ବନ୍ଧୁଗଣ, ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ଆରାଧନା କରିବାର ବିଶେଷ ମହତ୍ଵ ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାବଣ ମାସଟି ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ଭକ୍ତ ନିଷ୍ଠାର ସହିତ ଭଗବାନ ଶିବ ଙ୍କର ପୂଜାର୍ଚ୍ଚନା କରିଥାଏ ।
ତାଙ୍କୁ ଭୋଳାନାଥ ଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଶ୍ରାବଣ ମାସର ଆରମ୍ଭ ହୋଇ ସାରିଛି । ଚଳିତ ବର୍ଷ ର ଶ୍ରାବଣ ମାସ ବହୁତ ଖାସ ରହିବାକୁ ଯାଉଅଛି । ଏହି ଦୁର୍ଲଭ ସଂଯୋଗ ପ୍ରାଏ ୨୧ ବର୍ଷ ପରେ ବନୁଅଛି । ଶ୍ରାବଣ ମାସରେ ଯଦି ଆପଣ ଏହି ବିଶେଷ ଜିନିଷ କୁ ଆଣି ନିଜ ଘରେ ରଖିବେ ତେବେ ଶିବ ଭଗବାନ ଙ୍କର ବିଶେଷ କୃପା ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
୧- ତ୍ରିଶୂଳ;- ଏହା ଭଗବାନ ଶିବ ଙ୍କ ହାତରେ ସର୍ବଦା ଶୋଭା ପାଇଥାଏ । ଏହା ୩ ଦେବ ଙ୍କ ପ୍ରତୀକ ଅଟେ । ଶ୍ରାବଣ ମାସର ପ୍ରଥମ ଦିନରୁ ରୂପାର ତ୍ରିଶୂଳ ଆଣିବା ଦ୍ଵାରା ଆପଣଙ୍କୁ କଷ୍ଟ ରୁ ମୁକ୍ତି ମିଳିଥାଏ ।
୨- ରୁଦ୍ରାକ୍ଷ;- ସୁଖ ସମୃଦ୍ଧି ନିମନ୍ତେ ତଥା ମନର ପବିତ୍ରତା ନିମନ୍ତେ ଅସଲି ରୁଦ୍ରାକ୍ଷ କୁ ଘରକୁ ଆଣନ୍ତୁ । ଏହାପରେ ଘରର ପବିତ୍ର ସ୍ଥାନରେ ରଖନ୍ତୁ । ଏହାକୁ ରୂପାରେ ବନାଇ ପିନ୍ଧିବା ଦ୍ଵାରା ଏହା ଆପଣଙ୍କ ଜୀବନ ନିମନ୍ତେ ଅତ୍ୟନ୍ତ ଶୁଭ ହୋଇଥାଏ ।
୩- ଡମ୍ବରୁ;- ଭଗବାନ ଶିବ ଙ୍କର ପବିତ୍ର ବାଦ୍ୟ ଜନ୍ତ୍ର ଅଟେ ଏହି ଡମ୍ବରୁ । ଏହି ପବିତ୍ର ଧ୍ୱନିରୁ ଆପଣଙ୍କ ପାଖାପାଖି ଥିବା ସମସ୍ତ ଅଶୁଭ ଶକ୍ତି ଦୂରକୁ ପଳାଇଥାଏ । ଆରୋଗ୍ୟ ନିମନ୍ତେ ମଧ୍ୟ ଡମ୍ବରରୁ ର ଧ୍ୱନି ଫଳଦାୟୀ ମାନାଯାଇଥାଏ । ଶ୍ରାବଣ ମାସର ପ୍ରଥମ ଦିନରେ ଏହାକୁ ଘରେ ଆଣି ରଖନ୍ତୁ । ଏବଂ ଶ୍ରାବଣ ମାସର ଅନ୍ତିମ ଦିନରେ ଏହାକୁ କୌଣସି ଛୋଟ ପିଲାଙ୍କୁ ଉପହାର ସ୍ୱରୂପ ଦେଇ ଦିଅନ୍ତୁ ।
୪- ରୂପା ର ନନ୍ଦୀ;- ଏହା ଭୋଳାନାଥ ଙ୍କର ବାହାନ ଅଟେ । ଶ୍ରାବଣ ମାସର ପ୍ରଥମ ଦିନରେ ରୂପା ର ନନ୍ଦୀ ଙ୍କୁ ଘରକୁ ଆଣି ସଂପୂର୍ଣ୍ଣ ମାସ ପୂଜା କରନ୍ତୁ । ଏହା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବ ।
୫- ଜଳପାତ୍ର;- ଜଳ ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଆପଣ ଶ୍ରାବଣ ମାସର ପ୍ରଥମ ଦିନରେ ଗଙ୍ଗାଜଳ ଆଣି ଘରେ ରଖନ୍ତୁ । ନିଜ ଘରକୁ ରୂପା, ତମ୍ବା, ପିତଳ ର ଜଳ ପାତ୍ର ଆଣି ସେଥିରେ ସ୍ଵଚ୍ଛ ଜଳ ଭରି ଶିବ ଙ୍କୁ ଅର୍ପଣ କରନ୍ତୁ । ଏହାପରେ ପୁନର୍ବାର ସେଥିରେ ଜଳ ଭରି ରଖି ଦିଅନ୍ତୁ ।
ଏହା ଧନ ର ଆଗମନ ନିମନ୍ତେ ସବୁଠାରୁ ଅଧିକ ପ୍ରଭାବଶାଳି ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।