ମା’ ପୁଅକୁ କାହିଁକି ଅଧିକ ଭଲ ପାଇଥାଏ ? ଆସନ୍ତୁ ଜାଣିବା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବାପାମାଆ ନିଜ ସନ୍ତାନ ମାନଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ପିଲା ମାନଙ୍କର ଖୁସିରେ ବାପାମାଆ ମାନେ ଖୁସି ହୋଇଥାନ୍ତି । ସେହିପରି ଏକ ମା’ ର ପୁଅ ପ୍ରତି ଥିବା  ଭଲ ପାଇବାକୁ ନେଇ ଏକ ସୁନ୍ଦର ଗପଟି ଜାଣିବା । ଥରେ ଏକ ପୁଅ ପାଠ ପଢି ଆମେରିକାରେ ଚାକିରି କରୁଥାଏ । ମା’ ସବୁବେଳେ ନିଜର ପୁଅ ଭଲ ମନାସି ଘରେ ରହିଥାଏ ସତ କିନ୍ତୁ ସର୍ବଦା ଫୋନରେ ପୁଅର ଭଲ ମନ୍ଦ ବୁଝୁଥାଏ ।

ସବୁବେଳେ ପୁଅ ସହିତ ମା’ କଥା ହେବା ସମୟରେ ମା’ ପୁଅକୁ କହୁଥାଏ । ପୁଅ ତୁ କେବେ ଆସିବୁ । ତୋତେ ଦେଖିବାକୁ ଆଖି ତରସି ଗଲାଣି । ପୁଅ ତୁ ଯେବେ ଆସିବୁ ଆସିଲେ ତୋର ମୋର ପୁରୀ ବୁଲିବାକୁ ଯିବା । ପୁଅ ମଧ୍ୟ ମା’ କଥାରେ ହଁ କହିଥାଏ । ଏହିପରି ମା’ ଯେତେବେଳେ ପୁଅ ସହିତ ଫୋନରେ କଥା ହୋଇଥାଏ । ପୁଅର ଭଲ ମନ୍ଦ ବୁଝିବା ସହ ପୁଅ ସାଥିରେ ପୁରୀ ବୁଲି ଯିବା କଥା ମଧ୍ୟ କହିଥାଏ ।

ପୁଅ ମଧ୍ୟ ଆଜି କାଲି ଜିବି ବୋଲି କହିଥାଏ । କିନ୍ତୁ ଆମେରିକା ଛାଡି ମା’ ପାଖକୁ ଆସିନଥାଏ । କିଛି ଦିନ ପରେ ପୁଅ ଆମେରିକାରୁ ଓଡିଶା ମା’ ପାଖକୁ ଆସିଥାଏ । ମା’ ପୁଅର ଟିକି ନିକି ଭଲ ମନ୍ଦ ବୁଝି ତା’ ମନକୁ ସବୁବେଳେ ଖୁସି ରଖିଥାଏ । ଏହା ସହିତ ପୁଅ ଓଡିଶାକୁ ଆସିବା ପରେ ପରେ ମା’ ସବୁବେଳେ ପୁରୀ ଯିବା କଥା ମନେ ପକେଇ ଦେଇଥାଏ ।

ପୁଅ କିନ୍ତୁ ମା କଥାକୁ ଏତେ ମାତ୍ରାରେ ଧ୍ୟାନ ନଦେଇ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । ମା’ କଥାକୁ ସବୁବେଳେ ଅବହେଳା କରିଥାଏ । ଆମେରିକା ଯିବାକୁ ପୁଅର ଅଳ୍ପ କିଛି ଦିନ ବାକି ଥିଲା । ତା’ ମଧ୍ୟରେ ମା’ ଶେଷ ଥର ପାଇଁ ପଚାରିଲେ ପୁଅ ତୁ ସତରେ କଣ ମୋତେ ପୁରୀ ନେଇ ଯିବୁନି । ପୁଅ ଜଣଙ୍କ ଚିଡି ଚିଡି ହୋଇ ମା’ କୁ କହିଲା । ଆମେ ତାହେଲେ କାଲି ପୁରୀ ଯିବା ।

ମା’ ପୁଅ କଥାରେ ଖୁସି ହୋଇ ସକାଳୁ ସକାଳୁ ପୁରୀ ବାହାରି ପଡିଲେ । ତାପରେ କିଛି ବାଟ ଗାଡିରେ ଗଲା ପରେ ମା’ ର ବାନ୍ତି ହୋଇଲା । ପୁଅ ଏହା ଦେଖି ବିରକ୍ତ ମା’ କୁ ଗାଡିରୁ ଓଲ୍ହାଇ ଦେଇ କିଛି ସମୟ ବାହାରେ ବିଶ୍ରାମ ନେବା ପାଇଁ କହିଛି । ତାପରେ ମା ଜଣଙ୍କ ବିଶ୍ରାମ ନେବା ସମୟରେ ପୁଅକୁ ଗଛରେ ଥିବା ଚଢେଇକୁ ଦେଖି ପଚାରିଛି ।

ପୁଅ ଗଛରେ କିଏ ବସିଛି, ପୁଅ କହୁଛି ମା ଗଛରେ ହଳଦୀ ବସନ୍ତ ଚଢେଇଟି ବସିଛି । ମା’ ପୁନଃ ପଚାରିଲେ ପୁଅ ଗଛରେ କିଏ ବସିଛି ପୁଅ କହିଲା । ମା’ ତୁ କଣ ଜାଣିପାରୁନୁ । ବାରମ୍ବାର ପଚାରି ମୋତେ ବ୍ୟସ୍ତ କରୁଛୁ । ଏହି ସମୟରେ ମା ଆଖିରୁ ଲୁହ ଝରୀ ଯାଇଛି । ମା’ ପୁଅକୁ କହୁଛି । ପୁଅ ତୁ ଯେତେବେଳେ ଛୋଟଟା ହେଇଥିଲୁ ।

ସେତେବେଳେ ତୁ ମୋ ଉପରେ କେତେ ଥର ବାନ୍ତି କରିଦେଉଛୁ, ପରିସ୍ରା କରିଦେଉଛୁ । ସେତେବେଳେ କିନ୍ତୁ ମୁଁ ତୋ ଉପରେ ଏମିତି ବିରକ୍ତ ହେଉନଥିଲି କିନ୍ତୁ ଆଜିର ସମୟରେ ମୁଁ ତୋ ଗାଡିରେ ବାନ୍ତି କରିଦେଲି ବୋଲି ତୁ ମୋ ଉପରେ ବିରକ୍ତ ହୋଇଯାଉଛୁ । ଏହା ଶୁଣି ପୁଅ ଆଖିରୁ ମଧ୍ୟ ଲୁହା ଝରି ଆସିଛି ।

ପୁଅ କହୁଛି ମା ମୋର ଭୁଲ ହେଇଯାଇଛି । ମୁ ମୋର ଭୁଲ ବୁଝିପାରିଛି । ଟା ପରେ ମା ପୁଅ ଉଭୟ ମିଶି ପୁରୀ ଯାଇଛନ୍ତି । ଏହି କଥାଟିର ଅର୍ଥ ଏହା କିଜେ ଛୋଟ ବେଳେ ମା’ ମନେ ନିଜ ସନ୍ତାନ ମାନଙ୍କ ପାଇଁ କେତେ କଣ କରିଥାନ୍ତି କିନ୍ତୁ ସନ୍ତାନ ବଡ ହୋଇଗଲା ପରେ ବାପାମାଆ କରିଥିବା କାର୍ଯ୍ୟକୁ ଭୁଲିଯାଇଥାନ୍ତି । ତେଣୁ ସର୍ବଦା ନିଜ ବାପାମାଆଙ୍କର ସମ୍ମାନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *