ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ କେଶ ଜନିତ ସମସ୍ୟା କୁ ସମାପ୍ତ କରିଥାଏ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ସବୁଦିନ ଲାଗି କଳା ରହିଥାଏ । ଏହା ଫଳରେ ଆପଣଙ୍କ କେଶ ସାଇନ କରିବା ଆରମ୍ଭ କରିଥାଏ । ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ଅଟେ ? ପ୍ରଥମେ ଆପଣ ଗ୍ୟାସ ଏକ ପାତ୍ର ବଶାନ୍ତୁ ।
ଏହାପରେ ସେଥିରେ ୧୦୦ ରୁ ୨୦୦ ଗ୍ରାମ ସୋରିଷ ତେଲ ପକାନ୍ତୁ । ଏହା ପ୍ରାଏ ବହୁତ ପୁରାତନ କାଳରୁ ପ୍ରୟୋଗ ହୋଇଆସୁଅଛି । ଆପଣ ସୋରିଷ ତେଲ ର ପ୍ରୟୋଗ ନିଶ୍ଚିତ ରୂପରେ କରନ୍ତୁ । ଆପଣ ପାତ୍ର ରେ ପକାଇଥିବା ସୋରିଷ ତେଲ କୁ ଗରମ କରିବାକୁ ଛାଡି ଦିଅନ୍ତୁ । ଏହାପରେ ଆପଣ ୨ ଚାମଚ କଳାଜୀରା ପକାନ୍ତୁ । ଏହା ଆମ୍ଭ କେଶ କୁ କଳା କରିବା ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ ।
ତୃତୀୟରେ ଆପଣ ଏଥିରେ ୨ ଚାମଚ ମେଥିଦାନା ପକାଇ ଦିଅନ୍ତୁ । ଏହା ଆପଣଙ୍କ ଧଳା କେଶ କୁ କଳା କରିବା ନିମନ୍ତେ ସାହାର୍ଯ୍ୟ କରିଥାଏ । ଏହି ୨ ଟି ସାମଗ୍ରୀ କୁ ପ୍ରାଏ ୧ ମିନିଟ ପର୍ଯ୍ୟନ୍ତ ସୋରିଷ ତେଲ ସହିତ ଫୁଟିବାକୁ ଦିଅନ୍ତୁ । ଏହାପରେ ଆପଣ ଏଥିରେ ୨ ଚାମଚ ମେହେନ୍ଦି ଗୁଣ୍ଡା ମିଶାଇ ଦିଅନ୍ତୁ । ଏହା ଆମ୍ଭ କେଶ କୁ ସାଇନ କରିବାରେ ସାହାର୍ଯ୍ୟ କରିଥାଏ ।
ବର୍ତ୍ତମାନ ଆପଣ ଗ୍ୟାସ କୁ ମିଡିୟମ ପ୍ଲେମ କରି ଏହି ମିଶ୍ରଣ କୁ ଫୁରିବାକୁ ଦିଅନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହାକୁ ଏହିଭଳି ଭାବରେ ଫୁଟିବାକୁ ଦିଅନ୍ତୁ । ଏହାପରେ ଆପଣ ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ସଂପୂର୍ଣ୍ଣ ଭାବରେ ଥଣ୍ଡା ହୋଇସାରିବା ପରେ ଆପଣ ଚାହା ଛଣା ମାଧ୍ୟମରେ ଏହି ତେଲ କୁ ଛାଣି ନିଅନ୍ତୁ । ଆପଣ ଏହି ତେଲ କୁ ୨ ରୁ ୩ ମାସ ପର୍ଯ୍ୟନ୍ତ ଏହିଭଳି ରଖି ପାରିବେ । ଆପଣ ଏହାର ପ୍ରୟୋଗ କିଭଳି କରିବେ ଆସନ୍ତୁ ଜାଣିବା । ଯେତେ ମାତ୍ରାରେ ଆପଣଙ୍କୁ ଏହି ତେଲ ଆବଶ୍ୟକ ସେତେ ମାତ୍ରା ରେ ଆଉ ଏକ ପାତ୍ରରେ ଏହି ତେଲ କୁ କାଢି ନିଅନ୍ତୁ ।
ଏହାପରେ ନିଜ ଆଙ୍ଗୁଳି ଟିପ ରେ ନେଇ ଏହାକୁ ନିଜ କେଶ ର ମୂଳରେ ଲଗାଇ ଦିଅନ୍ତୁ । ଆପଣ ନିଜ କେଶରେ ଏହା ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ଏହାକୁ ଆପଣ ରାତିରେ ଲଗାଇ ସକାଳେ କୌଣସି ଆୟୁର୍ବେଦିକ ସାମ୍ପୋ ସାହାର୍ଯ୍ୟ ରେ ଧୋଇ ପାରିବେ । ନଚେତ ଆପଣ ଏହାକୁ ଲଗାଇ ୨ ଘଣ୍ଟା ପରେ ସାମ୍ପୋ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।