇଥାଏ । ଉଭୟ ଉଭୟଙ୍କର ବେସ ଯତ୍ନ ମଧ୍ୟ ନେଇଥାନ୍ତି । ତେଣୁ ଖୁସିରେ ସ୍ଵାମୀ ସ୍ତ୍ରୀ ଏକାଠି ଗୋଟିଏ ଥାଳିରେ ଖାଇବା ମଧ୍ୟ ଖାଇଥାନ୍ତି । ଶାସ୍ତ୍ରରେ ଅନେକ କିଛି କଥାର ନିୟମ ରହିଛି । ଯଦି ସ୍ତ୍ରୀ ମାନେ ସ୍ଵାମୀ ସହ ଭୋଜନ କରୁଛନ୍ତି ତେବେ ଶାସ୍ତ୍ର ଅନୁଯାୟୀ ଏହା ସହ ଜଡିତ ଥିବା ନିୟମ ସମ୍ପର୍କରେ ଆପଣ ଜାଣିବା ନିହାତି ଆବଶ୍ୟକ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସ୍ଵାମୀଙ୍କ ସହ ଭୋଜନ କରିବାର ସଠିକ ସମୟ ସମ୍ପର୍କରେ । ୧- ଭୋଜନ କରିବା ଆଗରୁ ପାଦ ହାତ ଏବଂ ମୁଖକୁ ଭଲ ଭାବରେ ଧୋଇ ଭୋଜନ କରିବା ଉଚିତ । ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ମିଳୁ ବୋଲି ପ୍ରାଥନା କରି ଭୋଜନ ଆରମ୍ଭ କରିବା ଉଚିତ । ରୋଷେଇ କରୁଥିବା ମହିଳା ଶୁଦ୍ଧ ଭାବରେ ରୋଷେଇ କରିବା ଆବଶ୍ୟକ ହୋଇଥାଏ । ରୁଟି କରିବା ସମୟରେ ପ୍ରଥମ ତିନୋଟି ରୁଟି କୁକୁର, କାଉ ଏବଂ ଗାଈ ପାଇଁ ରଖିଦେବା ଉଚିତ ।

ଏହାପରେ ଆପଣଙ୍କୁ ଅଗ୍ନି ଦେବଙ୍କୁ ଭୋଗ ଲଗାଇ ଘର ଲୋକଙ୍କୁ ଖାଇବା ଦେବା ଉଚିତ । ସବୁବେଳେ ଚେଷ୍ଟା କରନ୍ତୁ ପରିବାରର ସମସ୍ତ ସଦସ୍ୟ ମିଶି ଭୋଜନ କରିବା ପାଇଁ । ନିୟମ ଅନୁଯାୟୀ ପରିବାର ଲୋକେ ଅଲଗା ଅଲଗା ଭୋଜନ କରିବା ଦ୍ଵାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ଏବଂ ଏକତା ରହିନଥାଏ ।

୨- ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ତାଙ୍କୁ ଯୋଗୀ କୁହାଯାଏ । ଯେଉଁ ବ୍ୟକ୍ତି ଦୁଇଥର ଭୋଜନ କରେ ତାଙ୍କୁ ଭୋଗି ବୋଲି କୁହାଯାଏ । ୩- ପୂର୍ବ ଏବଂ ଉତ୍ତର ଦିଗ ଆଡକୁ ମୁଖ କରି ଭୋଜନ କରିବା ଉଚିତ । ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ତାହା ପ୍ରେତକୁ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗ ଆଡକୁ ମୁହଁ କରି କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ ।

୪- ଭୀଷ୍ମ ପିତାମହଙ୍କ ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କୁ ଗୋଟିଏ ଥାଳିରେ ଭୋଜନ କରିବା ନିଷେଧ ଅଟେ । ସ୍ଵାମୀ ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରିବା ଦ୍ଵାରା ସେହି ଥାଳି ମାଦକ ପଦାର୍ଥରେ ଭରିଯାଏ । ସ୍ଵାମୀ ଖାଇ ସାରିବା ପରେ ହିଁ ସ୍ତ୍ରୀଙ୍କୁ ଖାଇବା ଉଚିତ ।

ଯଦି ଆପଣ ଏହି ନିୟମ ପାଳନ କରନ୍ତି ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *