Malika Chetabani- ନାରୀ, ଟଙ୍କା, ସୁନା ପଛେ ଧାଇଁବେ ଯୁବକ ? ଭଙ୍ଗିବ ମଠ ମନ୍ଦିର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି କଳିଯୁଗରେ ପାପର କରାଳ ଛାୟା ସମସ୍ତଙ୍କୁ ଗ୍ରାସ କରିଛି । ସେଥିପାଇଁ ବର୍ତ୍ତମାନର ମନୁଷ୍ୟ ଅନ୍ୟାୟ ପରେ ଆନ୍ୟାୟ କରିଚାଲିଛି । ୬୦୦ ବର୍ଷ ତଳର ଲେଖା ଯାହାକୁ ମହାପୁରୁଷ ଅଚ୍ୟୁତ ଲେଖିଯାଇଛନ୍ତି । ସେହି ସବୁ ଘଟଣାବଳୀ ଧୀରେ ଧୀରେ କରି ସତ ହେବା ପାଇଁ  ଯାଉଛି । ତେଣୁ ମାଳିକାରେ ମହାପୁରୁଷ ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଦୁନିଆ ବିଷୟରେ ବାକ୍ଷା କରିଛନ୍ତି ।

ଯାହାକି ମାଳିକା ପ୍ରବର୍ତ୍ତକ ମାନେ ତାକୁ ସାଧାରଣ ମନୁଷ୍ୟଙ୍କ ନିକଟରେ ପହଞ୍ଚାଉଛନ୍ତି । କାରଣ ସେହି ମାଳିକା ବଚନ ଶୁଣି ବହୁତ ଲୋକ ବେଳ ବେଳ ଥାଉ ଥାଉ ନିଜକୁ ସୁଧାରୀବେ ବୋଲି ଆଶା ରହିଛି । ଆଗ କାଳରେ ଯେତେ ମାତ୍ରାରେ ନିଶାଦ୍ରବ୍ୟର ଲୋକେ ସେବନ କରୁନଥିଲେ । ବର୍ତ୍ତମାନର ସମୟରେ ସେ ସମୟର ତୁଳନାରେ ବହୁ ଗୁଣାରେ ଆଜିର ଲୋକ ନିଷାଡ଼ି ହୋଇଯାଉଛନ୍ତି ।

ଗାଁ ଓ ସହର ସବୁ ଆଡେ ଧଳା ଜହରର ସେବନ କରୁଛନ୍ତି । କାରଣ ଜହର ବ୍ୟକ୍ତିର ଜୀବନ ନେଇଯାଇଥାଏ । ଏହା ଜାଣି ମଧ୍ୟ ଏହି ନିଶା ଯାହା ଜହର ସଦୃଶ ତାକୁ ଲୋକ ସେବନ କରୁଛନ୍ତି । କାରଣ ଏହି କଳିଯୁଗର ଲୋକ ଆଖି ଆଖି ଥାଉ ଥାଉ ଅନ୍ଧ ହୋଇଯିବେ ମାଳିକାରେ କୁହାଯାଇଛି । ନିଶା ସେବନ କରିବାକୁ ଲୋକେ ଟଙ୍କାର ସନ୍ଧାନରେ ମନ୍ଦିର, ମଠରେ ପଶି ମଧ୍ୟ ଚୋରୀ କରିବେ ।

ଘର ଘର ବୁଲି ଚୋରୀ କରି ସେହି ଟଙ୍କାରେ ନିଶା ପିଇ ମାତାଲ ହେବେ । କଳିଯୁଗର ଅନ୍ୟ ଜଣେ ଲୋକ ପ୍ରତି ହିଂସା ପରାୟଣ ହୋଇ ମା’ ଲକ୍ଷ୍ମୀଙ୍କ ଧାନ କ୍ଷେତରେ ଚୋରୀ କରିବାକୁ ତାହାକୁ ନିଆଁ ଲଗାଇବାକୁ ମଧ୍ୟ ପଛାଇବେ ନାହିଁ । ପିତ୍ତଳ, ତମ୍ବା ଓ କଂସା ବାସନ ଛାଡି କଳିଯୁଗର ଲୋକେ ଲୋକେ ଲୁହା ବାସନରେ ଭୋଜନ କରିବେ ।

ମହାପୁରୁଷଙ୍କର କହିବା ଅନୁସାରେ ଲୋକମାନେ ନିଜର ବହୁ ମୂଲ୍ୟ ସମୟକୁ ନଷ୍ଟ କରି ବୃଥା କାର୍ଯ୍ୟରେ ମାତିବେ । ଯୁବପିଢୀ ମାନେ ନିଜର ଭବିଷ୍ୟତକୁ ପଛରେ ପକାଇ ନାରୀଙ୍କ ପଛରେ ପଡିବେ । ନାରୀର କାମନା ଓ ବାସନାରେ ମୁଗ୍ଧ ହୋଇ ଅନ୍ୟାୟ କାର୍ଯ୍ୟ କରିବେ । ନାରୀ ସର୍ବଦା ପୂଜନୀୟ ହୋଇଥାନ୍ତି ।

ସେହି ପରମ ପୂଜ୍ୟା ଦେବୀ ସମାନ ନାରୀ ସହିତ ଯୁବକ ଅନ୍ୟାୟ ଓ ଅତ୍ୟାଚାର କରି ମହାପାପୀରେ ଗଣତି ହେବେ । ବୁଦ୍ଧି ଶୁଦ୍ଧି ସବୁ ହରାଇ ହିତାହିତ ଜ୍ଞାନକୁ ପଛରେ ପକାଇ ନିଜର ସର୍ବନାଶ ନିଜେ କରିବେ । ତେବେ ଏଠାରେ ମାଳିକାରେ କଳିଯୁଗରେ ଲୋକଙ୍କୁ ଆଗରୁ ସଚେତନ କରାଇଦେଉଛି ।

ହେ ଶୁଦ୍ଧିଜନ ବେଳ ବେଳ ଥାଉ ଖରାପ କାର୍ଯ୍ୟରୁ ନିବୃତ ହୋଇ ଭଲ କାର୍ଯ୍ୟ କର । ଜେତିକି ସମୟ ଧରା ପୃଷ୍ଟରେ ରହିବ ଭଗବାନଙ୍କ ପାଖରେ ନିଜକୁ ସମ୍ପର୍ପଣ କରିଦିଅ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *