Jyotish Shastra- S ନାମର ବ୍ୟକ୍ତି (କୁମ୍ଭ ରାଶି) ଙ୍କ ପାଇଁ କିପରି ରହିବ ନୂଆବର୍ଷ 2023, ବନୁଛି ମହାସଂଯୋଗ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ସ୍ଵଭାବର ପରିଚୟ କରାଇ ଦେଇଥାଏ । ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଛି । ସେହି ବ୍ୟକ୍ତିଙ୍କ ସ୍ଵଭାବ ଓ ଆସନ୍ତା ନବବର୍ଷ ଏହି ରାଶି ପାଇଁ କେଉଁ ସବୁ ଖୁସି ନେଇ ଆସୁଛି ତାହା ଜାଣିପାରିବେ । S ନାମର ବ୍ୟକ୍ତି ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । S ରାଶିର ଲୋକଙ୍କର ପ୍ରାୟ କୁମ୍ଭ ରାଶି ହିଁ ହୋଇଥାଏ ।

ଏମାନଙ୍କ କଥାରେ ବହୁତ ଦମ ରହିଥାଏ । କାରଣ ଏମାନେ ଯାହା କହିଥାନ୍ତି । ସବୁସମୟରେ ସେହି କଥାକୁ କାମରେ କରି ଦେଖାଇବାକୁ ପସନ୍ଦ କରିଥାନ୍ତି । ଏହି ନାମର ଲୋକମାନେ ବହୁତ ପ୍ରତିଭାଶାଳୀ ବ୍ୟକ୍ତିତ୍ବଟିଏ ଅଟନ୍ତି । ଏମାନେ ଯେଉଁ ସ୍ଥାନରୁ ଯେଉଁ କଥା ଜାଣିବାକୁ ପାଇଥାନ୍ତି । ସେହି ଜ୍ଞାନକୁ ଭଲ ଭାବରେ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କରୁଥାନ୍ତି ।

ଏମାନଙ୍କ ପାଖରେ ନୂଆ କିଛି କରିବାର ଓ ନିଜର ସ୍ଵତନ୍ତ୍ର ସ୍ଥାନ ବନାଇବା ପାଇଁ ଅଲଗା ପ୍ରକାର ଜୋସ ଏମାନଙ୍କ ଠାରେ ରହିଥାଏ । ଜୀବନରେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ଏହି S ନାମର ବ୍ୟକ୍ତିବିଶେଷ ମାନେ ସେହି ପରିସ୍ଥିତିକୁ ଭୟ ନକରି ତାହାର ସାମ୍ନା କରିବାକୁ ଆଗକୁ ବଢିଥାନ୍ତି । ଏହି S ନାମର ବ୍ୟକ୍ତିଙ୍କର ହୃଦୟ ବହୁତ ସଫା ହୋଇଥାଏ ।

ଯଦି କୌଣସି କାରଣ ବଶତଃ ଏମାନେ କୌଣସି କଥା ପାଇଁ ରାଗିଯାଇଥାନ୍ତି । ତେବେ ଏମାନଙ୍କ ଠାରେ ପ୍ରଚଣ୍ଡ କ୍ରୋଧର ରୂପ ମଧ୍ୟ ଦେଖିବାକୁ ମିଳିଥାଏ। ଏମାନେ ଅନ୍ୟ ମାନଙ୍କ ସହିତ ମିଳି ମିଶି ଚଳିବା ପାଇ ଭଲ ପାଇଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କର ବୈବାହିକ ଜୀବନ ପ୍ରେମଭରା ହୋଇଥାଏ ।

ଏମାନେ ନିଜର ପାର୍ଟନରକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏହି ଲୋକମାନେ ଅନ୍ୟ କାହା ଜୀବନରେ ଅଯଥା ହସ୍ତକ୍ଷେପ କରିବାକୁ ଭଲ ପାଇନଥାନ୍ତି । ଏହି S ନାମର ଲୋକ ମାନଙ୍କର ଆସୁଥିବା ୨୦୨୩ ନବବର୍ଷଟି ବହୁତ ହିଁ ଭଲ ରହିବ । ଏହି ରାଶିର ପିଲାମାନେ ନିଜ କ୍ଯାରିଅରରେ ବହୁତ କିଛି ବିଜୟ ଲାଭ କରିପାରିବେ ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଆସନ୍ତା ବର୍ଷଟି ପାଠ ପଢାରେ ଭଲ ଫଳାଫଳ ଦେବ । ଏହି ନାମରରେ ଯେଉଁ ମାନଙ୍କର ବିବାହର ବୟସ ହୋଇଯାଇଛି । ସେମାନଙ୍କ ପାଇଁ ବିବାହର ଅନେକ ପ୍ରସ୍ତାବ ଆସିବ । ୨୦୨୩ ନବବର୍ଷରେ ଏପରି କିଛି ପରିବର୍ତ୍ତନ ଜୀବନରେ ଆସିବ । ଯାହା ଏହି ଲୋକ ମାନଙ୍କୁ ତାଙ୍କ ଜୀବନରେ ଏକ ନୂଆ ସଫଳତାର ମୋଡ ଦେଖାଇବ ।

ଏହି ବର୍ଷଟି ଆପଣଙ୍କ ପାଇଁ ମନେ ରହିଗଲା ଭଳି ବର୍ଷ ଭାବେ ସାବ୍ୟସ୍ତ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *