ଶୋଇବା ସମୟରେ ମୁଣ୍ଡ ପାଖରେ ଲେମ୍ବୁ ରଖି ଶୋଇବାର ଫାଇଦା କ’ ଣ ? ଏହିଭଳି…ଆହୁରି ବଛା ବଛା Anuchinta

ନାମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ହେଲେ ବହୁତ କିଛି କଥାର ଧ୍ୟାନ ରଖିବା ପାଇଁ ପଡିବ । ଯେଉଁସବୁ କଥାର ନିୟମ ବନାଯାଇଛି ତାହାର ପାଳନ କରିବା ଦ୍ଵାରା ବା କିଛି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯଦି କିଛି ଅସୁବିଧା ତଥା ସମସ୍ୟା ରହିଛି ତେବେ ଆପଣ ସେଥିରୁ ମୁକୁଳି ପାରିବେ । ସେହିଭଳି ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ ଯାହାର ଆଧାରରେ ଆପଣ ଜୀବନକୁ ନିଜ ନିୟନ୍ତ୍ରଣରେ ରଖିବା ସହ ସୁଖ ସୁବିଧା ହାସଲ କରିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଲେମ୍ବୁରେ ଲାଲ ସିନ୍ଦୁର ଲଗାଇ କୌଣସି ମନ୍ଦିରରେ ରଖିବା ଦ୍ଵାରା ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଏବଂ ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟ ଦୂର ହୋଇଥାଏ । 2- ଯଦି ଆପଣଙ୍କୁ ଶତ୍ରୁ ହଇରାଣ କରୁଥାନ୍ତି ତେବେ ଆପଣ ଏକ ଲେମ୍ବୁ ନେଇ ସେଥିରେ କଳା ରଙ୍ଗରେ ଶତ୍ରୁ ନାମ ଲେଖି ତାହାକୁ କାଟି ନେଇ ଛକ ସ୍ଥାନରେ ପକାଇ ଦିଅନ୍ତୁ । ଏହାଫଳରେ ଆପଣଙ୍କ ଠାରୁ ଆପଣଙ୍କ ଶତ୍ରୁ ପରାସ୍ତ ହୋଇଥାଏ ।

3- ଗୋଟିଏ ଲେମ୍ବୁରେ ସିନ୍ଦୁର ଲଗାଇ ଲାଲ କପଡାରେ ବାନ୍ଧି ପଇସା ରଖୁଥିବା ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଧନବୃଦ୍ଧି ହେବାରେ ଲାଗିଥାଏ । 4- ବ୍ୟାପାର ତଥା ବ୍ୟବସାୟ ସ୍ଥଳରେ ଗୋଟିଏ ଲେମ୍ବୁରେ ଚାରୋଟି ଲଙ୍କା ଗୁନ୍ଥି  ବ୍ୟବସାୟ ସ୍ଥଳର ସମ୍ମୁଖରେ ଟାଙ୍ଗିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହେବାକୁ ଲାଗିଥାଏ ।

5- ଯଦି ଆପଣଙ୍କୁ ରାତିରେ ଖରାପ ସ୍ଵପ୍ନ ଆସୁଥାଏ କିମ୍ବା  ନିଦ ଭଲରେ ହେଉନଥାଏ ତେବେ କିଛି ଦିନ ଆପଣ ନିଜ ମୁଣ୍ଡରେ ଦେଉଥିବା ତକିଆ ତଳେ ଗୋଟିଏ ଲେମ୍ବୁ ରଖି ଶୋଇବା ଦ୍ଵାରା ଭଲ ନିଦ ହୋଇଥାଏ । 6-ନିଜର ଦୁର୍ଭାଗ୍ୟକୁ ସୌଭାଗ୍ରେ ପରିଣତ କରିବା ପାଇଁ ଆପଣ ଏକ ଲେମ୍ବୁକୁ ଆପଣଙ୍କ ମୁଣ୍ଡ ଚାରିପାଖରେ ସାତ ଥର ବୁଲାନ୍ତୁ । ଏହାପରେ ଆପଣ ବୁଲାଇଥିବା ଲେମ୍ବୁକୁ ଦୁଇ ଫାଳ କରି ଦୁଇ ଦିଗରେ ପକାନ୍ତୁ ।

7- ଯଦି ଆପଣ ବ୍ୟବସାୟ ଭଲ ଚାଲୁନଥାଏ ତେବେ ଆପଣ ଶନିବାର ଦିନ ଗୋଟିଏ ଲେମ୍ବୁକୁ ଆପଣଙ୍କ ବ୍ୟବସାୟସ୍ଥଳର ଚାରିକାନ୍ଥକୁ ଛୁଆଁଇ ଚାରିଖଣ୍ଡ କରନ୍ତୁ । ଏବଂ ଏହାକୁ ଚାରି ଛକ ଥିବା ସ୍ଥାନରେ ଚାରି ଦିଗକୁ ପକାନ୍ତୁ । ଏହା କରିବା ଫଳରେ ବ୍ୟବସାୟରେ ବୃଦ୍ଧି ହେବାକୁ ଲାଗିଥାଏ ।

8- ଯଦି ଆପଣଙ୍କ ଉପରେ ବିପତ୍ତି ପଡିଥାଏ ତେବେ ଆପଣ ମଙ୍ଗଳବାର ଦିନ ଘରର କୋଣ ଗୁଡିକରେ ଲେମ୍ବୁକୁ ଚାରିଥର ଛୁଆଁଇ ରାତିରେ ସୁନସାନ ଛକ ଜାଗାରେ ପକାଇବା ଦ୍ଵାରା ବିପଦ ଦୂର ହୋଇଥାଏ । ଲେମ୍ବୁରେ ଆପଣ ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ କ୍ଲେଶ ଦୂର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *